ଦେଶରେ ପ୍ରଥମ: ଧାର୍ଯ୍ୟ ହେଲା ପରିବାର ସର୍ବନିମ୍ନ ଦର

ଥିରୁଭନନ୍ତପୁରମ: ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ପରିବାର ସର୍ବନିମ୍ନ ଦର ନିର୍ଦ୍ଧାରଣ କରିଛନ୍ତି। କରୋନା ମାଡ଼ ଯୋଗୁ ଲୋକଙ୍କ ଆର୍ଥିକ ଅବସ୍ଥା ବିଗିଡ଼ି ଯାଇଛି। ଏଥିସହ ରାଜ୍ୟରେ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ଉତ୍ପାଦିତ ହେଉଥିବା ୧୬ ପ୍ରକାରର ପରିବା ଉପରେ ସର୍ବନିମ୍ନ ଦର ଧାର୍ଯ୍ୟ କରିଛନ୍ତି। ନଭେମ୍ବର ୧ରୁ ଏହି ନିୟମ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, […]

hj

hj

Hemant Lenka
  • Published: Tuesday, 27 October 2020
  • Updated: 28 October 2020, 12:57 PM IST

Sports

Latest News

ଥିରୁଭନନ୍ତପୁରମ: ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ପରିବାର ସର୍ବନିମ୍ନ ଦର ନିର୍ଦ୍ଧାରଣ କରିଛନ୍ତି। କରୋନା ମାଡ଼ ଯୋଗୁ ଲୋକଙ୍କ ଆର୍ଥିକ ଅବସ୍ଥା ବିଗିଡ଼ି ଯାଇଛି। ଏଥିସହ ରାଜ୍ୟରେ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ଉତ୍ପାଦିତ ହେଉଥିବା ୧୬ ପ୍ରକାରର ପରିବା ଉପରେ ସର୍ବନିମ୍ନ ଦର ଧାର୍ଯ୍ୟ କରିଛନ୍ତି। ନଭେମ୍ବର ୧ରୁ ଏହି ନିୟମ ଲାଗୁ କରାଯିବ।

ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମଥର ପାଇଁ ରାଜ୍ୟରେ ପରିବା ଦରର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଉଛି। ଦେଶରେ ଏହା ପ୍ରଥମ ଘଟଣା। ପ୍ରଥମ ପର୍ଯ୍ୟାୟରେ ୧୬ଟି ପରିବା ଉପରେ ସର୍ବନିମ୍ନ ଦର ଧାର୍ଯ୍ୟ କରାଯାଉଛି। ପର୍ଯ୍ୟାୟକ୍ରମେ ଏହାକୁ ସମୀକ୍ଷା କରାଯାଇ ଦରରେ ପରିବର୍ତ୍ତନ କରାଯିବ।

ଉତ୍ପାଦନ ଦର ଠାରୁ ୨୦% ଅଧିକ ରହିବ ପରିବାର ସର୍ବନିମ୍ନ ମୂଲ୍ୟ। ଯଦି ମାର୍କେଟରେ କୌଣସି ପରିବାର ଦର ହ୍ରାସ ପାଏ, ତଥାପି ଚାଷୀଙ୍କ ଠାରୁ ପୂର୍ବ ନିର୍ଦ୍ଧାରିତ ଦର ଅନୁସାରେ ଏଗୁଡ଼ିକ କିଣାଯିବ। ପରିବାର କ୍ୱାଲିଟି ଅନୁସାରେ ସର୍ବନିମ୍ନ ଦରକୁ ପରିବର୍ତ୍ତନ ମଧ୍ୟ କରାଯାଇ ପାରିବ।

ସର୍ବାଧିକ ୧୫ ଏକର ଜମିରେ ଚାଷ କରୁଥିବା ଚାଷୀଙ୍କୁ ଏହି ସୁବିଧା ମିଳିବ। ଚାଷୀମାନେ ରାଜ୍ୟ କୃଷି ବିଭାଗର ପୋର୍ଟାଲରେ ନଭେମ୍ବର ୧ରୁ ପଞ୍ଜୀକରଣ ଆରମ୍ଭ କରି ସର୍ବନିମ୍ନ ଦର ଯୋଜାର ଲାଭ ପାଇପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ସାଢ଼େ ୪ ବର୍ଷ ମଧ୍ୟରେ ରାଜ୍ୟରେ ପରିବା ଉତ୍ପାଦନ ଦୁଇ ଗୁଣ ହୋଇଛି। ପୂର୍ବରୁ ଏହା ୭ ଲକ୍ଷ ମେଟ୍ରିକ ଟନ୍‌ ରହୁଥିବା ବେଳେ ଏବେ ୧୪.୭୨ ଲକ୍ଷ ମେଟ୍ରିକ ଟନ୍‌ ହୋଇଯାଇଛି। ଆଗକୁ ଏହାର ଉତ୍ପାଦନ ଆଉ ୧ ଲକ୍ଷ ଟନ୍‌ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

କେଉଁ ପରିବାର ସର୍ବନିମନ୍ନ ମୂଲ୍ୟ କେତେ ଜାଣନ୍ତୁ

୧-ବିନ୍ସ-୨୮ ଟଙ୍କା

୨-ଟମାଟୋ-୮ ଟଙ୍କା

୩-ଲମ୍ବା ବିନ୍ସ-୩୪ ଟଙ୍କା

୪-ଆଳୁ-୨୦ ଟଙ୍କା

୫-କଦଳୀ-୩୦ ଟଙ୍କା

୬-ୱାୟନାଡ କଦଳୀ-୨୪ ଟଙ୍କା

୭-ସପୁରୀ-୧୫ ଟଙ୍କା

୮-ବିଟ୍-୨୧ ଟଙ୍କା

୯-କାକୁଡ଼ି-୮ ଟଙ୍କା

୧୦-କଲରା-୩୦ ଟଙ୍କା

୧୧-ଛଚିନ୍ଦ୍ରା-୧୬ ଟଙ୍କା

୧୨-ଭେଣ୍ଡି-୨୦ ଟଙ୍କା

୧୩-ବନ୍ଧା କୋବି-୧୧ ଟଙ୍କା

୧୪-ଗାଜର-୨୧ ଟଙ୍କା

୧୫-ଖମ୍ବ ଆଳୁ-୧୨ ଟଙ୍କା

୧୬- ପାଣି କଖାରୁ- ୯ ଟଙ୍କା

 

ଦେଖନ୍ତୁ: ଓଡ଼ିଶାବାସୀ ପିଆଜ ଶସ୍ତାରେ ପାଇବେ ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos