ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ଚେନ୍ନାଇ: ସମ୍ବିଧାନ ପ୍ରଣେତା ତଥା ସାମାଜିକ ସଂସ୍କାରକ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା । ତାମିଲନାଡୁର ସାଲେମ ଜିଲ୍ଲାରେ ଶନିବାର ରାତିରେ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିଲା। ରବିବାର ସକାଳେ ମୂର୍ତ୍ତିର ଡାହାଣ ହାତ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଓମାଲୁର ସହରର କମଲାପୁରାମ କଲୋନୀରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିବା ସହ ରାସ୍ତାରୋକ କରିଥିଲା।  ମୂର୍ତ୍ତି ଭାଙ୍ଗିଥିବା […]

pp

pp

Tapas Behera
  • Published: Sunday, 12 December 2021
  • Updated: 12 December 2021, 04:59 PM IST

Sports

Latest News

ଚେନ୍ନାଇ: ସମ୍ବିଧାନ ପ୍ରଣେତା ତଥା ସାମାଜିକ ସଂସ୍କାରକ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା । ତାମିଲନାଡୁର ସାଲେମ ଜିଲ୍ଲାରେ ଶନିବାର ରାତିରେ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିଲା। ରବିବାର ସକାଳେ ମୂର୍ତ୍ତିର ଡାହାଣ ହାତ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଓମାଲୁର ସହରର କମଲାପୁରାମ କଲୋନୀରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିବା ସହ ରାସ୍ତାରୋକ କରିଥିଲା।  ମୂର୍ତ୍ତି ଭାଙ୍ଗିଥିବା ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।ସାଲେମ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଏହି ପ୍ରତିବାଦ ହୋଇଥିଲା। ଫଳରେ ପ୍ରାୟ ଅଧ ଘଣ୍ଟାଏ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା।

ଓମାଲୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି। ମୂର୍ତ୍ତି ଭଙ୍ଗାରୁଜା କରିଥିବା ଅଭିଯୁକ୍ତଙ୍କୁ ଓମାଲୁର ପୁଲିସ ଖୋଜିବା ଆରମ୍ଭ କରିଛି। ସେମାନଙ୍କ ସନ୍ଧାନ ପାଇଁ ପୁଲିସ ସିସିଟିଭିର ସହାୟତା ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos