ବିଜେପି ବିଧାୟକଙ୍କ ଜନ୍ମଦିନ ପାର୍ଟିରେ ରକ୍ତାକ୍ତ ସଂଘର୍ଷ: ଚାଲିଲା ଗୁଳି, ୨ ମୃତ

ଭୋପାଲ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଆୟୋଜିତ ବିଜେପି ବିଧାୟକଙ୍କ ଜନ୍ମ ପାର୍ଟିରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏପରି କି ପରିସ୍ଥିତି ଏତେ ଭୟଙ୍କର ହୋଇଥିଲା ଯେ ସେଠାରେ ଗୁଳି ମଧ୍ୟ ଚାଲିଥିଲା। ଗୁଳିମାଡ଼ରେ ଜଣେ ଓ ଆଉ ଜଣଙ୍କୁ କିଛି ଲୋକ ପିଟିପିଟି ମାରି ଦେଇଛନ୍ତି। ଘଟଣାଟି ବନୱର ଗାଁରେ ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘଟିଛି। ଏଠାରେ ଜାବେରାର ବିଜେପି ବିଧାୟକ ଧର୍ମେନ୍ଦ୍ର ସିଂହ ଲୋଧିଙ୍କ ଜନ୍ମ ଉତ୍ସବ ପାଳନ […]

BJP1

BJP1

Hemant Lenka
  • Published: Saturday, 06 March 2021
  • Updated: 06 March 2021, 05:05 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଆୟୋଜିତ ବିଜେପି ବିଧାୟକଙ୍କ ଜନ୍ମ ପାର୍ଟିରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏପରି କି ପରିସ୍ଥିତି ଏତେ ଭୟଙ୍କର ହୋଇଥିଲା ଯେ ସେଠାରେ ଗୁଳି ମଧ୍ୟ ଚାଲିଥିଲା। ଗୁଳିମାଡ଼ରେ ଜଣେ ଓ ଆଉ ଜଣଙ୍କୁ କିଛି ଲୋକ ପିଟିପିଟି ମାରି ଦେଇଛନ୍ତି।

ଘଟଣାଟି ବନୱର ଗାଁରେ ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘଟିଛି। ଏଠାରେ ଜାବେରାର ବିଜେପି ବିଧାୟକ ଧର୍ମେନ୍ଦ୍ର ସିଂହ ଲୋଧିଙ୍କ ଜନ୍ମ ଉତ୍ସବ ପାଳନ କରାଯାଉଥିଲା। ତେବେ ପାର୍ଟିରେ ଯୋଗଦେଇଥିବାର କିଛି ଲୋକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବାରୁ ଦୁଇ ଜଣଙ୍କ ମୃତ୍ୟ ଘଟିଥିବା ସ୍ଥାନୀୟ ଏସ୍‌ପି ହେମନ୍ତ ଚୌହାନ କହିଛନ୍ତି।

ସେ ଆହୁରି କହିଛନ୍ତି, ମୃତ ଦୁଇ ଜଣ ହେଲେ ୩୦ ବର୍ଷୀୟ ଯୋଗେନ୍ଦ୍ର ସିଂହ ଓ ଅରବିନ୍ଦ ଝା। ଯୋଗେନ୍ଦ୍ର ଗୁଳି ମାଡ଼ରେ ପ୍ରାଣ ହରାଇଥିବା ବେଳେ ଅରବିନ୍ଦଙ୍କୁ କିଛି ଲୋକ ପଥର, କାଠ ଫାଳିଆ ଏବଂ ରଡ୍‌ରେ ପିଟିପିଟି ମାରି ଦେଇଛନ୍ତି। ଅରବିନ୍ଦ ଉକ୍ତ ପାର୍ଟିରେ ବିଧାୟକଙ୍କ ପ୍ରତିନିଧି ଭାବେ ଯୋଗଦେଇଥିବା ବେଳେ ଅତିଥି ଭାବେ ଯୋଗେନ୍ଦ୍ର ସିଂହ ଏଠାକୁ ଆସିଥିଲେ। ଘଟଣା ବେଳେ ବିଧାୟକ ଧର୍ମେନ୍ଦ୍ର ସିଂହ ଲୋଧି ଉପସ୍ଥିତ ନଥିଲେ। ତେବେ କ’ଣ ପାଇଁ ସଂଘର୍ଷ ଘଟିଲା, ସେ ବିଷୟରେ ହେମନ୍ତ ଚୌହାନ କିଛି କହିନାହାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସକାଳ ୯.୩୦ରେ ଦାମୋହକୁ ଆସିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତଥାପି କେମିତି ବିଧାୟକଙ୍କ ଜନ୍ମ ଦିନ ପାର୍ଟିରେ ଏମିତି ଘଟଣା ଘଟିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story