ପଶ୍ଚିମଗୋଦାବରୀ: କେନାଲକୁ ଏକ ବସ୍ ଖସିପଡ଼ିବାରୁ ୫ ଜଣ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ରାଜ୍ୟ ସଡକ ପରିବହନ ନିଗମର ଏହି ବସ୍ଟି ବୁଧବାର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଦମକଳବାହିନୀ ଓ ପୁଲିସ ଟିମ୍ ପହଞ୍ଚିଛି।
ଉକ୍ତ ବସ୍ରେ ୪୭ ଜଣ ଯାତ୍ରୀ ଥିଲା ବେଳେ ଜାଲେରୁ ୱାଗୁ କେନାଲରେ ବସ୍ଟି ଖସିପଡ଼ିଲା। ମୃତକଙ୍କ ମଧ୍ୟରେ ଡ୍ରାଇଭର ଅଛନ୍ତି । ବସ୍ଟି ଆସୱାରୋପେଟା ଠାରୁ ଜାଙ୍ଗାରେଡିଗୁଡେମ୍ ଯାଉଥିଲା ପଶ୍ଚିମ ଗୋଦାବରୀ ଜିଲ୍ଲାର ଜାଙ୍ଗାରେଡିଗୁଡେମ ମଣ୍ଡଳର ଜାଲେରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।
ଆହତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ରାଜ୍ୟପାଳ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।