କରୋନା ବେଳେ ରେମଡିସିଭିର ଓ ଅକ୍ସିଜେନକୁ ନେଇ ଚିନ୍ତିତ କି?

ନୂଆଦିଲ୍ଲୀ: କରୋନାକୁ ଭୟ କରିବା ଠିକ୍ ନୁହେଁ। ସଂକ୍ରମିତ ହେବା ପରେ ଠିକ୍ ଭାବରେ ଚିକିତ୍ସିତ ହେଲେ ଜଣେ ବ୍ୟକ୍ତି ୭ରୁ ୧୦ ଦିନ ମଧ୍ୟରେ ଭଲ ହୋଇପାରିବ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଚାରି ବରିଷ୍ଠ ଡାକ୍ତର ଭିଡିଓ କନଫରେନସିଂ ଜରିଆରେ ଦେଶବାସୀଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି। ଏହି ଚାରି ଡାକ୍ତର ହେଲେ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ନରେଶ ତ୍ରେହାନ ଏବଂ ଏମ୍ସର ମେଡିସିନ ବିଭାଗର […]

doctor-on-covid

doctor-on-covid

Subhransu Sekhar
  • Published: Sunday, 25 April 2021
  • Updated: 26 April 2021, 07:15 PM IST

ନୂଆଦିଲ୍ଲୀ: କରୋନାକୁ ଭୟ କରିବା ଠିକ୍ ନୁହେଁ। ସଂକ୍ରମିତ ହେବା ପରେ ଠିକ୍ ଭାବରେ ଚିକିତ୍ସିତ ହେଲେ ଜଣେ ବ୍ୟକ୍ତି ୭ରୁ ୧୦ ଦିନ ମଧ୍ୟରେ ଭଲ ହୋଇପାରିବ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଚାରି ବରିଷ୍ଠ ଡାକ୍ତର ଭିଡିଓ କନଫରେନସିଂ ଜରିଆରେ ଦେଶବାସୀଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି। ଏହି ଚାରି ଡାକ୍ତର ହେଲେ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ନରେଶ ତ୍ରେହାନ ଏବଂ ଏମ୍ସର ମେଡିସିନ ବିଭାଗର ପ୍ରଫେସର ଡାକ୍ତର ନବୀତ ଓ୍ୱିଗ୍ ଏବଂ ଡାକ୍ତର ସୁନୀଲ କୁମାର।

ଗୁଲେରିଆ କହିଛନ୍ତି, କରୋନାକୁ ନେଇ ଅତ୍ୟଧିକ ଭୟଭୀତ ହେଉଛନ୍ତି ଲୋକମାନେ। ଲୋକମାନେ ଭୟଭୀତ ହେଉଥିବାରୁ ଏହାର ପ୍ରଭାବ ଅନ୍ୟତ୍ର ପଡ଼ୁଛି। ଆଉ ଲୋକମାନେ ଘରେ ଏବେ ରେମଡିସିଭିର ଏବଂ ଅକ୍ସିଜେନ ସିଲିଣ୍ଡର କିଣି ରଖୁଛନ୍ତି। ଏଭଳି ହେବା ଦ୍ୱାରା ଦେଶରେ ଉଭୟ ଅକ୍ସିଜେନ ଏବଂ ରେମଡିସିଭିର ଇଞ୍ଜେକସନର ଅଭାବ ଦେଖିବାକୁ ମିଳୁଛି। ହେଲେ ଅଧିକାଂଶ ଆକ୍ରାନ୍ତଙ୍କ ପାଖରେ ସାଧାରଣ ଲକ୍ଷଣ ରହିଛି।

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଏଯାବତ ୮୫ରୁ ୯୦ ପ୍ରତିଶତ ଲୋକଙ୍କ ପାଖରେ ଜ୍ୱର, ଥଣ୍ଡା, କାଶ ଭଳି ଲକ୍ଷଣ ରହିଛି। ଯେଉଁମାନେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ସେମାନେ ରେମଡିସିଭିର କିମ୍ୱା ଅକ୍ସିଜେନର ଆବଶ୍ୟକତା କରୁଛନ୍ତି। ହେଲେ ଏହି ରେମଡିସିଭିର ବୁଲେଟ ଫ୍ରୁଫ ଇଞ୍ଜିକସନ ନୁହେଁ ବୋଲି ଗୁଲେରିଆ କହିଛନ୍ତି। ଅଧିକାଂଶ ଏହି ଇଞ୍ଜେକସନ ଜୀବନ ରକ୍ଷକ ଭାବି କିଣିବା ଦ୍ୱାରା ବଜାରରେ ଏହାର ଚାହିଦା ସହିତ କଳାବଜାରୀ ବଢ଼ିଛି ବୋଲି ଗୁଲେରିଆ କହିଛନ୍ତି। ଅଧିକାଂଶ ଆକ୍ରାନ୍ତ ଘରେ ଏକାନ୍ତବାସରେ ରହି ଏହି ରୋଗରୁ ଭଲ ହୋଇପାରିବେ ବୋଲି ସେ କହିଛନ୍ତି।

ଏବେ ୧୦-୧୫ ପ୍ରତିଶତ ଆକ୍ରାନ୍ତ ଗୁରୁତର ହୋଇପଡ଼ିଥିବାରୁ ରେମଡେସିଭିର ଇଞ୍ଜେକସନ ଏବଂ ଅକ୍ସିଜେନ କିମ୍ୱା ପ୍ଲାଜମାର ଆବଶ୍ୟକତା ରହିଛି। ଆଉ ୫ ପ୍ରତିଶତ ଆକ୍ରାନ୍ତ ଭେଣ୍ଟିଲେଟରରେ ରହୁଛନ୍ତି। ତେଣୁ ପରିସଂଖ୍ୟାନକୁ ଦେଖିଲେ ଏହି ସଂକ୍ରମଣକୁ ନେଇ ଅଧିକ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଗୁଲେରିଆ କହିଛନ୍ତି।

ସେହିପରି ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ତ୍ରେହାନ କହିଛନ୍ତି, ସଂକ୍ରମିତ ହେଲେ ପ୍ରଥମେ ସ୍ଥାନୀୟ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ସମସ୍ତ ସଂକ୍ରମିତ ହସ୍ପିଟାଲ ଆସିବାର ଆବଶ୍ୟକତା ନାହିଁ। ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ସେମାନେ ଠିକ୍ ମେଡିସିନ୍ ଏବଂ ଉପାୟ ବତାଇବେ। ଆଉ ଡାକ୍ତରଙ୍କ ପରାମର୍ଶ ସହିତ କରୋନା ନିୟମ ମାନିବା ଉଚିତ। ପ୍ରତିଦିନ ଅନୁଲୋମ-ବିଲୋମ ପ୍ରାଣାୟମ ଜାରି ରଖିଥିଲେ ଜଣେ ଶୀଘ୍ର ଏହି ରୋଗରୁ ମୁକ୍ତି ପାଇବ। ତେବେ ଘରୁ ବାହାରିବା ବେଳେ ଡବଲ ମାସ୍କ ପିନ୍ଧିବା ଦରକାର। ଘର ଭିତରକୁ ପ୍ରବେଶ କରିବା ବେଲେ ଲୁଗା ବଦଳାଇ ପରିଷ୍କାର କରିବା ଦରକାର ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ ଲଗାତର ଚାରି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story