ମମତାଙ୍କ ଦୋମୁହାଁ ନୀତି ଖୋଲି ଦେଲେ ଓଓ୍ୱେସୀ

କୋଲକାତା: ଏଆଇଏମଆଇଏମ ପାର୍ଟିର ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସୀ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଦୋମୁହାଁ ନୀତି। ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇନଥିବା ବେଳେ ରାଲି ପାଇଁ ତାଙ୍କୁ ଅନୁମତି ନମିଳିବାକୁ ପ୍ରଶ୍ନ ଉଠାଇଛନ୍ତି ଓଓ୍ୱେସୀ। ଗତ ଗୁରୁବାର କୋଲକାତାରେ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ରାଲି ହେବାର ଥିଲା। ହେଲେ ଏହାକୁ ଅନୁମତି ମିଳିନଥିଲା। ଏହି କାରଣରୁ ଅସଦୁଦ୍ଦିନଙ୍କ ରାଲି ବାତିଲ ହୋଇଥିଲା। ଏହି ରାଲି ପାଇଁ ଅନୁମତି ନମିଳିବା ପରେ ହାଇଦ୍ରାବାଦ ସାଂସଦ ମୁଖ୍ୟମନ୍ତ୍ରୀ […]

obesi

obesi

Subhransu Sekhar
  • Published: Sunday, 28 February 2021
  • Updated: 28 February 2021, 08:41 PM IST

କୋଲକାତା: ଏଆଇଏମଆଇଏମ ପାର୍ଟିର ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସୀ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଦୋମୁହାଁ ନୀତି। ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇନଥିବା ବେଳେ ରାଲି ପାଇଁ ତାଙ୍କୁ ଅନୁମତି ନମିଳିବାକୁ ପ୍ରଶ୍ନ ଉଠାଇଛନ୍ତି ଓଓ୍ୱେସୀ।

ଗତ ଗୁରୁବାର କୋଲକାତାରେ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ରାଲି ହେବାର ଥିଲା। ହେଲେ ଏହାକୁ ଅନୁମତି ମିଳିନଥିଲା। ଏହି କାରଣରୁ ଅସଦୁଦ୍ଦିନଙ୍କ ରାଲି ବାତିଲ ହୋଇଥିଲା। ଏହି ରାଲି ପାଇଁ ଅନୁମତି ନମିଳିବା ପରେ ହାଇଦ୍ରାବାଦ ସାଂସଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।

ଟିଏମସିକୁ ଟାର୍ଗେଟ କରି ଅସସୁଦ୍ଧିନ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା, ସମ୍ବିଧାନ ବାବଦରେ ମମତା ଦିଲ୍ଲୀରେ ଅସନ୍ତୋଷ ଝାଡ଼ନ୍ତି। ହେଲେ ପଶ୍ଚିମବଙ୍ଗରେ ଓଲଟା କଥା କୁହନ୍ତି। ଯଦି ମୁଁ ସାଧାରଣ ସଭାଟେ କରିବାକୁ ଚାହୁଁଛି, ମୋତେ କାହିଁକି ଅନୁମତି ଦିଆଯାଉ ନାହିଁ ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି ଓଓ୍ୱେସୀ। ଆଉ ରାଲି ପାଇଁ ଅନୁମତି ନମିଳିବା ମମତାଙ୍କର ଦୋମୁହାଁ ନୀତିକୁ ପ୍ରତିଫଳିତ କରିଛି ବୋଲି ହାଇଦ୍ରାବାଦ ସାଂସଦ କହିଛନ୍ତି।

ଗତ ଗୁରୁବାର ଆଚରଣ ବିଧି ଲାଗୁ ହୋଇନଥିଲା। ଯଦି ଆଚରଣ ବିଧି ଲାଗୁ ହୋଇନଥିବା ବେଳେ ରାଲି ପାଇଁ ଅନୁମତି ମିଳିଲା ନାହିଁ ତେବେ ନିର୍ବାଚନ କିପରି ମୁକ୍ତ ଏବଂ ନିରପେକ୍ଷ ହେବ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ମମତାଙ୍କୁ ଟାର୍ଗେଟ କରି ଓଓ୍ୱେସୀ କହିଛନ୍ତି ଯେ ନରେନ୍ଦ୍ର ମୋଦି, ଅମିତ ଶାହା, ଜେପି ନାଡା ରାଲି କରିପାରିବେ। କଂଗ୍ରେସ, ସିପିଏମ୍, ଟିଏମସି ରାଲି କରିପାରିବେ। ହେଲେ ତାଙ୍କ ଦଳ କାହିଁକି କରିପାରିବ ନାହିଁ?

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ପାଇଁ ମାର୍ଚ୍ଚ ୨୭ ରେ ମତଦାନ ହେବ। ତା’ପରେ ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭, ଏପ୍ରିଲ ୨୨, ଏପ୍ରିଲ ୨୬ ଏବଂ ଏପ୍ରିଲ ୨୯ ରେ ମତଦାନ ହେବ। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୦-୩୦ ସିଟ୍, ତୃତୀୟ ପର୍ଯ୍ୟାୟରେ ୩୧ ଟି ସିଟ୍, ଚତୁର୍ଥ ପର୍ଯ୍ୟାୟରେ ୪୪ ଟି ସିଟ୍, ପଞ୍ଚମ ପର୍ଯ୍ୟାୟରେ ୪୫ ଟି ସିଟ୍, ଷଷ୍ଠ ପର୍ଯ୍ୟାୟରେ ୪୩ ଟି ସିଟ୍, ସପ୍ତମ ପର୍ଯ୍ୟାୟରେ ୩୬ ଟି ସିଟ୍, ଅଷ୍ଟମ ପର୍ଯ୍ୟାୟରେ ୩୫ ଟି ସିଟ୍ ପାଇଁ ମତଦାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos