୧୨ ସାଂସଦ ନିଲମ୍ବିତ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ହଟ୍ଟଗୋଳ ପାଇଁ ଶୀତ ଅଧିବେଶନରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟଙ୍କୁ ଗୃହର ନିଲମ୍ବିତ କରିଛନ୍ତି। ନିଲମ୍ବିତ ସାଂସଦମାନେ ଶୀତ ଅଧିବେଶନ ଶେଷ ନ ହେବା ଯାଏ ରାଜ୍ୟସଭାରେ ପ୍ରବେଶ କରିପାରିବେ ନାହିଁ। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ, ଦୁଇ ଜଣ ଟିଏମସି, ୨ ଜଣ ଶିବସେନା ଓ ସିପିଏମ ଓ ସିପିଆଇରୁ ଜଣେ ଲେଖାଏ […]

parliament

parliament

Tapas Behera
  • Published: Monday, 29 November 2021
  • Updated: 30 November 2021, 12:27 PM IST

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ହଟ୍ଟଗୋଳ ପାଇଁ ଶୀତ ଅଧିବେଶନରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟଙ୍କୁ ଗୃହର ନିଲମ୍ବିତ କରିଛନ୍ତି। ନିଲମ୍ବିତ ସାଂସଦମାନେ ଶୀତ ଅଧିବେଶନ ଶେଷ ନ ହେବା ଯାଏ ରାଜ୍ୟସଭାରେ ପ୍ରବେଶ କରିପାରିବେ ନାହିଁ।

ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ, ଦୁଇ ଜଣ ଟିଏମସି, ୨ ଜଣ ଶିବସେନା ଓ ସିପିଏମ ଓ ସିପିଆଇରୁ ଜଣେ ଲେଖାଏ ଅଛନ୍ତି। ସମ୍ପୃକ୍ତ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା  କରିବା ସହ ଗୃହ କାର୍ଯ୍ୟକୁ ବାଧାପ୍ରାପ୍ତ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୌସୁମୀ ଅଧିବେଶନର ଶେଷ ଦିନରେ ନିଲମ୍ବିତ ସାଂସଦମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ। ଏପରି ଗୃହର ମାର୍ଶଲଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ଭଳି ସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରି ଏମଏସପି ଉପରେ ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ।

ନିଲମ୍ବିତ ହୋଇଥିବା ରାଜ୍ୟସଭା ସଦସ୍ୟଙ୍କ ତାଲିକା

  1. Elamaram Kareem (CPM)
  2. Phulo Devi Netam (INC)
  3. Chhaya Verma (INC)
  4. Ripun Bora (INC)
  5. Binoy Viswam (CPI)
  6. Rajamani Patel (INC)
  7. Dola Sen (TMC)
  8. Shanta Chhetri (TMC)
  9. Syed Nasir Hussain (INC)
  10. Priyanka Chaturvedi (Shiv Sena)
  11. Anil Desai (Shiv Sena)
  12. Akhilesh Prasad Singh (INC)

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos