ପରଲୋକରେ ବଲିଉଡ ଅଭିନେତା ଅମିତ ମିସ୍ତ୍ରୀ

ମୁମ୍ୱାଇ: ପରଲୋକରେ ବଲିଉଡ ଅଭିନେତା ଅମିତ ମିସ୍ତ୍ରୀ। ବଲିଉଡର ୟମଲା ପଗଲା ଦୀଓ୍ୱାନା, ଏ ଜେଣ୍ଟେଲମ୍ୟାନ ଏବଂ ଅନେକ ଓ୍ୱେବ ସରିଜରେ ଅଭିନୟ କରଥିବା ଏହି ଅଭିନେତା ହୃଦଘାତରେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ଅମିତ ମିସ୍ତ୍ରୀ ମୁଖ୍ୟତଃ ଗୁଜରାଟ ସିନେ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ଲୋକପ୍ରିୟ ୱେବ୍ ସିରିଜ୍ ବନ୍ଦିଶ ବନ୍ଦିତସ (Bandish Bandits)ଅଭିନୟ ପାଇଁ ସେ ଚର୍ଚ୍ଚାରେ ଥିଲେ। ଅମିତ ମିସ୍ତ୍ରୀ ‘କ୍ୟା କେହନା’, ‘ଏକ ଚାଲିସ୍ କି ଆଖରି ଲୋକାଲ୍‘, 99, […]

amit-mistry

amit-mistry

Subhransu Sekhar
  • Published: Friday, 23 April 2021
  • Updated: 23 April 2021, 02:57 PM IST

ମୁମ୍ୱାଇ: ପରଲୋକରେ ବଲିଉଡ ଅଭିନେତା ଅମିତ ମିସ୍ତ୍ରୀ। ବଲିଉଡର ୟମଲା ପଗଲା ଦୀଓ୍ୱାନା, ଏ ଜେଣ୍ଟେଲମ୍ୟାନ ଏବଂ ଅନେକ ଓ୍ୱେବ ସରିଜରେ ଅଭିନୟ କରଥିବା ଏହି ଅଭିନେତା ହୃଦଘାତରେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ଅମିତ ମିସ୍ତ୍ରୀ ମୁଖ୍ୟତଃ ଗୁଜରାଟ ସିନେ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା।

ଲୋକପ୍ରିୟ ୱେବ୍ ସିରିଜ୍ ବନ୍ଦିଶ ବନ୍ଦିତସ (Bandish Bandits)ଅଭିନୟ ପାଇଁ ସେ ଚର୍ଚ୍ଚାରେ ଥିଲେ। ଅମିତ ମିସ୍ତ୍ରୀ ‘କ୍ୟା କେହନା’, ‘ଏକ ଚାଲିସ୍ କି ଆଖରି ଲୋକାଲ୍‘, 99, ଶୋର ଇନ୍ ଦ ସିଟି, ୟାମଲା ପାଗଲା ଦୀୱାନା, ଓ୍ୱେ ୟାର୍, ଏ ଜେଣ୍ଟେଲମ୍ୟାନ ଏବଂ ୱେବ୍ ସିରିଜ୍ ବନ୍ଦିଶ ବନ୍ଦିତସରେ ଅଭିନୟ କରିଥିଲେ ଲୋକଙ୍କ ନଜରକୁ ଆସିଥିଲେ।

ଅମିତଙ୍କ ବିୟୋଗରେ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି। ବଲିଉଡ ଅଭିନେତ୍ରୀ ଟିସ୍କା ଚୋପ୍ରା ଟ୍ୱିଟ କରି ଶୋକ ପ୍ରକାଶ କରିବା ସହିତ ଅମିତଙ୍କ ବାବଦରେ ଉଲ୍ଲେଖ କରିଛନ୍ତି। ଅମିତ ଜଣେ ଭଲ ମଣିଷ ଥିଲେ, ସବୁବେଳେ ଶାନ୍ତ ରହୁଥିଲେ ବୋଲି ସେ କହିଛନ୍ତି।

ଅଭିନେତା ଅମିତ ବ୍ୟାଣ୍ଡିସ୍ ବେଣ୍ଡିଟ୍ସ ୱେବ୍ ସିରିଜରେ ଦେବେନ୍ଦ୍ର ରାଠୋର ଭୂମିକାରେ ଅଭିନୟ କରୁଥିଲେ। ଅମିତ ନାସିରୁଦ୍ଦିନ ଶାହାଙ୍କ ପୁଅ ଭୂମିକାରେ ଥିଲେ। ଅମିତ ଟିଭି ଶୋ’ରେ ମଧ୍ୟ କାମ କରିଥିଲେ।

https://twitter.com/CintaaOfficial/status/1385476497788608512?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos