ଅକ୍ସିଜେନ ମାଗିବାରୁ ଦୁଇ ଚାପୁଡ଼ା ଦେବେ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ, ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଓ ଅକ୍ସିଜେନ ସଙ୍କଟ ଭିତରେ ବିଚଳିତ କରିବା ଭଳି ଘଟଣା ଘଟିଛି। କୋରାନାରେ ଆକ୍ରାନ୍ତ ନିଜ ମା’ଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଯୋଗାଡ଼ କରିବାକୁ ଜଣେ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଥିଲେ। ଏହାର ଜବବାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ତାଙ୍କୁ ସର୍ବସମ୍ମୁଖରେ ଦି’ ଚାପୁଡ଼ା ଦେବେ ବୋଲି କହିଛନ୍ତି। ଏହାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଏହାକୁ ନେଇ ବିବାଦ ବଢ଼ିବାରୁ କେନ୍ଦ୍ରମନ୍ତ୍ରୀଙ୍କ ଅଫିସରୁ ସଫେଇ ଦିଆଯାଇଛି। ଅକ୍ସିଜେନ […]

Oxygen1

Oxygen1

Hemant Lenka
  • Published: Thursday, 22 April 2021
  • Updated: 22 April 2021, 08:39 PM IST

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଓ ଅକ୍ସିଜେନ ସଙ୍କଟ ଭିତରେ ବିଚଳିତ କରିବା ଭଳି ଘଟଣା ଘଟିଛି। କୋରାନାରେ ଆକ୍ରାନ୍ତ ନିଜ ମା’ଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଯୋଗାଡ଼ କରିବାକୁ ଜଣେ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଥିଲେ। ଏହାର ଜବବାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ତାଙ୍କୁ ସର୍ବସମ୍ମୁଖରେ ଦି’ ଚାପୁଡ଼ା ଦେବେ ବୋଲି କହିଛନ୍ତି। ଏହାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ଏହାକୁ ନେଇ ବିବାଦ ବଢ଼ିବାରୁ କେନ୍ଦ୍ରମନ୍ତ୍ରୀଙ୍କ ଅଫିସରୁ ସଫେଇ ଦିଆଯାଇଛି। ଅକ୍ସିଜେନ ମାଗୁଥିବା ବ୍ୟକ୍ତି ଜଣଙ୍କ ଡାକ୍ତର ଓ ନର୍ସଙ୍କ ନାଁରେ ଅପଶବ୍ଦ ପ୍ରୟୋଗ କରିବାକୁ ଚେଷ୍ଟା କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ତାଗିଦ କରିଥିଲେ ବୋଲି ତାଙ୍କ ଅଫିସ ପକ୍ଷରୁ କୁହାଯାଇଛି।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି, “ହସ୍ପିଟାଲ କର୍ତ୍ତୃପକ୍ଷ ଆମକୁ ଠକିବାକୁ ଚେଷ୍ଟା କରୁଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ହୋଇ ମୋ ମା’ ୩୬ ଘଣ୍ଟା ହେଲା ହସ୍ପିଟାଲରେ ଭର୍ତ୍ତି ହୋଇଛି। ସେମାନେ(ହସ୍ପିଟାଲ) ଆମକୁ ଅକ୍ସିଜେନ ସିଲିଣ୍ଡର ଦେବେ ବୋଲି କହିଥିଲେ। ହେଲେ ଏଯାଏ ଆମକୁ ସିଲିଣ୍ଡର ମିଳିନାହିଁ। କାହିଁକି ସେମାନେ ଅକ୍ସିଜେନ ଦେଇପାରିବେ ନାହିଁ ବୋଲି ସିଧାସଳଖ କହୁନାହାନ୍ତି?”

ମଧ୍ୟପ୍ରଦେଶର ଦାମୋହ ସ୍ଥିତ ହସ୍ପିଟାଲ ବାହାରେ ଏହି ଘଟଣା ଘଟିଛି। ଅକ୍ସିଜେନ ପାଇଁ ଡହଳ ବିକଳ ହେଉଥିବା ବ୍ୟକ୍ତି ଜଣଙ୍କ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ପାଖରେ ପାଇ ନିଜ ଅଭିଯୋଗ ବିଷୟରେ ଜଣାଇଥିଲେ। ତେବେ ମନ୍ତ୍ରୀ ଏହାର ଜବାବରେ କହିଥିଲେ ଯେ “ଏମିତି କହିବୁ ଯଦି ଦି’ ଚାପୁଡ଼ା ଖାଇବୁ।” ଏହାଶୁଣି ବ୍ୟକ୍ତି ଜଣଙ୍କ କହିଥିଲେ, “ନିଶ୍ଚିତ। ଏହି ଚାପୁଡ଼ା ହିଁ ମୁଁ ପାଇବି। ମୋ ମା’ ସେଠାରେ ପଡ଼ି ରହିଛି।”

ମନ୍ତ୍ରୀ ଆହୁରି କହିଥିଲେ ଯେ “କ’ଣ ତୁମକୁ କେହି ଅକ୍ସିଜେନ ସିଲିଣ୍ଡର ଦେବାକୁ ମନା କରିଛନ୍ତି?” ବ୍ୟକ୍ତି ଜଣଙ୍କ କହିଥିଲେ, “ହଁ। ସେମାନେ ମନା କରିଛନ୍ତି। ଆମେ କେବଳ ଗୋଟିଏ ସିଲିଣ୍ଡର ୫ ମିନିଟ୍ ପାଇଁ ପାଇଥିଲୁ। ଏହାଠାରୁ ଭଲ ସେମାନେ ସିଲିଣ୍ଡର ଦେଇପାରିବେ ନାହିଁ ବୋଲି ଆମକୁ କହିପାରିବେ।”

ଘଟଣା ପରେ ମଧ୍ୟପ୍ରଦେଶ ସରକାର ତାଙ୍କ ପାଖରେ ଆବଶ୍ୟକତା ଠାରୁ ଅଧିକ ଅକ୍ସିଜାନ ରହିଛି ବୋଲି କହିଛନ୍ତି। ଗତ ୨୪ ଘଣ୍ଟାରେ ଦାମୋହରେ ୩୩୨୦ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story