ପୁଲିସ ଗୁଳିରେ ୨ ବ୍ୟବସାୟୀ ନିହତ, ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉ ଥିଲେ

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷା ବାହିନୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଅପରେସନ୍ ଚାଲୁଥିଲା ବେଳେ ଦୁଇ ବ୍ୟବସାୟୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଏବଂ ସମ୍ପୃକ୍ତ ବ୍ୟବସାୟୀମାନେ ଆତଙ୍କବାଦୀଙ୍କ ସମର୍ଥକ ବୋଲି ପୁଲିସ  କହିଛି।  ନିହତ ଦୁଇ ବ୍ୟବସାୟୀ ହେଲେ ଡ. ମୁଦାସିର ଗୁଲ ଏବଂ ଆଲତାଫ ଭଟ୍ଟ।  ହାଇଦରପୋରରେ ମାର୍କେଟ କମର୍ସିଆଲ କମ୍ପ୍ଲେକ୍ସରେ ଏମାନଙ୍କ ଦୋକାନ ଥିଲା । ଯେଉଁଠି ଗତ ସନ୍ଧ୍ୟାରେ ଏନକାଉଣ୍ଟର ହୋଇଥିଲା । […]

iop

iop

Tapas Behera
  • Published: Tuesday, 16 November 2021
  • Updated: 16 November 2021, 04:50 PM IST

Sports

Latest News

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷା ବାହିନୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଅପରେସନ୍ ଚାଲୁଥିଲା ବେଳେ ଦୁଇ ବ୍ୟବସାୟୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଏବଂ ସମ୍ପୃକ୍ତ ବ୍ୟବସାୟୀମାନେ ଆତଙ୍କବାଦୀଙ୍କ ସମର୍ଥକ ବୋଲି ପୁଲିସ  କହିଛି।  ନିହତ ଦୁଇ ବ୍ୟବସାୟୀ ହେଲେ ଡ. ମୁଦାସିର ଗୁଲ ଏବଂ ଆଲତାଫ ଭଟ୍ଟ।  ହାଇଦରପୋରରେ ମାର୍କେଟ କମର୍ସିଆଲ କମ୍ପ୍ଲେକ୍ସରେ ଏମାନଙ୍କ ଦୋକାନ ଥିଲା । ଯେଉଁଠି ଗତ ସନ୍ଧ୍ୟାରେ ଏନକାଉଣ୍ଟର ହୋଇଥିଲା ।

ପେଶାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ମୁଦସିର ଗୁଲଙ୍କ ଏକ କମ୍ପ୍ୟୁଟର ସେଣ୍ଟର ଚଳାଉଥିଲେ। ଅଲତାଫ୍ ଭଟ୍ଟ କମର୍ସିଆଲ  କମ୍ପ୍ଲେକ୍ସର ମାଲିକ ଥିଲେ । ତାଙ୍କର ସେଠାରେ ଏକ ହାର୍ଡୱେର୍ ଷ୍ଟୋର ଏବଂ ସିମେଣ୍ଟ ଦୋକାନ ମଧ୍ୟ ଥିଲା।  ଅନ୍ୟପଟେ  ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଛି ବୋଲି ମୁଫତି ଅଭିଯୋଗ କରିଛନ୍ତି।  ଅନ୍ତିମ ସଂସ୍କାର ପାଇଁ ମୃତ ଦେହକୁ ପରିବାର ଲୋକେ ଦାବି କରିଥିଲେ ମଧ୍ୟ ଦିଆଯାଇ ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତି ଥିବାରୁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ପୁଲିସ କହିଛି।

ଶ୍ରୀନଗରଠାରୁ ୧୦୦କିମି ଦୂର ଉତ୍ତର କଶ୍ମୀରର ହାଣ୍ଡୱାରା ଅଞ୍ଚଳରେ ଏହି ୪ଟି ମୃତଦେହକୁ କବର ଦିଆଯାଇଥିବା ପୁଲିସ କହିଛି। ଏନକାଉଣ୍ଟର ସ୍ଥାନରୁ ଦୁଇଟି ପିସ୍ତଲ ଜବତ କରାଯାଇଛି ଏବଂ କମର୍ସିଆଲ କମ୍ପ୍ଲେକ୍ସରେ ଚାଲୁଥିବା କଲ୍ ସେଣ୍ଟରକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉ ଥିଲା ବୋଲି ପୋଲିସ କହିଛି। ପୁଲିସ କହିଛି ଯେ ଉଭୟ ବ୍ୟବସାୟୀ ପ୍ରଥମେ ଆହତ ହୋଇଥିଲେ ଏବଂ ପରେ କ୍ରସ ଫୟାରିଂରେ ସେମାନଙ୍କ  ମୃତ୍ୟୁ  ଘଟିଥିଲା। ଗତ କିଛି ମାସ ହେବ ଶ୍ରୀନଗରରେ ବାରମ୍ବାର ଆତଙ୍କବାଦ କାର୍ଯ୍ୟକଳାପ ଜାରି ରହିଛି।  ରବିବାର ସନ୍ଧ୍ୟାରେ ଶ୍ରୀନଗରର ଡାଉନ୍ ଟାଉନ୍ ଅଞ୍ଚଳରେ ଆତଙ୍କବାଦୀ ଗୁଳିରେ ଜଣେ ପୁଲିସ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos