ଲକ୍ଷ୍ନୌ: ଭାଇ ପାଇଁ ବାହାରିଲେ ଭଉଣୀ। ରାହୁଲ ଗାନ୍ଧିଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଜବାବ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି। କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଉପରେ ସ୍ମୃତି ଇରାନୀ ଦେଥିବା ‘ଘର ପର ଲଡ଼କା ହେ’ ଟିପ୍ପଣୀ ଅଶୋଭନୀୟ ବୋଲି କହିଛନ୍ତି ପ୍ରିୟଙ୍କା।
ଜଣେ ମହିଳା ହୋଇ ସେ ଏଭଳି ମନ୍ତବ୍ୟ ଦେବା ଉଚିତ ନଥିଲା ବୋଲି ପ୍ରିୟଙ୍କା କହିଛନ୍ତି। ଲଡ଼କୀ ହୁଁ, ଲଡ଼ ସକତୀ ହୁଁ' ବୋଲି କହିଛନ୍ତି ପ୍ରିୟଙ୍କା। ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଥିବାରୁ ପ୍ରିୟଙ୍କା ଗାନ୍ଧି ଆକ୍ସନ ମୁଡ୍ରେ ଥିବା ବେଳେ ଦଳ ପାଇଁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। ଏହିପରିପ୍ରେକ୍ଷୀରେ ରାଜନୈତିକ ବାୟନବାଜି ଆରମ୍ଭ ହୋଇଥିବା ବେଳେ ରାହୁଲ ଗାନ୍ଧିଙ୍କୁ ନେଇ ‘ଘର ପର୍ ଲଡ଼କା ହେ ଲିକିନ୍ ଲଡ଼ନହିଁ ସକତୀ’ ବୋଲି ଟିପ୍ପଣୀ ଦେଇଥିଲେ ସ୍ମୃତି। ଜଣେ ମହିଳା ହୋଇଥିବାରୁ ଏପରି ବିବୃତ୍ତି ଦେବା ଉଚିତ ନୁହଁ ବୋଲି ପ୍ରିୟଙ୍କା କହିଛନ୍ତି।
ଏହା ବଦଳରେ ସେ ମହିଳାମାନଙ୍କୁ ଉତ୍ସାହିତ କରିବା ଉଚିତ। ସେମାନେ ନିଜ ପାଇଁ ଲଢ଼ିବା ଉଚିତ ବୋଲି ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି। ଏହି ଅବସରରେ ପ୍ରିୟଙ୍କା ମହିଳାମାନଙ୍କୁ ରାଜନୀତିରେ ଭାଗ ନେବା ଓ ସେମାନଙ୍କର ଶକ୍ତି ଚିହ୍ନିବାକୁ ଏବଂ ଆହ୍ୱାନ କରିଥିଲେ ପ୍ରିୟଙ୍କା। ଅନ୍ୟପଟେ ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏବଂ ଏସପି ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ଶ୍ରେୟ ଯୁଦ୍ଧ ଚାଲିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା।
କହିଛନ୍ତି ଏଠାରେ ପରିବର୍ତ୍ତନ ଆସିବା ଜରୁରୀ। ଲୋକମାନେ ନିଜ ସମସ୍ୟା ନେଇ ନିଜେ ଛଡ଼ା ହେବା ଉଚିତ। ସେ କହିଛନ୍ତି, ଯିଏ ରାଜନୀତି କରିବାକୁ ଚାହୁଁଛି, ସେ କରନ୍ତୁ। କିନ୍ତୁ ଆମେ ପରିବର୍ତ୍ତନର ବାର୍ତ୍ତା ନେଇ ଆସିଛୁ ବୋଲି କହିଛନ୍ତି। ଲୋକଙ୍କୁ ନିଜର ସମସ୍ୟା ଏବଂ ଆବଶ୍ୟକତା ପାଇଁ ଛିଡା ହେବାକୁ ପଡିବ। ସେମାନେ ନିଜ ପାଇଁ ସଂଗ୍ରାମ କରିବା ଉଚିତ। ଏହି ଅବସରରେ ପ୍ରିୟଙ୍କା ଗାନ୍ଧି ଚିତ୍ରକୋଟର କାମତନଥ ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।