Advertisment

ଗହମ ରପ୍ତାନୀ ଉପରେ ଲାଗିଲା ରୋକ, ଜାଣନ୍ତୁ, କାହିଁକି ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ଗହମ ରପ୍ତାନୀ ଉପରେ ରୋକ ଲଗାଇଲେ ଭାରତ ସରକାର। ଫଳରେ ଏହାକୁ ପ୍ରତିବନ୍ଧିତ କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଭାରତ ସରକାରଙ୍କ ବିନା ଅନୁମତିରେ ଆଉ ବାହାରକୁ ଯାଇପାରିବନି ଗହମ। ଅନ୍ତର୍ଜାତୀୟ ବଜାରରେ ଦିନକୁ ଦିନ ଗହମ ମୂଲ୍ୟ ଲମ୍ବା ଡିଆଁ ମାରୁଥିବା ବେଳେ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତ ସରକାର। ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (DGFT) ଶୁକ୍ରବାର ସନ୍ଧ୍ୟାରେ ଏକ ନୋଟିଫିକେସନ ଜାରି କରି ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ  ଘୋଷଣା କରିଛି। […]

author-image
Niharika Rout
ଅଦ୍ୟତନ ହୋଇଛି
ଗହମ ରପ୍ତାନୀ ଉପରେ ଲାଗିଲା ରୋକ, ଜାଣନ୍ତୁ, କାହିଁକି ଏପରି ନିଷ୍ପତ୍ତି

wheat

ନୂଆଦିଲ୍ଲୀ: ଗହମ ରପ୍ତାନୀ ଉପରେ ରୋକ ଲଗାଇଲେ ଭାରତ ସରକାର। ଫଳରେ ଏହାକୁ ପ୍ରତିବନ୍ଧିତ କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଭାରତ ସରକାରଙ୍କ ବିନା ଅନୁମତିରେ ଆଉ ବାହାରକୁ ଯାଇପାରିବନି ଗହମ। ଅନ୍ତର୍ଜାତୀୟ ବଜାରରେ ଦିନକୁ ଦିନ ଗହମ ମୂଲ୍ୟ ଲମ୍ବା ଡିଆଁ ମାରୁଥିବା ବେଳେ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତ ସରକାର।

Advertisment

ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (DGFT) ଶୁକ୍ରବାର ସନ୍ଧ୍ୟାରେ ଏକ ନୋଟିଫିକେସନ ଜାରି କରି ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ  ଘୋଷଣା କରିଛି। କିନ୍ତୁ ମେ’ ୧୩ ପୂର୍ବରୁ ଗହମ ରପ୍ତାନୀ ନିମନ୍ତେ ଯେଉଁ ଅର୍ଡର ପାସ୍‌ ହୋଇଛି, ତାହା ରପ୍ତାନୀ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

ଋଷ, ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ଅନୁଭୂତ ହେଲାଣି। ମୁଖ୍ୟତଃ ରୁଷ ଓ ୟୁକ୍ରେନ ବିଶ୍ୱ ବଜାରକୁ ଆବଶ୍ୟକ ଗହମର ଏକ ବଡ଼ ପ୍ରତିଶତ ଯୋଗାଉଥିବା ବେଳେ ଏବେ ତାହା ବନ୍ଦ ହୋଇ ଯାଇଛି। ଫଳରେ ବିଶ୍ୱ ବଜାରରେ ଆକାଶ ଛୁଆଁ ହେଲାଣି ଗହମ ମୂଲ୍ୟ। ଏପରିକି ଗହମ ମୂଲ୍ୟରେ ଏକାଥରେ ୪୦% ବୃଦ୍ଧି ହୋଇଥିବାରୁ ଏହା ବିଭିନ୍ନ ଦେଶକୁ ଚିନ୍ତାରେ ପକାଇଛି।

Advertisment

ଏହାକୁ ନଜରରେ ରଖି ଖାଦ୍ୟ ସୁରକ୍ଷା ଆଇନ୍‌କୁ ସୁନିଶ୍ଚିତ କରିବାକୁ ଏହାର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର। ହେଲେ ପଡ଼ୋଶୀ ତଥା ଗହମ ଆବଶ୍ୟକ କରୁଥିବା ଦେଶ କ୍ଷେତ୍ରରେ ଏହି ନିଷ୍ପତ୍ତକୁ କୋହଳ କରାଯିବ ବୋଲି କହିଛନ୍ତି ସରକାର।

ନିଜ ନିର୍ଦ୍ଦେଶାନାମାରେ ସରକାର ଉଲ୍ଲେଖ କରିଛନ୍ତି, ଗହମ ରପ୍ତାନୀ ସେହି ଦେଶମାନଙ୍କୁ କରାଯାଇ ପାରିବ, ଯେଉଁଥିପାଇଁ ସରକାର ଅନୁମତି ଦେବେ। ଏପରି କ୍ଷେତ୍ରରେ ଗହମ ଆବଶ୍ୟକ କରୁଥିବା ବିକାଶଶୀଳ ଦେଶର ସରକାରଙ୍କ ଆଗ୍ରହକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ, ଯାହାଦ୍ୱାରା ସେଠାକାର ନାଗରିକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବେ।

ମୁଖ୍ୟତଃ ଆର୍ନ୍ତଜାତୀୟ ବଜାରରେ ଗହମ ମୂଲ୍ୟ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ଏଥିଯୋଗୁ ପ୍ରଭାବିତ ହେବାକୁ ଥିବା ଦେଶର ଆବଶ୍ୟକତାକୁ ଧ୍ୟାନ ଦେବେ ଭାରତ ସରକାର। ଯେଉଁମାନେ ମୂଲ୍ୟ ବୃଦ୍ଧି ଯୋଗୁ ଆବଶ୍ୟକ ଗହମ ଆମଦାନୀ କରିବାକୁ ଅକ୍ଷମ, ସେମାନଙ୍କ ନିମନ୍ତେ ଗହମ ରପ୍ତାନୀ କ୍ଷେତ୍ରରେ କୋହଳ ମନୋବୃତ୍ତି ପୋଷଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।