ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବ ଏଆଇଏମଆଇଏମ

ଅହମ୍ମଦାବାଦ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନ ସଭା ନିର୍ବାଚନ ଉପରେ ଅଲ ଇଣ୍ଡିଆ ମଜଲିସ୍‌-ଇ-ଲିଟେହାଦୁଲ ମୁସଲିମେନ(ଏଆଇଏମଆଇଏମ)ର ଆଖି। ଏଠାରେ ଦଳ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି। ଦଳର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ରବିବାର ପୋରବନ୍ଦରରେ ପହଞ୍ଚି ଦଳୀୟ ପ୍ରସ୍ତୁତିକୁ ତଦାରଖ କରିଛନ୍ତି।  ଓୱେସି କହିଛନ୍ତି ଯେ, ଦଳର କିଛି ବୈଠକରେ ଯୋଗ ଦେବା ପାଇଁ ମୁଁ ପୋରବନ୍ଦର ଆସିଛି। କୁଚରେ ହେବାକୁ ଥିବା ରାଲିରେ […]

owaisi

owaisi

Tapas Behera
  • Published: Monday, 30 May 2022
  • Updated: 30 May 2022, 01:30 PM IST

Sports

Latest News

ଅହମ୍ମଦାବାଦ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନ ସଭା ନିର୍ବାଚନ ଉପରେ ଅଲ ଇଣ୍ଡିଆ ମଜଲିସ୍‌-ଇ-ଲିଟେହାଦୁଲ ମୁସଲିମେନ(ଏଆଇଏମଆଇଏମ)ର ଆଖି। ଏଠାରେ ଦଳ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି। ଦଳର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ରବିବାର ପୋରବନ୍ଦରରେ ପହଞ୍ଚି ଦଳୀୟ ପ୍ରସ୍ତୁତିକୁ ତଦାରଖ କରିଛନ୍ତି।  ଓୱେସି କହିଛନ୍ତି ଯେ, ଦଳର କିଛି ବୈଠକରେ ଯୋଗ ଦେବା ପାଇଁ ମୁଁ ପୋରବନ୍ଦର ଆସିଛି। କୁଚରେ ହେବାକୁ ଥିବା ରାଲିରେ ମଧ୍ୟ ଯୋଗ ଦେବି। ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ଆମ ଦଳ ଭଲ ପ୍ରଦର୍ଶନ କରିଥିଲା। ପୂର୍ବରୁ ଗୁଜଟରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ଆସି ଏକ ବିରାଟ ରାଲି କରିଥିଲେ।

ତେବେ ଶନିବାର ମହାରାଷ୍ଟ୍ରର ଭିୱଣ୍ଡିରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରି ଅସଦୁଦ୍ଦିନ ଓୱେସୀ ମୋଦି ସରକାରଙ୍କୁ ସେ ଟାର୍ଗେଟ୍‌ କରିଥିଲେ। ତାଜମହଲ ତଳେ ସେମାନେ ପିଏମଙ୍କ ଡିଗ୍ରୀ ସାର୍ଟିଫିକେଟ ଖୋଜୁଥିବା କହି ଓୱେସୀ କଟାକ୍ଷ କରିଥିଲେ। କିଛି ଦିନତଳେ ତାଜମହଲକୁ ନେଇ ବିବାଦ ଉପୁଜିଥିଲା।

ଉଲ୍ଲେଖଯୋଗ୍ୟ, ଆଗ୍ରା ସ୍ଥିତ ତାଜମହଲର ୨୨ଟି ବନ୍ଦ କୋଠରି ଭିତରେ କ’ଣ ରହିଛି ଜାଣିବା ପାଇଁ ସେଗୁଡ଼ିକୁ ଖୋଲାଯାଉ ବ‌ୋଲି ବିଜେପିର ଜଣେ ନେତା ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସେ କଥା ଐତିହାସିକମାନଙ୍କ ଉପରେ ଛାଡ଼ି ଦିଆଯାଉ କହି ଅଦାଲତ ଉକ୍ତ ପିଟିସନ୍‌କୁ ଖାରଜ କରିଦେଇଥିଲେ କୋର୍ଟ। ବିଶାଳ ସମାଧି ତାଜମହଲ ବାସ୍ତବରେ ଗୋଟିଏ ପୁରାତନ ଶିବ ମନ୍ଦିର ବୋଲି ଉକ୍ତ ପିଟିସନ୍‌ରେ ଦାବି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos