ଯୋଗୀଙ୍କ ବିରୋଧରେ ଲଢ଼ିବେ ଭୀମ ଆର୍ମି ମୁଖ୍ୟ ଆଜାଦ!

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦଳିତ ନେତା ତଥା ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ବଡ଼ ବୟାନ ଦେଇଛନ୍ତି। ବିଧାନସଭା ନିର୍ବାଚନରେ ଆଜାଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି କହିଛନ୍ତି। ଯୋଗୀଙ୍କୁ ହରାଇବା ପାଇଁ ସେ ସବୁ ପ୍ରକାରର ଉଦ୍ୟମ କରିବେ ବୋଲି ଘୋଷଣା କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ବେଳେ ମଧ୍ୟ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି […]

yogi

yogi

Hemant Lenka
  • Published: Monday, 08 November 2021
  • Updated: 08 November 2021, 05:05 PM IST

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦଳିତ ନେତା ତଥା ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ବଡ଼ ବୟାନ ଦେଇଛନ୍ତି। ବିଧାନସଭା ନିର୍ବାଚନରେ ଆଜାଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି କହିଛନ୍ତି। ଯୋଗୀଙ୍କୁ ହରାଇବା ପାଇଁ ସେ ସବୁ ପ୍ରକାରର ଉଦ୍ୟମ କରିବେ ବୋଲି ଘୋଷଣା କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ବେଳେ ମଧ୍ୟ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି କହିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ନିଜ କଥାକୁ ବଦଳାଇ ଦେଇଥିଲେ। ଏବେ ୨୦୨୨ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସେ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ମୁଁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ କହିଥିଲି। ହେଲେ ସେତେବେଳେ ମୋର ନିଜର ଦଳ ନଥିଲା। ଏହି ସମୟରେ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ତାଙ୍କ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କହିଥିଲେ। ବିରୋଧୀଙ୍କ ଭୋଟ ଭାଗଭାଗ କରିବା ଅପେକ୍ଷା ବିଏସ୍‌ପିର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ସେ କହିଥିଲେ। ତେଣୁ ମୁଁ ୨୦୧୯ରେ ପ୍ରାର୍ଥୀ ହୋଇ ପାରି ନଥିଲି।

କିନ୍ତୁ ଏଥର ମୋ ପାଖରେ ଆଜାଦ ସମାଜ ପାର୍ଟି ରହିଛି। ଉତ୍ତର ପ୍ରଦେଶ ବିଧାନସଭାରେ ସ୍ଥାନ ଦଖଲ କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯୋଗୀ ଆଦିତ୍ୟନାଥ କେମିତି ବିଧାନସଭାକୁ ଯାଇ ନ ପାରିବେ, ସେଇଟା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେ ଯେଉଁ ସ୍ଥାନରୁ ବି ପ୍ରାର୍ଥୀ ହେବେ ମୁଁ ତାଙ୍କ ବିରୋଧରେ ଛିଡ଼ା ହେବି। ଆମେ ଯଦି ନିଜ ଦମ୍ଭରେ ନିର୍ବାଚନ ଲଢ଼ିବୁ, ତା’ହେଲେ ଦଳିତ, ମୁସଲିମ ଓ ପଛୁଆ ବର୍ଗର ଲୋକଙ୍କୁ ଯେଉଁଠାରେ ସମ୍ଭବ ସେଠାରେ ପ୍ରାର୍ଥୀ କରିବୁ।”

ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ବିଧାନସଭାକୁ ଯାଇ ନାହାନ୍ତି। ଯୋଗୀ ହେଉଛନ୍ତି ଉତ୍ତର ପ୍ରଦେଶ ବିଧାନ ପରିଷଦର ସଦସ୍ୟ। ଏଥର ସେ କେଉଁ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ, ଏଯାଏ ସେକଥା ସ୍ପଷ୍ଟ କରିନାହାନ୍ତି।

କ’ଣ ଆଜାଦ ନିର୍ବାଚନ ବେଳେ ଯୋଗୀଙ୍କୁ ହରାଇବା ପାଇଁ ମାୟାବତୀ ଓ ଅଖିଲେଶ ଯାଦବଙ୍କ ଭଳି ବଡ଼ ଦଳର ନେତାଙ୍କ ସହଯୋଗ ଲୋଢ଼ିବେ କି? ଏହାର ପ୍ରଶ୍ନରେ ଚନ୍ଦ୍ରଶେଖର ଆଜାଦ କହିଛନ୍ତି, “ମୁଁ ବିଜେପିକୁ ଅଟକାଇବାକୁ ଚାହେଁ। ଏଥିପାଇଁ ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିବା ଦରକାର। ବେହନଜୀ(ମାୟାବତୀ) ଯୋଗୀଙ୍କ ସହ ଲଢ଼ିବେ ନହେଲେ ମୋତେ ଲଢ଼ିବାକୁ ଛାଡ଼ିବେ। ମୁଁ ସଶକ୍ତ ଓ ଯୋଗୀ ଆଦିତ୍ୟନାଥଙ୍କ ସହ ମୁଁ ଲଢ଼ିପାରିବି। ଲୋକମାନେ ଜାଣିଛନ୍ତି ମୁଁ ରହିବି । କେବେ ହେଲେ ବିକ୍ରି ହେବିନି। ମୁଁ କୁଆଡ଼େ ବି ଭୟରେ ଚାଲିଯିବିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story