ପାଞ୍ଚ ରାଜ୍ୟକୁ କେନ୍ଦ୍ରର ଚିଠି, ନିୟମ କଡ଼ାକଡ଼ି ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଭାରତରେ ସକ୍ରିୟ କରୋନା ମାମଲା ସଂଖ୍ୟା ବଢ଼ି ଚାଲିଛି । ଭାରତର ମୋଟ ସକ୍ରିୟ ମାମଲା ଆଜି ୧,୪୫,୬୩୪ ଆକଳନ କରାଯାଇଛି। ଭାରତର ମୋଟ୍ ପଜିଟିଭ ମାମଲାର ଏହା ବର୍ତ୍ତମାନ ୧.୩୨% ରହିଛି। ଦେଶରେ ଥିବା ମୋଟ ସକ୍ରିୟ ମାମଲା ମଧ୍ୟରୁ ୭୪%ରୁ ଅଧିକ କେରଳ ଓ ମହାରାଷ୍ଟ୍ରରେ ରହିଛି । ଏବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ପଞ୍ଜାବ […]

corona

corona

Subhransu Sekhar
  • Published: Monday, 22 February 2021
  • Updated: 22 February 2021, 10:21 PM IST

Sports

Latest News

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଭାରତରେ ସକ୍ରିୟ କରୋନା ମାମଲା ସଂଖ୍ୟା ବଢ଼ି ଚାଲିଛି । ଭାରତର ମୋଟ ସକ୍ରିୟ ମାମଲା ଆଜି ୧,୪୫,୬୩୪ ଆକଳନ କରାଯାଇଛି। ଭାରତର ମୋଟ୍ ପଜିଟିଭ ମାମଲାର ଏହା ବର୍ତ୍ତମାନ ୧.୩୨% ରହିଛି।

ଦେଶରେ ଥିବା ମୋଟ ସକ୍ରିୟ ମାମଲା ମଧ୍ୟରୁ ୭୪%ରୁ ଅଧିକ କେରଳ ଓ ମହାରାଷ୍ଟ୍ରରେ ରହିଛି । ଏବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରେ ମଧ୍ୟ ଦୈନିକ ନୂଆ ମାମଲା ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି ।

କେରଳରେ ଗତ ୪ ସପ୍ତାହ ହେଲା, ହାରାହାରି ସାପ୍ତାହିକ ମାମଲା ସର୍ବାଧିକ ୪୨,୦୦୦ ଓ ସର୍ବନିମ୍ନ ୩୪,୮୦୦ ମଧ୍ୟରେ ହ୍ରାସବୃଦ୍ଧି ହୋଇଚାଲିଛି । ସେହିଭଳି ଗତ ୪ ସପ୍ତାହ ହେଲା, କେରଳରେ ସାପ୍ତାହିକ ପଜିଟିଭିଟି ହାର ୧୩.୯%ରୁ ୮.୯% ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି । କେରଳର ଆଲାପୁଝା ଜିଲ୍ଲାକୁ ନେଇ ଚିନ୍ତା ବଢ଼ିଛି, ଯେଉଁଠି ସାପ୍ତାହିକ ପଜିଟିଭିଟି ହାର ୧୦.୭%କୁ ବୃଦ୍ଧି ପାଇଛି ଏବଂ ସାପ୍ତାହିକ ମାମଲା ୨,୮୩୩କୁ ବଢ଼ିଛି ।

ମହାରାଷ୍ଟ୍ରରେ ଗତ ୪ ସପ୍ତାହ ହେଲା ସାପ୍ତାହିକ ମାମଲାରେ ବୃଦ୍ଧି ଧାରା ଦେଖିବାକୁ ମିଳିଛି ଏବଂ ଏହା ୧୮,୨୦୦ରୁ ୨୧,୩୦୦କୁ ବୃଦ୍ଧି ପାଇଛି; ଯେବେ କି ସାପ୍ତାହିକ ପଜିଟିଭିଟି ହାର ୪.୭%ରୁ ୮%କୁ ବୃଦ୍ଧି ପାଇଛି । ମୁମ୍ବାଇ ସବଅର୍ବାନ ଅଞ୍ଚଳକୁ ନେଇ ଚିନ୍ତା ବଢ଼ିଛି । କାରଣ ସେଠାରେ ସାପ୍ତାହିକ ମାମଲା ୧୯% ବୃଦ୍ଧି ପାଇଛି । ନାଗପୁର, ଅମରାବତୀ, ନାସିକ, ଆକୋଲା ଏବଂ ୟବଟମାଲରେ ସାପ୍ତାହିକ ମାମଲା ଯଥାକ୍ରମେ ୩୩%, ୪୭%, ୨୩%, ୫୫% ଓ ୪୮% ବୃଦ୍ଧି ପାଇଛି ।

କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ପଞ୍ଜାବରେ ସ୍ଥିତି ଜଟିଳ ହେବାରେ ଲାଗିଛି । ରାଜ୍ୟରେ ଗତ ୪ ସପ୍ତାହରେ ସପ୍ତାହିକ ପଜିଟିଭି ହାର ୧.୪%ରୁ ୧.୬%କୁ ବୃଦ୍ଧି ପାଇଛି, ଯେବେ କି ଗତ ୪ ସପ୍ତାହ ମଧ୍ୟରେ ସାପ୍ତାହିକ ମାମଲା ୧,୩୦୦ରୁ ୧,୬୮୨ କୁ ବୃଦ୍ଧି ପାଇଛି । ଗୋଟିଏ ଜିଲ୍ଲା ଏସବିଏସ ନଗରରେ ସାପ୍ତାହିକ ପଜିଟିଭି ହାର ୩.୫%ରୁ ୪.୯%କୁ ବୃଦ୍ଧି ପାଇଛି ଏବଂ ସାପ୍ତାହିକ ମାମଲା ଦୁଇଗୁଣ ହୋଇ ୧୬୫ରୁ ୩୬୪କୁ ବୃଦ୍ଧି ପାଇଛି ।

୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ଜାତୀୟ ହାର ୧.୭୯% ରହିଛି । ମହାରାଷ୍ଟ୍ରରେ ସାପ୍ତାହିକ ପଜିଟିଭ ହାର ସର୍ବାଧିକ ୮.୧୦% ରହିଛି ।

ଗତ ୨୪ ଘଣ୍ଟାରେ ୧୦୧ କରୋନା ମୃତ୍ୟୁ ରେକର୍ଡ କରାଯାଇଛି । ନୂଆ କରୋନା ମୃତ୍ୟୁରେ ୮୦% ୫ଟି ରାଜ୍ୟରୁ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୦ ରୋଗୀ ପ୍ରାଣ ହରାଇଥିବା ବେଳେ କେରଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ପଞ୍ଜାବରେ ୮ ଜଣଙ୍କ ମୃତ୍ୟୁ ଘଟିଛି ।

କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ୫ଟି କ୍ଷେତ୍ରରେ ଧ୍ୟାନ ଦେବାକୁ କୁହାଯାଇଛି । ସେଗୁଡ଼ିକ ହେଲା ଆରଟି-ପିସିଆର ଟେଷ୍ଟ ମାତ୍ରା ବଢ଼ାଇ ସାମଗ୍ରିକ ଟେଷ୍ଟିଙ୍ଗ ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ । ସମସ୍ତ ନେଗେଟିଭ ରାପିଡ ଆଣ୍ଟିଜେନ ଟେଷ୍ଟ ଫଳାଫଳ ପରେ ବାଧ୍ୟତାମୂଳକ ଭାବେ ଆରଟି-ପିସିଆର ଟେଷ୍ଟ କରାଇବା ଜରୁରି । ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସୁଥିବା ଲୋକମାନଙ୍କୁ ଆରଟି-ପିସିଆର ଟେଷ୍ଟ ନ କରାଇ ଛାଡ଼ିଦେବା ଉଚିତ ନୁହେଁ । କଠୋର ଓ ବ୍ୟାପକ ନିରୀକ୍ଷଣ ଉପରେ ପୁନଃ ଧ୍ୟାନ ଦେବା ସହିତ କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ କଠୋର କଣ୍ଟେନମେଣ୍ଟ ଆବଶ୍ୟକ ରହିଛି ।

ଟେଷ୍ଟିଙ୍ଗ ଜରିଆରେ ନିୟମିତ ମ୍ୟୁଟାସନ ଷ୍ଟ୍ରେନର ତଦାରଖ ପରେ ଜିନୋମ ସିକ୍ୱେନ୍ସିଙ୍ଗ କରାଯିବା ଦରକାର । ଏଥିସହ ମାମଲା ବଢୁଥିବା କ୍ଲଷ୍ଟର ଉପରେ ତଦାରଖ କରାଯିବ । ଅଧିକ କରୋନା ମୃତ୍ୟୁ ଦେଖାଦେଉଥିବା ଜିଲ୍ଲାଗୁଡ଼ିକରେ କ୍ଲିନିକାଲ ମ୍ୟାନେଜମେଣ୍ଟ ଉପରେ ଧ୍ୟାନ ଦିଆଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story