ମୋଦିଙ୍କ ବିଏସଏଫ ଭ୍ୟାନକୁ ଅଟକାଇବେ ମମତା !

କୋଲକାତା: ବିଏସଏଫର ପରିସୀମା ବୃଦ୍ଧିକୁ ନେଇ କେନ୍ଦ୍ର ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ବିରୋଧ ତୀବ୍ର ହୋଇଛି। ପଞ୍ଜାବ ସରକାରଙ୍କ ପରେ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ବିଏସଏଫର ଏହି କ୍ଷେତ୍ରାଧିକାର ବୃଦ୍ଧିକୁ  ବିରୋଧ କରି  ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ସମାନ ପ୍ରସଙ୍ଗରେ ନଭେମ୍ବର ୧୧ରେ ପଞ୍ଜାବ ବିଧାନସଭାରେ କେନ୍ଦ୍ର ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ରୁଲ ୧୬୯ ଅନୁଯାୟୀ ବିଧାନ ସଭାରେ ଏହି ପ୍ରସ୍ତାବ […]

Mamata VS Modi

Mamata VS Modi

Tapas Behera
  • Published: Tuesday, 16 November 2021
  • Updated: 16 November 2021, 05:34 PM IST

କୋଲକାତା: ବିଏସଏଫର ପରିସୀମା ବୃଦ୍ଧିକୁ ନେଇ କେନ୍ଦ୍ର ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ବିରୋଧ ତୀବ୍ର ହୋଇଛି। ପଞ୍ଜାବ ସରକାରଙ୍କ ପରେ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ବିଏସଏଫର ଏହି କ୍ଷେତ୍ରାଧିକାର ବୃଦ୍ଧିକୁ  ବିରୋଧ କରି  ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ସମାନ ପ୍ରସଙ୍ଗରେ ନଭେମ୍ବର ୧୧ରେ ପଞ୍ଜାବ ବିଧାନସଭାରେ କେନ୍ଦ୍ର ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ରୁଲ ୧୬୯ ଅନୁଯାୟୀ ବିଧାନ ସଭାରେ ଏହି ପ୍ରସ୍ତାବ ପାରିତ ହୋଥିବର ବେଳେ ପଶ୍ଚିମବଙ୍ଗର ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ  କହିଛନ୍ତି ଯେ, କେନ୍ଦ୍ର ଏହି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଆମେ ଦାବି କରୁଛୁ।  ବିଏସଏଫର ସୀମା ବୃଦ୍ଧି ଦେଶର ସଂଘୀୟ ବ୍ୟବସ୍ଥା  ଉପରେ ଆକ୍ରମଣ ବୋଲି ସେ କହିଛନ୍ତି।

ସେପଟେ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି ବିରୋଧୀ। ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ,  ଯେତେବେଳେ ଜୁଙ୍ଗଲେମଣ୍ଡଳରୁ କେନ୍ଦ୍ର ସରକାର  କେନ୍ଦ୍ରୀୟ ସୁରକ୍ଷାବଳଙ୍କୁ ପ୍ରତ୍ୟାହର କରିବା ପାଇଁ ଚେଷ୍ଟା କରୁଥିଲେ ସେତେବେଳେ ରାଜ୍ୟ ସରକାର ବିରୋଧ କରିଥିଲେ।  ବର୍ତ୍ତମାନ ସମାନ ସରକାର ସୀମା ସୁରକ୍ଷା ବଳର  (ବିଏସଏଫ) କାର୍ଯ୍ୟକଳାପକୁ  ହିଁ ବିରୋଧ କରୁଛି।  ନୂଆ ନିୟମ ଅନୁଯାୟୀ ପୁଲିସ ଏବଂ ବିଏସଏଫ ମଧ୍ୟରେ କୌଣସି ପ୍ରକାର ବିବାଦ ଉପୁଜିବାର କାରଣ ନାହିଁ ବୋଲି ସେ କହିଛନ୍ତି।  ସୂଚନା ଅନୁଯାୟୀ, ନିକଟ ଅତୀତରେ  କେନ୍ଦ୍ର ପକ୍ଷରୁ ସୀମା ସୁରକ୍ଷା ବଳ ବା ବିଏସ୍ଏଫର କ୍ଷମତା ବୃଦ୍ଧି କରାଯାଇ ଥିଲା ।  ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ଯାଏ ବିଏସ୍ଏଫ୍ କ୍ଷମତା ବୃଦ୍ଧି ହୋଇଛି । ଏହି କ୍ଷମତା ବୃଦ୍ଧି ଯୋଗୁଁ ଏଣିକି ବିଏସ୍ଏଫ୍ ଅନ୍ତର୍ଜାତୀୟ ସୀମାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟରେ ଗିରଫ, ତଲାସୀ ଓ ଜବତ କରିପାରିବ । ଏହା ପାକିସ୍ତାନ ଓ ବାଂଲାଦେଶ ସୀମାକୁ ଲାଗିଥିବା ୩ଟି ରାଜ୍ୟରେ ଲାଗୁ ହେବ। ପାକିସ୍ତାନକୁ ଲାଗିଥିବା ପଞ୍ଜାବ ଓ ବାଂଲାଦେଶକୁ ଲାଗିଥିବା ପଶ୍ଚିମବଙ୍ଗରେ ଏବଂ ଆସାମରେ ବିଏସ୍ଏଫର ଏହି କ୍ଷମତା ପ୍ରଦାନ କରାଯାଇଛି । ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ପକାଯିବା ଘଟଣା ବିଏସ୍ଏଫର କ୍ଷମତା ବୃଦ୍ଧି କରିବାକୁ ବାଧ୍ୟ କରିଥିଲା ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇ ଥିଲା ।  ୧୦ଟି ରାଜ୍ୟରେ ଜାତୀୟ ସୁରକ୍ଷା ପ୍ରତି ବିପଦକୁ ପ୍ରତିହତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ବିଏସ୍ଏଫ୍ ସୀମା ଜଗୁଥିଲେ ବି ଅନେକ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ଅନୁପ୍ରବେଶ ଭଳି ଘଟଣା ରୋକିବାକୁ ସମର୍ଥ ହୋଇପାରୁନି । ଏଣୁ କ୍ଷମତା ପରିସର ବୃଦ୍ଧି ପାଇଲେ, ଆଖପାଖ ଅଞ୍ଚଳରେ ବିଏସ୍ଏଫ୍ କାଯର୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିବ ବୋଲି କୁହାଯାଇତିଲା  ।

ଯଦି କୌଣସି ଘଟଣାକୁ ନେଇ ଗୁଇନ୍ଦା ସୂଚନା ମିଳେ, ତା ହେଲେ ଆଉ ସ୍ଥାନୀୟ ପୋଲିସକୁ ଅପେକ୍ଷା କରିବ ନାହିଁ ବିଏସ୍ଏଫ୍ । ସୀମା ଭିତରେ ୫୦ କିଲୋମିଟର ଯାଏ ନିଜେ ନିଜେ ତତକ୍ଷଣାତ ପଦକ୍ଷେପ ନେଇପାରିବ । ନୂଆ କ୍ଷମତା ବଳରେ ପଶ୍ଚିମବଙ୍ଗ, ପଞ୍ଜାବ ଓ ଆସାମରେ ବିଏସ୍ଏଫ୍ ସିଆରପିସି, ପାସପୋର୍ଟ ଆଇନ ଓ ଭାରତକୁ ପ୍ରବେଶ ନେଇ ପାସପୋର୍ଟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ । ପୋଲିସ ଭଳି ତଲାସୀ ଓ ଗିରଫ ମଧ୍ୟ କରିପାରିବ ବିଏସ୍ଏଫ୍ । ପୂର୍ବରୁ ଭାରତ-ପାକିସ୍ତାନ ଓ ଭାରତ-ବାଂଲାଦେଶ ସୀମାର ଭାରତ ପଟେ ୧୫ କିଲୋମିଟର ଯାଏ ବିଏସ୍ଏଫକୁ କ୍ଷମତା ଦିଆଯାଇଥିଲା । ଏବେ ଏହାକୁ ବୃଦ୍ଧି କରି ୫୦ କିଲୋମିଟର କରାଯାଇଛି ।

ତେବେ ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ମଣିପୁର, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଏସ୍ଏଫ୍ ପାଇଁ କୌଣସି ସୀମା ରଖାଯାଇନାହିଁ । ସାରା ରାଜ୍ୟରେ ବିଏସ୍ଏଫ୍ ନିଜର କ୍ଷମତା ପ୍ରୟୋଗ କରିପାରିବ । ମାଜିଷ୍ଟ୍ରେଟଙ୍କ ଅନୁମତି ବିନା ବିଏସ୍ଏଫ ଯେ କୌଣସି ଅଫିସର କ୍ଷମତା ପ୍ରୟୋଗ କରି ଗିରଫ, ତଲାସୀ ଓ ଜବତ କରିପାରିବ ବୋଲି ନୂଆ  ବିଜ୍ଞପ୍ତିରେ କୁହାଯାଇଛି। ବିଏସଏଫର ଏହି ସୀମା ବୃଦ୍ଧିକୁ ନେଇ ପଞ୍ଜାବ ଏବଂ ପଞ୍ଚିମବଙ୍ଗ ସରକାର ଆପତ୍ତି ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos