'ବିକିନି ଗାର୍ଲ'ଙ୍କୁ ଟିକେଟ୍‌ ଦେଲା କଂଗ୍ରେସ

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ। ଚୌକି ହାତେଇବା ପାଇଁ ଅଣ୍ଟା ଭିଡିଲେଣି ସବୁ ଦଳ। କରୋନା କଟକଣା ପାଇଁ ପ୍ରଚାର ବନ୍ଦ ହୋଇଥିଲେ ବି ସୋଶାଲ ମିଡିଆରେ ଚାଲିଛି ଜୋରସୋରରେ ପ୍ରଚାର। ଏହାରି ଭିତରେ କଂଗ୍ରସେ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଗୁରୁବାର ଦିନ ତା’ର ୧୨୫ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି। ଏହି ଲିଷ୍ଟରେ କଂଗ୍ରେସ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛି। ଏହି ୪୦ ପ୍ରତିଶତ ମହିଳାଙ୍କ ତାଲିକାରେ ‘ବିକିନି ଗାର୍ଲ’ଙ୍କ ନାଁ […]

archana gautam

archana gautam

Madhupriya Mistry
  • Published: Thursday, 13 January 2022
  • Updated: 13 January 2022, 05:45 PM IST

Sports

Latest News

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ। ଚୌକି ହାତେଇବା ପାଇଁ ଅଣ୍ଟା ଭିଡିଲେଣି ସବୁ ଦଳ। କରୋନା କଟକଣା ପାଇଁ ପ୍ରଚାର ବନ୍ଦ ହୋଇଥିଲେ ବି ସୋଶାଲ ମିଡିଆରେ ଚାଲିଛି ଜୋରସୋରରେ ପ୍ରଚାର। ଏହାରି ଭିତରେ କଂଗ୍ରସେ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଗୁରୁବାର ଦିନ ତା'ର ୧୨୫ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି। ଏହି ଲିଷ୍ଟରେ କଂଗ୍ରେସ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛି। ଏହି ୪୦ ପ୍ରତିଶତ ମହିଳାଙ୍କ ତାଲିକାରେ 'ବିକିନି ଗାର୍ଲ'ଙ୍କ ନାଁ ମଧ୍ୟ ରହିଛି।

ବିକିନି ଗାର୍ଲ ରୂପେ ପରିଚିତ ଅଭିନେତ୍ରୀ ଅର୍ଚ୍ଚନା ଗୌତମଙ୍କୁ ମିଳିଛି କଂଗ୍ରେସର ନିର୍ବାଚନୀ ଟିକେଟ୍‌। ମେରଠ ହସ୍ତିନାପୁରରୁ ତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ତାଙ୍କ ଉପରେ ଭରସା କରି ଏହି ଟିକେଟ ତାଙ୍କୁ ଦେଇଛନ୍ତି। ତେବେ ଏହି ଅର୍ଚ୍ଚନା ଗୌତମ କିଏ?

अर्चना गौतम

ଅର୍ଚ୍ଚନା ଗୌତମ ପେଶାରେ ଜଣେ ଅଭିନେତ୍ରୀ, ମଡେଲ ଓ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଜେତା ମଧ୍ୟ। ୨୦୧୪ରେ ଅର୍ଚ୍ଚନା ମିସ୍ ଉତ୍ତରପ୍ରଦେଶ ଟାଇଟଲ ହାତେଇ ଥିଲେ।  ଏହା ପରେ ସେ 'ମିସ୍ ବିକିନି ଇଣ୍ଡିଆ, ମିସ୍ ବିକିନି ୟୁନିଭର୍ସ ଇଣ୍ଡିଆ ଏବଂ ମିସ୍ ବିକିନି ୟୁନିଭର୍ସ'ର ବିଜେତା ହୋଇଥିଲେ। ସେ ମିସ୍ କସ୍ମୋସ୍ ୱାର୍ଲ୍ଡ ୨୦୧୮ ରେ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ।

ଅର୍ଚ୍ଚନା ଗୌତମ ମେରଠର IIMTରୁ BJMCରେ ଡିଗ୍ରୀ ହାସଲ କରିଛନ୍ତି। ସେ ମୋଷ୍ଟ ଟ୍ୟାଲେଣ୍ଟ ୨୦୧୮ର ଟାଇଟଲ ମଧ୍ୟ ଜିତିଛନ୍ତି। ସେ ୨୦୧୫ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ ପାଦ ରଖିଥିଲେ ଅର୍ଚ୍ଚନା। ସେଠାରେ ସେ ବିକିନି ଗାର୍ଲ ରୂପେ ବେଶ୍‌ ପ୍ରସିଦ୍ଧ।

ମାଲେସିଆରେ ମିସ୍ ଟ୍ୟାଲେଣ୍ଟ୍ ୨୦୧୮ ଟାଇଟଲ ଜିତିବା ପରେ ଅର୍ଚ୍ଚନାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିଲା। ଏହା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା। ଏହି ବ୍ୟୁଟି ପ୍ରତିଯୋଗିତା ଜିତିବା ପରଠାରୁ ଅର୍ଚ୍ଚନା ମଡେଲିଂ ଦୁନିଆରେ ସକ୍ରିୟ ଅଛନ୍ତି। ଏଥିସହ ସେ ଅନେକ ବିଜ୍ଞାପନରେ ମଧ୍ୟ ଅଭିନୟ କରି ସାରିଛନ୍ତି।

Archana Gautam Wiki, Biography, Age, Boyfriend, Facts and More

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos