ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଲକଡାଉନ୍ ହେବ କି ନାହିଁ ଉପୁଜିଲା ଦ୍ୱନ୍ଦ୍ୱ

ଲକ୍ଷ୍ନୌ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ଆହ୍ଲାବାଦ ହାଇକୋର୍ଟ ଶଟଡାଉନ୍ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହଠାତ୍ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ସରକାର ସମେତ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। କରୋନାକୁ  ନେଇ ହାଇକୋର୍ଟରେ ଦାଖଲ ହୋଇଥିଲା ଏକ ଆବେଦନ ଆଉ ଏହାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଶଟଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ୟୁପିରେ ଲକଡାଉନ୍ ଲାଗୁ ହେବ କି ନାହିଁ କଳ୍ପନାଜଳ୍ପନା ଚାଲିଛି? ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର […]

up-lockdown

up-lockdown

Subhransu Sekhar
  • Published: Monday, 19 April 2021
  • Updated: 19 April 2021, 09:18 PM IST

ଲକ୍ଷ୍ନୌ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ଆହ୍ଲାବାଦ ହାଇକୋର୍ଟ ଶଟଡାଉନ୍ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହଠାତ୍ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ସରକାର ସମେତ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। କରୋନାକୁ  ନେଇ ହାଇକୋର୍ଟରେ ଦାଖଲ ହୋଇଥିଲା ଏକ ଆବେଦନ ଆଉ ଏହାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଶଟଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ୟୁପିରେ ଲକଡାଉନ୍ ଲାଗୁ ହେବ କି ନାହିଁ କଳ୍ପନାଜଳ୍ପନା ଚାଲିଛି?

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଏବେ ଜବାବ ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ଲକଡାଉନ ଲାଗୁ କରିବା ନେଇ ୟୁପି ସରକାର ରାଜି ହୋଇପାରୁ ନାହାନ୍ତି। ୟୁପି ସରକାର କହିଛନ୍ତି ହାଇକୋର୍ଟ ଏକ ଅବଜରଭେସନ ପଠାଇବା ସହିତ ଲକଡାଉନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯେଉଁଥିରେ ଲକଡାଉନ ବଦଳରେ କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। କରୋନା ନିୟନ୍ତ୍ରଣ ପାଇଁ କଠୋର ନିୟମ ହେବା ଆବଶ୍ୟକ। ସରକାର ଅନେକ ପଦକ୍ଷେପ ନେଇଛନ୍ତି, ଆହୁରି କଠୋର ପଦକ୍ଷେପ ନିଆଯାଉଛି। ଜୀବନ ବଞ୍ଚାଇବା ସହିତ ଗରିବ ଲୋକଙ୍କ ଜୀବିକା ମଧ୍ୟ ବଞ୍ଚାଇବାକୁ ପଡିବ। ତେଣୁ, ସହରଗୁଡିକରେ ସମ୍ପୂର୍ଣ୍ଣ ଲକ୍-ଡାଉନ୍ କରି ହେବନି।

ହାଇକୋର୍ଟଙ୍କ ନିର୍ଦ୍ଦେଶ

କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଆହ୍ଲାବାଦ ହାଇକୋର୍ଟ ୫ଟି ଜିଲ୍ଲାରେ ଲକଡାଉନ୍ ଲାଗୁ କରିଛନ୍ତି। ରାଜଧାନୀ ଲକ୍ଷ୍ନୌ, ବାରଣାସୀ, କାନପୁର ନଗର, ଗୋରଖପୁର, ପ୍ରୟାଗରାଜରେ ଏପ୍ରିଲ ୨୬ ଯାଏ ଲକଡାଉନ୍ ଲାଗୁ କରାଯାଇଛି। ହାଇକୋର୍ଟ ସୋମବାର ଉତ୍ତରପ୍ରଦେଶ ସରକାରଙ୍କୁ ଏହି ୫ଟି ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସଂସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥା ବା ଦୋକାନକୁ ଛାଡ଼ି ଦେଲେ ସବୁକିଛି ବନ୍ଦ ରହିବ ବୋଲି ହାଇକୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos