ହୁ’ର ଆକଳନ, ଫେବୃଆରୀ ସୁଦ୍ଧା ଆଉ ୫ ଲକ୍ଷ ଲୋକ କରୋନାରେ ପ୍ରାଣ ହରାଇବେ!

ଜେନେଭା: ମହାମାରୀ କରୋନା ପୁଣିଥରେ ୟୁରୋପର ବିଭିନ୍ନ ଦେଶରେ ବଢ଼ିବାରେ ଲାଗିଛି। ରୁଷରେ ମଧ୍ୟ ଦୈନିକ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ୟୁରୋପରେ ଏପରି ସଂକ୍ରମଣ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ମଧ୍ୟ ୟୁରୋପର ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି। ସେହିପରି ଆସନ୍ତାବର୍ଷ ଫେବୃଆରୀ ସୁଦ୍ଧା କରୋନା ଆଉ ୫ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଇପାରେ ବୋଲି ହୁ’ ଆକଳନ କରିଛି। ମୃତ୍ୟୁକୁ ରୋକିବାକୁ ହେଲେ ସତର୍କ […]

corona

corona

Hemant Lenka
  • Published: Thursday, 04 November 2021
  • Updated: 04 November 2021, 10:10 PM IST

Sports

Latest News

ଜେନେଭା: ମହାମାରୀ କରୋନା ପୁଣିଥରେ ୟୁରୋପର ବିଭିନ୍ନ ଦେଶରେ ବଢ଼ିବାରେ ଲାଗିଛି। ରୁଷରେ ମଧ୍ୟ ଦୈନିକ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ୟୁରୋପରେ ଏପରି ସଂକ୍ରମଣ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ମଧ୍ୟ ୟୁରୋପର ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି।

ସେହିପରି ଆସନ୍ତାବର୍ଷ ଫେବୃଆରୀ ସୁଦ୍ଧା କରୋନା ଆଉ ୫ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଇପାରେ ବୋଲି ହୁ’ ଆକଳନ କରିଛି। ମୃତ୍ୟୁକୁ ରୋକିବାକୁ ହେଲେ ସତର୍କ ରହିବାକୁ ପଡ଼ିବ ବୋଲି ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ହୁ’ର ୟୁରୋପୀୟ ନିର୍ଦ୍ଦେଶକ ହାନସ କ୍ଲୁଗେ କହିଛନ୍ତି, ବର୍ତ୍ତମାନ ୟୁରୋପର ୫୩ଟି ଦେଶରେ କରୋନା ସଂକ୍ରମଣ ବ୍ୟାପିବା ସବୁଠାରୁ ଚିନ୍ତାର ବିଷୟ। ଯଦି ଏପରି ସ୍ଥିତି ଜାରି ରହିବ, ତା’ହେଲେ ଫେବୃଆରୀ ସୁଦ୍ଧା ୟୁରୋପରେ ଆଉ ହାଫ ମିଲିୟନ ବା ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିପାରେ। ତଥ୍ୟକୁ ଆକଳନ କରିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ପୁଣିଥରେ ୟୁରୋପ କରୋନାର ପ୍ରାଣକେନ୍ଦ୍ର ପାଲଟିଲାଣି। କରୋନା ସବୁ ବର୍ଗର ଲୋକଙ୍କୁ ଏବେ ସଂକ୍ରମିତ କରୁଛି।

ଆବଶ୍ୟକ ଅନୁସାରେ ଟିକାକରଣ ସଂଖ୍ୟା ବୃଦ୍ଧି ନ କରିବା ଓ କଟକଣା ହଟାଇବା ପାଇଁ ସଂକ୍ରମଣ ବଢ଼ିବାର ମୂଳକାରଣ। ଯେଉଁ ସବୁ ଦେଶରେ ଟିକାକରଣ ହାର କମ ରହିଛି, ସେଠାରେ ଅଧିକ ସଂଖ୍ୟକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ତେଣୁ ଆମକୁ ରଣନୀତି ବଦଳାଇବାକୁ ପଡ଼ିବ। ସଂକ୍ରମଣକୁ ରୋକିବାକୁ ହେଲେ ଟେଷ୍ଟ, ଟ୍ରାକ, ଟ୍ରିଟ୍‌ ଓ ଟିକାକଣରକୁ ଜୋରଦାର କରିବାକୁ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ ମତରେ କରୋନାର ନୂଆ ଭ୍ୟାରିଏଣ୍ଟ ହିଁ ସଂକ୍ରମଣର କାରଣ ସାଜିଛି। ୟୁରୋପରେ ସଂକ୍ରମଣ କମିବା ପରେ ସବୁ କଟକଣା ହଟାଇ ଦିଆଯାଇଛି। ଏଥିପାଇଁ କରୋନା ପୁଣିଥରେ ବ୍ୟାପିଛି। ଟିକାକରଣ ହୋଇଥିବା ସ୍ଥାନଗୁଡ଼ିକରେ ସଂକ୍ରମଣ ଅପେକ୍ଷାକୃତ କମ ରହିଛି। ହେଲେ ଟିକାକରଣ ସତ୍ତ୍ୱେ ରୁଷରେ ବିଭିନ୍ନ ସହରରେ ଲୋକମାନେ ପ୍ରାଣ ହରାଇବା ସମସ୍ତଙ୍କୁ ଭୟଭୀତ କରିଛି। ରୁଷରେ କାହିଁକି ଏତେ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି, ତା’ର କାରଣ ବାହାର କରିବା ଦରକାର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୬ ସପ୍ତାହ ହେଲାଣି ୟୁରୋପର ବିଭିନ୍ନ ପ୍ରାନ୍ତରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ସେହିପରି ୭ ସପ୍ତାହ ହେଲାଣି ମୃତ୍ୟୁସଂଖ୍ୟା ବି ବଢ଼ିଛି। ଏହି ସମୟ ସୀମା ମଧ୍ୟରେ ଦୈନିକ ୨୫୦,୦୦୦ ଲୋକ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ୩୬ ଶହ ଲୋକ ପ୍ରାଣ ହରାଉଛନ୍ତି।

ଗତ ୭ ଦିନ ମଧ୍ୟରେ ରୁଷରେ ସର୍ବାଧିକ ୮,୧୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ ୟୁକ୍ରେନରେ ୩,୮୧୯ ଓ ରୋମାନିଆରେ ୩,୮୧୯ ଜଣଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story