Advertisment

ଖଟ୍ଟର ସରକାରଙ୍କୁ ଝଟ୍‌କା, ଚାକିରିରେ ୭୫% ସଂରକ୍ଷଣ ଉପରେ ରୋକ୍‌

ଚଣ୍ଡିଗଡ: ହରିୟାଣାର ଖଟ୍ଟର ସରକାରଙ୍କୁ ହାଇକୋର୍ଟଙ୍କ ଝଟ୍‌କା। ଘରୋଇ ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣ ଉପରେ ରୋକ ଲଗାଇଲେ ହରିୟାଣା-ପଞ୍ଜାବ ହାଇକୋର୍ଟ। ଘରୋଇ କ୍ଷେତ୍ରରେ ହରିୟାଣା ବାସିନ୍ଦାଙ୍କ ପାଇଁ ୭୫% ସଂରକ୍ଷଣ ଦେବାକୁ କଟ୍ଟର ସରକାର ଘୋଷଣା କରିଥିଲେ। ଗୁରୁଗ୍ରାମ ଶିଳ୍ପ ସଂଘ ହାଇକୋର୍ଟରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା। ଗୁରୁବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରି ହରିୟାଣା ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ଏନେଇ ହରିୟାଣା ସରକାରଙ୍କୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଜୁଲାଇ ୧ ରୁ ୧୨ ଘଣ୍ଟା ଡ୍ୟୁଟି, ଦରମାରେ ପରିବର୍ତ୍ତନ !

Job

ଚଣ୍ଡିଗଡ: ହରିୟାଣାର ଖଟ୍ଟର ସରକାରଙ୍କୁ ହାଇକୋର୍ଟଙ୍କ ଝଟ୍‌କା। ଘରୋଇ ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣ ଉପରେ ରୋକ ଲଗାଇଲେ ହରିୟାଣା-ପଞ୍ଜାବ ହାଇକୋର୍ଟ। ଘରୋଇ କ୍ଷେତ୍ରରେ ହରିୟାଣା ବାସିନ୍ଦାଙ୍କ ପାଇଁ ୭୫% ସଂରକ୍ଷଣ ଦେବାକୁ କଟ୍ଟର ସରକାର ଘୋଷଣା କରିଥିଲେ। ଗୁରୁଗ୍ରାମ ଶିଳ୍ପ ସଂଘ ହାଇକୋର୍ଟରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା। ଗୁରୁବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରି ହରିୟାଣା ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ଏନେଇ ହରିୟାଣା ସରକାରଙ୍କୁ ଜବାବ ମଧ୍ୟ ମାଗିଛନ୍ତି।

Advertisment

ଆବେଦନକାରୀ କୋର୍ଟରେ କହିଛନ୍ତି ଯେ ଘରୋଇ କ୍ଷେତ୍ରରେ ଲୋକଙ୍କୁ ଯୋଗ୍ୟତା ଏବଂ ଦକ୍ଷତା ଆଧାରରେ ଚାକିରି ଦିଆଯାଉଛି। ଯଦି କର୍ମଚାରୀ ଚୟନ କରିବାର ଅଧିକାର ଘରୋଇ କମ୍ପାନୀରୁ ଛଡ଼ାଇ ନିଆଯାଏ ତେବେ ସେମାନେ କିପରି ସେମାନଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇ ପାରିବେ।

ଆବେଦନରେ କୁହାଯାଇଛି ଯେ, ହରିୟାଣା ସରକାରଙ୍କ ଏହି ନିଷ୍ପତ୍ତି ଯୋଗ୍ୟ ଲୋକଙ୍କ ଅଧିକାରର ଉଲ୍ଲଂଘନ କରୁଛି। ଏହି ନିଷ୍ପତ୍ତି ସେହି ଶିକ୍ଷିତ ଯୁବକମାନଙ୍କ ଅଧିକାରର ଉଲ୍ଲଂଘନ, ଯେଉଁମାନେ ନିଜ ପ୍ରତିଭା ଆଧାରରେ ଦେଶର ଯେକୌଣସି ସ୍ଥାନରେ କାମ କରିବାକୁ ସ୍ୱତନ୍ତ୍ର ଅଟନ୍ତି। ଗୁରୁଗ୍ରାମ ଇଣ୍ଡଷ୍ଟ୍ରିଆଲ୍ ଆସୋସିଏସନ୍ର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ଏହି ଆଇନର କାର୍ଯ୍ୟକାରିତା ଘରୋଇ କ୍ଷେତ୍ରକୁ କ୍ଷତି ପହଞ୍ଚାଇବ ଏବଂ ହରିୟାଣାରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହି ନିୟମ ହରିୟାଣାର ବିକାଶରେ କ୍ଷତି ପହଞ୍ଚାଇବ। ଏଥିସହ ଲୋକମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଇପାରନ୍ତି।

Advertisment

ସୂଚନା ମୁତାବକ, ନିକଟରେ କଟ୍ଟର ସରକାର ସହଯୋଗୀ ଦଳ ଦୁଷ୍ୟନ୍ତ ଚୌଟାଲଙ୍କ ଜନନାୟକ ଜନତା ପାର୍ଟି (ଜେଜେପି) ଦେଇଥିବା ଏକ ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ରାଜ୍ୟରେ ଘରୋଇ କ୍ଷେତ୍ରର ଚାକିରିରେ ସ୍ଥାନୀୟ ଲୋକଙ୍କୁ ୭୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ପରେ ଉପମୁଖ୍ୟମନ୍ତ୍ରୀ ଦୁଶାନ୍ତ ଚୌଟାଲା ରବିବାର ଦିନ ଏହି ଆଇନର କାର୍ଯ୍ୟକାରିତାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ, ବର୍ତ୍ତମାନଠାରୁ ରାଜ୍ୟ ପ୍ରାଥମିକତା ମଧ୍ୟରେ ପ୍ରତିଷ୍ଠିତ ଘରୋଇ କ୍ଷେତ୍ର କମ୍ପାନୀ, ଅନୁଷ୍ଠାନ, ଟ୍ରଷ୍ଟ, ସୋସାଇଟି ଏବଂ ଶିଳ୍ପ ଯୁବକମାନଙ୍କ ପାଇଁ ଏହା ଏକ ଐତିହାସିକ ଦିନ। ଚାକିରିରେ ରାଜ୍ୟର ଯୁବକମାନଙ୍କୁ ସୁଯୋଗ ଦିଆଯିବ।