ନୂଆଦିଲ୍ଲୀ: ବନ୍ଧୁକ ଚାଳନାରେ ବିଶେଷଜ୍ଞ ତଥା ଇଣ୍ଟିଗ୍ରେଟେଡ୍ ଥିଏଟର କମାଣ୍ଡର ଆଡଭୋକେଟ୍ ଭାବେ ପରିଚିତ ଆଡମିରାଲ୍ ଆର. ହରି କୁମାର ନୌସେନାରେ ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡମିରାଲ କରମ୍ବିର ସିଂଙ୍କ ଅବସର ପରେ ଆଡମିରାଲ୍ ଆର. ହରି କୁମାର ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତୀୟ ନୌସେନାରେ କରମବିର ସିଂ ୪୧ ବର୍ଷ ଧରି ସମ୍ମାନଜକ ପଦପଦବୀରେ ସେବା ଯୋଗାଇ ଅବ୍ୟାହତି ନେଇଛନ୍ତି କରମବିର ସିଂ। ଆର. ହରି କୁମାର ହେଉଛନ୍ତି ଖଡ଼କୱାସଲାରେ ଅବସ୍ଥିତ ନ୍ୟାଶନାଲ ଡିଫେନ୍ସ ଏକାଡେମିରେ ଜଣେ ପୁରାତନ ଛାତ୍ର।
ଏହି ମର୍ଯ୍ୟାଦାଜନକ ପଦବିରେ ଅବସ୍ଥାପିତ ପରେ ନିଜକୁ ଗର୍ବିତ ମନେ କରିଛନ୍ତି ଆର ହରି କୁମାର । ସେ କହିଛନ୍ତି ଯେ , ଏହି ପଦ ତାଙ୍କ ପାଇଁ ବେଶ ଗର୍ବର ବିଷୟ । ଜାତୀୟ ସାମୁଦ୍ରିକ ସୁରକ୍ଷା ପାଇଁ ଭାରତୀୟ ନେଭି ବେଶ ତତ୍ପର ଏବଂ ଚ୍ୟାଲେଞ୍ଜର ବୋଲି ସେ କହିଛନ୍ତି। ଏହି ଦାୟିତ୍ୱ ଗ୍ରହଣ ବେଳେ ଦିଲ୍ଲୀରେ ସାଉଥ ବ୍ଲକରେ ତାଙ୍କୁ ଗାର୍ଡ଼ ଅଫ ଅନର ଦେଇ ସ୍ୱାଗତ କରାଯାଇଥିଲା ବୋଲି ସେ କହିଛନ୍ତି। ୧୯୮୩ ଜାନୁଆରୀ ୧ରେ ତାଙ୍କୁ ଭାରତୀୟ ନେଭିରେ ନିଯୁକ୍ତି ମିଳିଥିଲା।
୩୮ ବର୍ଷ କ୍ୟାରିଅରରେ ଆର. ହରି କୁମାର କୋଷ୍ଟ ଗାର୍ଡ଼ ସିପ୍ C-01, ନିଶାଙ୍କ ଜାହାଜ, କୋରା ରଣଭୀର ଏବଂ ଏୟାର କ୍ରାଫ୍ଟ ବହନକାରୀ ଆଇଏନଏସ ଭିରାଟର କମାମାଣ୍ଡି ଦାୟିତ୍ୱ ତୁଲାଇଛନ୍ତି। ସେହିପରି ଜଣେ ଗନେରି ବିଷେଶଜ୍ଞ ଭାବେ ଆର ହରିକୁମାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ତଥା ଫ୍ଲିଟ୍ ଅପରେଶନ ଅଫିସର , ୱେଷ୍ଟର୍ଣ୍ଣ ଫ୍ଲିଟ୍ର ଫ୍ଲିଟ୍ ଗନେରି ଅଫିସର ଭାବେ ସଫଳତାର ସହ ଦାୟିତ୍ୱ ନିଭାଇଛନ୍ତି। ସେହିପରି ଫ୍ଲାଗ ଅଫିସର ଭାବେ ସେ ଗୋଆରା ଥିବା ନାଭାଲ ୱାର କଲେଜର କମାଣ୍ଡାଣ୍ଟ ଦାୟିତ୍ୱ, ୱେଷ୍ଟର୍ଣ୍ଣ ଫ୍ଲିଟର ଫ୍ଲାଗ ଅଫିସର
ଏବଂ ନାଭାଲ୍ ହେଡକ୍ୱାର୍ଟର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।