ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ମିଳିଲାନି ବେଲ୍‌

ମୁମ୍ବାଇ: ମଉଳିଲା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ମୁକୁଳିବା ଆଶା। ମିଳିଲାନି ବେଲ୍‌, ତାଙ୍କୁ ଏବେ ଜେଲ୍‌ରେ ରହିବାକୁ ପଡିବ। କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ନାମଞ୍ଜୁର କରିଦେଇଛନ୍ତି ମୁମ୍ବାଇ କୋର୍ଟ। ଆର୍ଯ୍ୟନଙ୍କ ସମେତ ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନମୁନ୍‌ ଧମେଚାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କ ଜାମିନ ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି […]

Aryan khan-2

Aryan khan-2

Madhupriya Mistry
  • Published: Friday, 08 October 2021
  • Updated: 08 October 2021, 06:48 PM IST

Sports

Latest News

ମୁମ୍ବାଇ: ମଉଳିଲା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ମୁକୁଳିବା ଆଶା। ମିଳିଲାନି ବେଲ୍‌, ତାଙ୍କୁ ଏବେ ଜେଲ୍‌ରେ ରହିବାକୁ ପଡିବ। କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ନାମଞ୍ଜୁର କରିଦେଇଛନ୍ତି ମୁମ୍ବାଇ କୋର୍ଟ। ଆର୍ଯ୍ୟନଙ୍କ ସମେତ ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନମୁନ୍‌ ଧମେଚାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କ ଜାମିନ ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି।

ଜାମିନ ପାଇଁ ଆର୍ଯ୍ୟନଙ୍କ ଓକିଲଙ୍କୁ ବର୍ତ୍ତମାନ ସେସନ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିବ। ଏହାପୂର୍ବରୁ ଆଜି ଏହି ମାମଲାର ଶୁଣାଣି ସମୟରେ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦ କୋର୍ଟଙ୍କୁ କହିଥିଲେ ଯେ ଜାମିନ ପ୍ରଦାନ କରିବାର ମାଜିଷ୍ଟ୍ରେଟ କୋର୍ଟଙ୍କର କ୍ଷମତା ରହିଛି। ମନସିନ୍ଦ କହିଛନ୍ତି ଯେ ଯଦି କୋର୍ଟର ରିମାଣ୍ଡରେ ନେବାକୁ କ୍ଷମତା ଅଛି, ତେବେ ଜାମିନ ପ୍ରଦାନ କରିବାର କ୍ଷମତା ମଧ୍ୟ କୋର୍ଟର ଅଧିନରେ ରହିଛି।

ତାଙ୍କ କହିବା ମୁତାବକ, ଆର୍ଯ୍ୟନ ଖାନ୍‌ଙ୍କ ବିରୋଧରେ ଅଭିଯୋଗ ରହିଛି କିନ୍ତୁ ତାଙ୍କ ବିରୋଧରେ ଏଯାଏଁ କିଛି ମିଳିନାହିଁ। ଏନ୍‌ସିବି ଆର୍ଯ୍ୟନଙ୍କୁ ୫ ଦିନ କଷ୍ଟଡିରେ ରଖିଲା କିନ୍ତୁ ତାଙ୍କ ବିରୋଧରେ କିଛି ବି ପ୍ରମାଣ ବାହାର କରିପାରିଲା ନାହିଁ। ଆର୍ଯ୍ୟନ ଏକ ସଭ୍ୟ ପରିବାରର ପୁଅ। ତାଙ୍କର ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଭଳି ସ୍ଥିତିରେ ତାଙ୍କୁ ଜେଲ୍‌ ପଠାଇବା ଠିକ୍‌ ନୁହେଁ ବୋଲି ତାଙ୍କ ଓକିଲ ଅଦାଲତଙ୍କୁ କହିଥିଲେ।

ତେବେ ଜାମିନ ଶୁଣାଣି ପୂର୍ବରୁ ହିଁ ଆର୍ଯ୍ୟନ୍‌ଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଆର୍ଯ୍ୟନ୍‌ଙ୍କ ସମେତ  ୮ ଅଭିଯୁକ୍ତଙ୍କ ସହ ସେ ଜେଲ୍‌ ପହଞ୍ଚିଛନ୍ତି। ଜେଲ ପଠାଇବା ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ଏନ୍‌ସିବି ଡାକ୍ତରୀ ଯାଞ୍ଚ କରିଛି। ପୁରୁଷ କଏଦୀଙ୍କୁ ଆର୍ଥର ରୋଡ୍‌ ଜେଲ୍‌ ନିଆଯାଇଥିବା ବେଳେ ମହିଳା କଏଦୀଙ୍କୁ ବାଇକୁଲା ଜେଲ୍‌ ପଠାଇ ଦିଆଯାଇଛି। ସେପଟେ ଜେଲ୍‌ ପହଞ୍ଚିବା ପରେ ଆର୍ଯ୍ୟନ୍‌ ବେଶ୍‌ ଭୟଭିତ ହୋଇ ପଡିଛନ୍ତି। ଏବେ ଆର୍ଯ୍ୟନ୍‌ଙ୍କୁ ଜେଲ୍‌ର କ୍ୱାରେଣ୍ଟାଇନ୍‌ ସେଲ୍‌ରେ ରଖାଯାଇଛି।

ଗତ ୩ ତାରିଖରେ ଗୋଆ ଯାଉଥିବା ଏକ କ୍ରୁଜ ଉପରେ ଏନ୍‌ସିବି ଚଢ଼ାଉ ବେଳେ ଆର୍ଯ୍ୟନ୍‌ ଖାନ୍‌, ମୁନମୁନ ଧମେଚା ଏବଂ ଅରବାଜ ମର୍ଚ୍ଚେଣ୍ଟଙ୍କୁ ଗିରଫ କରାଯାଇଥିଲା। ତା'ପର ଦିନ ଅନ୍ୟ ୫ ଅଭିଯୁକ୍ତଙ୍କୁ ଏନ୍‌ସିବି ଧରିଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଅନ୍ୟ ଡ୍ରଗ୍ସ ବେପାରୀ ଏବଂ ଅଭିଯୁକ୍ତଙ୍କୁ ଏନ୍‌ସିବି ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos