‘ଆମକୁ ଭୋଟ ଦିଅ, ଆମେ ଆପଣଙ୍କର ମର୍ତ୍ତ୍ୟଲୋକ ଓ ସ୍ୱର୍ଗଲୋକ ସୁଧାରି ଦେବୁ’

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ନିଜର ପ୍ରଚାରକୁ ଜୋରଦାର କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜେ ଉତ୍ତରାଖଣ୍ଡରେ ଆପ୍‌ର ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି। ଆଜି କେଜ୍ରିୱାଲ ଦିଲ୍ଲୀ ମଡେଲର ଦ୍ୱାହି ଦେଇ ଉତ୍ତରାଖଣ୍ଡବାସୀଙ୍କୁ ମର୍ତ୍ତ୍ୟଲୋକ ଓ ସ୍ୱର୍ଗଲୋକ ସୁଧାରିବା ଭଳି ବଡ଼ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ଆପଣମାନେ ଆମକୁ ଭୋଟ ଦିଅନ୍ତୁ। ଆମେ ଆପଣଙ୍କ ମର୍ତ୍ତ୍ୟଲୋକ ସହ ସ୍ୱର୍ଗଲୋକକୁ ମଧ୍ୟ ସଜାଡ଼ି ଦେବୁ। ନିକଟରେ ମୁଁ […]

auto

auto

Hemant Lenka
  • Published: Sunday, 21 November 2021
  • Updated: 21 November 2021, 04:38 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ନିଜର ପ୍ରଚାରକୁ ଜୋରଦାର କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜେ ଉତ୍ତରାଖଣ୍ଡରେ ଆପ୍‌ର ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି। ଆଜି କେଜ୍ରିୱାଲ ଦିଲ୍ଲୀ ମଡେଲର ଦ୍ୱାହି ଦେଇ ଉତ୍ତରାଖଣ୍ଡବାସୀଙ୍କୁ ମର୍ତ୍ତ୍ୟଲୋକ ଓ ସ୍ୱର୍ଗଲୋକ ସୁଧାରିବା ଭଳି ବଡ଼ବଡ଼ ପ୍ରତିଶ୍ରୁତି ଦେଇଛନ୍ତି।

ସେ କହିଛନ୍ତି, “ଆପଣମାନେ ଆମକୁ ଭୋଟ ଦିଅନ୍ତୁ। ଆମେ ଆପଣଙ୍କ ମର୍ତ୍ତ୍ୟଲୋକ ସହ ସ୍ୱର୍ଗଲୋକକୁ ମଧ୍ୟ ସଜାଡ଼ି ଦେବୁ। ନିକଟରେ ମୁଁ ରାମଲଲାଙ୍କ ଦର୍ଶନ ପାଇଁ ମୁଁ ଅଯୋଧ୍ୟା ଯାଇଥିଲି। ରାମ ଲଲାଙ୍କ ଦର୍ଶନ ଯେମିତି ସମସ୍ତେ କରିପାରିବେ, ତା’ର ବ୍ୟବସ୍ଥା କରିବାକୁ ମୁଁ ସେଠାରେ ପ୍ରାର୍ଥନା କରିଛି। ତୀର୍ଥ ଯାତ୍ରା ପାଇଁ ଆମେ ଦିଲ୍ଲୀରେ ଗୋଟିଏ ଯୋଜନାକୁ କାର୍ଯ୍ୟକାରୀ କରି ସାରିଛୁ। ଆମେ ଯଦି ଏଠାରେ କ୍ଷମତାକୁ ଆସିବୁ, ତା’ହେଲେ ଲୋକଙ୍କୁ ମାଗଣାରେ ଅଯୋଧ୍ୟା ଭ୍ରମଣ କରାଇବାର ବ୍ୟବସ୍ଥା କରିବୁ।

ମୁସଲମାନଙ୍କ ପାଇଁ ଆଜମେର ଶରିଫ ଓ ଶିଖ ଲୋକଙ୍କ ପାଇଁ କର୍ତ୍ତାରପୁର କରିଡର ଯାତ୍ରା ପାଇଁ ଯୋଜନା ଲାଗୁ କରିବୁ।” ମଗଣା ବିଜୁଳି ଓ ନିଯୁକ୍ତି ଯୋଜନା ମଧ୍ୟ କେଜ୍ରିୱାଲ ତାଙ୍କ ପ୍ରତିଶ୍ରୁତି ତାଲିକାରେ ରଖିଛନ୍ତି।

କେଜ୍ରିୱାଲ ନିଜ ଉଦବୋଧନରେ ଅନ୍ୟ ରାଜନୀତିକ ଦଳଗୁଡ଼ିକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିଜେପି ଓ କଂଗ୍ରେସ ମଧ୍ୟରେ ଆମେ ଆମକୁ କେବେ ହେଲେ ଦେଖୁନୁ। ଆମେ ସବୁବେଳେ ନିଜକୁ ଲୋକଙ୍କ ଭିତରେ ରଖିଛୁ। ସେମାନେ(ବିଜେପି-କଂଗ୍ରେସ) କେବଳ ଦୁର୍ନୀତି କରିବା ଜାଣିଛନ୍ତି।”

ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଆପ୍‌ ନିଜର ଛାପ ଛାଡ଼ିବାକୁ ଚେଷ୍ଟା କରୁଛି। ଏଥିପାଇଁ ଦଳ ଜୋରଦାର ପ୍ରଚାର କରୁଛି। ଆପ୍‌ ପକ୍ଷରୁ କେଜ୍ରିୱାଲ ଉତ୍ତରାଖଣ୍ଡରେ ଜଣେ ସାଧାରଣ ଲୋକଙ୍କ ଭଳି ଅଟୋରେ ଯାତ୍ରା କରୁଥିବା ବେଳର ଫଟୋକୁ ଟ୍ୱିଟ କରାଯାଇଛି।

ଦିଲ୍ଲୀ କଥା ଉତ୍ତରାଖଣ୍ଡର ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ଜଣାଇ କେଜ୍ରିୱାଲ କହିଛନ୍ତି, “୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ମୁଁ ଲୋକଙ୍କୁ କହିଥିଲି ଯେ ଯଦି ମୁଁ କାମ କରିନି ନାହିଁ, ତା’ହେଲେ ଭୋଟ ଦିଅନ୍ତୁ ନାହିଁ। ନିର୍ବାଚନ ପୂର୍ବରୁ ଏମିତି କହିବା ପାଇଁ କାହାର ସାହାସ ନାହିଁ।

ଆଜି ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣମାନେ ଆମକୁ ଥରେ ସୁଯୋଗ ଦିଅନ୍ତୁ, ତା’ହେଲେ ବିଜେପି-କଂଗ୍ରେସକୁ ଭୋଟ ଦେବା ଆପଣମାନେ ଭୁଲି ଯିବେ। ରାଜଧାନୀ ଦିଲ୍ଲୀରେ ଅଟୋ ଡ୍ରାଇଭରମାନେ ମୋତେ ଭାଇ ବୋଲି ଭାବନ୍ତି।

ଆମ ସରକାର ୧.୫ ଲକ୍ଷ ଅଟୋ ଡ୍ରାଇଭରଙ୍କ ଖାତାକୁ ୧୫୦ କୋଟି ଟଙ୍କା ପଠାଇଛନ୍ତି। ଦେଶର କୌଣସି ସରକାର ଏପରି ଲୋକଙ୍କ ଦାୟିତ୍ୱ ନେଇଛନ୍ତି କି? ଆମ ଦଳର ଉତ୍ତରାଖଣ୍ଡରେ ସରକାର ଗଠନ କଲେ ଫେସଲେସ୍‌ ଆରଟିଏ ବ୍ୟବସ୍ଥା ଲାଗୁ କରିବ। ଏହାବାଦ ଦୁର୍ଘଟଣା ପୀଡ଼ିତଙ୍କୁ ମାଗଣା ଚିକିତ୍ସା ଓ ଫିଟନେଶ ଫି’କୁ ମଧ୍ୟ ବନ୍ଦ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story