ଦିନକରେ ୧୩ ହଜାର ଟପିଲା ପଜିଟିଭ ସଂଖ୍ୟା, ୯୬୧ କେବଳ ଓମିକ୍ରନ

ନୂଆ ଦିଲ୍ଲୀ:  ଦିନକୁ ଦିନ ଅଣାୟତ୍ତ ହେଉଛି ଓମିକ୍ରନ । ମାରୁଛି ଲଙ୍ଗ ଜମ୍ପ । ୨ ଦିନ ଭିତରେ ଦେଶରେ ସଂକ୍ରମଣ ଦୁଇ ଗୁଣା ହୋଇ ସାରିଲାଣି।  ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୧୦ ହଜାର ଟପିଲା । ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୧୩,୧୫୪ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି। ସେଥିମଧ୍ୟରୁ ୯୬୧ ଓମିକ୍ରନ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଗତକାଲି ୯,୧୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୪ ହଜାରରୁ ଅଧିକ ଆକ୍ରାନ୍ତ […]

omicron

omicron

Niharika Rout
  • Published: Thursday, 30 December 2021
  • Updated: 30 December 2021, 11:11 AM IST

Sports

Latest News

ନୂଆ ଦିଲ୍ଲୀ:  ଦିନକୁ ଦିନ ଅଣାୟତ୍ତ ହେଉଛି ଓମିକ୍ରନ । ମାରୁଛି ଲଙ୍ଗ ଜମ୍ପ । ୨ ଦିନ ଭିତରେ ଦେଶରେ ସଂକ୍ରମଣ ଦୁଇ ଗୁଣା ହୋଇ ସାରିଲାଣି।  ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୧୦ ହଜାର ଟପିଲା ।

ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୧୩,୧୫୪ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି। ସେଥିମଧ୍ୟରୁ ୯୬୧ ଓମିକ୍ରନ ଆକ୍ରାନ୍ତ ବୋଲି ଜଣାପଡ଼ିଛି।

ଗତକାଲି ୯,୧୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ ସଂଖ୍ୟାରେ ପ୍ରାୟ ୪୪% ବୃଦ୍ଧି ହୋଇଛି, ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।  ଆଜି ଦେଶରେ ୨୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ସମୁଦାୟ ୯୬୧ ଓମିକ୍ରନ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୨୬୩ ଦିଲ୍ଲୀରୁ ଓ ୨୫୨ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ସମଗ୍ର ଦେଶରେ ଆକ୍ଟିଭ କେସ୍‌ ୮୨,୪୦୨ରେ ପହଞ୍ଚିଛି ।

ଦେଶର ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ ମାମଲା ପୂର୍ବରୁ ସାମନାକୁ ଆସିଥିବା ବେଳେ ଏବେ ପଞ୍ଜାବରେ ଏଣ୍ଟ୍ରି ମାରିଛି ଏହି ଭାରିଆଣ୍ଟ। ମହାରାଷ୍ଟ୍ରରେ ଏ ଯାବତ ୨୫୨ ଓମିକ୍ରନ ମାମଲା ସାମନାକୁ ଆସିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ସଂଖ୍ୟା ୨୭୬ରେ ପହଞ୍ଚିଛି। ଏହାବାଦ ରାଜସ୍ଥାନରେ ୬୯, ଗୁଜରାଟରେ ୯୭, ଆନ୍ଧ୍ରରେ ୧୬, ପଞ୍ଚିମବଙ୍ଗରେ ୧୧,  କର୍ଣ୍ଣାଟକରେ ୪୩, ଓଡ଼ିଶାରେ ୯, ଉତ୍ତର ପ୍ରଦେଶରେ ୩ରେ ପହଞ୍ଚିଛି ଏହି ସଂଖ୍ୟା ।

ଏହା ମଧ୍ୟରେ ପଞ୍ଜାବରେ  ଧସେଇ ପଶିଛି ଓମିକ୍ରନ । ପଞ୍ଜାବର ୩୬ ବର୍ଷୀୟ ଜଣେ ଯୁବକ ଗତ ୪ ତାରିଖରେ ସ୍ପେନ୍‌ରୁ ଫେରିଥିଲେ। ଭାରତ ପହଞ୍ଚିବା ପରେ ତାଙ୍କ ଯାଞ୍ଚ ହୋଇଥିବା ବେଳେ ସେ ସଂକ୍ରମିତ ଥିବା ନେଇ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ଏହାପରେ ସେ ନିଜ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ। ହେଲେ ଗତ ୧୨ ତାରିଖରେ ତାଙ୍କର ପୁଣି ଥରେ ଟେଷ୍ଟ ହୋଇଥିବା ବେଳେ ସେ ପଜିଟିଭ ଥିବା ଜଣାପଡ଼ିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଜିନମ ସିକ୍ୟୁଏନ୍ସିଂ ପାଇଁ ପଠା ଯାଇଥିଲା। ଯେଉଁଥିରୁ ସେ ଓମିକ୍ରନ ପଜିଟିଭ ବୋଲି ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୭,୪୮୬ ଜଣଙ୍କୁ ଡିସଚାର୍ଜ କରାଯାଇଛି, ଯାହାକି ସମୁଦାୟ ସୁସ୍ଥ ହାରର ୯୮.୪୦ ପ୍ରତିଶତ। ୨୦୨୦ ମାର୍ଚ୍ଚ ପରଠୁ ଏହା ସବୁଠୁ ଅଧିକ ସୁସ୍ଥ ହାର। ଦେଶରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩,୪୨,୫୮, ୭୭୮ରେ ପହଞ୍ଚିଲାଣି। ସମଗ୍ର ଦେଶରେ ଏ ଯାବତ ୧୪୩.୮୩ କୋଟି ଟିକାକରଣ ସରିଛି। ସମଗ୍ର ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪,୮୦,୮୬୦ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos