ନୂଆଦିଲ୍ଲୀ: ଆପଣଙ୍କର ଯଦି ବ୍ୟାଙ୍କ କାମ ବାକି ଥାଏ ତେବେ ତରୁନ୍ତ ସାରି ଦିଅନ୍ତୁ। କାରଣ ଏହି ଡିସେମ୍ବର ମାସରେ ବ୍ୟାଙ୍କ ୧୨ ଦିନ ଛୁଟି ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଡିସେମ୍ବରରେ ସମସ୍ତ ବେସରକାରୀ ଓ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡିକ ୧୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ ଆରବିଆଇ ପକ୍ଷରୁ ଚଳିତ ବର୍ଷ ଡିସେମ୍ବର ମାସ ପାଇଁ ଛୁଟି ତାଲିକା ଜାରି କରାଯାଇଛି। ତେବେ ନିର୍ଦ୍ଧାରିତ ଛୁଟି ଦିବସକୁ ଛାଡ଼ି ରାଜ୍ୟ ମାନ୍ୟତା ଅନୁଯାୟୀ, ଛୁଟି ଦିବସ ତାଲିକା ସ୍ଥିର ହୋଇଛି। ଏଥିରେ ଖ୍ରୀଷ୍ଟମାସ ସମେତ ୭ଟି ରାଜ୍ୟର ଛୁଟି ଦିବସ ରହିଛି । ତେଣୁ ୭ଟି ଛୁଟିଦିନ ଏବଂ ଉଇକେଣ୍ଡକୁ ମିଶାଇ ଏଥର ଡିସେମ୍ବରରେ ସମଗ୍ର ଦେଶରେ ମୋଟ ୧୨ଦିନ ବ୍ୟାଙ୍କ ବନ୍ଦ ରହିବ। ମୁଖ୍ୟତଃ ସ୍ଥାନ ଓ ପରମ୍ପରା ଅନୁସାରେ ସେଲିବ୍ରେସନକୁ ନେଇ ଦେଶବ୍ୟାପି ତାରିଖ ସମାନତା ରୁହେ ନାହିଁ।
ଉଦାହାରଣ ସୂରୁପ St. Francis Xavierକୁ ନେଇ ଗୋଆରେ ଡିସେମ୍ବର ୩କୁ ଛୁଟି ରହିବ। କିନ୍ତୁ ଏହି ଦିନ ଦେଶର ଅନ୍ୟ ରାଜ୍ୟରେ ବ୍ୟାଙ୍କ ଖୋଲା ରହିବ। ସେହି ହିସାବରେ ଡିସେମ୍ବରରେ ମୋଟ ୧୨ ଦିନ ବନ୍ଦ ରହିବ।
ତେଣୁ ଆପଣର ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଥିଲେ ତୁରନ୍ତ ସାରିଦେବାକୁ ପଡ଼ିବ। ମୁଖ୍ୟତଃ ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡ଼ି ରାଜ୍ୟ ମାନ୍ୟତା ଅନୁଯାୟୀ ହେଉଥିବା ସେଲିବ୍ରେସନ , ଧାର୍ମକ ଛୁଟି ଏବଂ ଅନ୍ୟ ପର୍ବପର୍ବାଣିକୁ ଆଧାର କରି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଛୁଟି ଦିବସ ସ୍ଥିର ହୋଇଥାଏ। ଏହି ଛୁଟି ଦିବସକୁ ନେଇ ରାଜ୍ୟ ଏବଂ ରାଜ୍ୟ ମଧ୍ୟରେ ପାର୍ଥକ୍ୟ ରୁହେ। ଅର୍ଥାତ ଯଦି ଓଡ଼ିଶାରେ କୌଣସି ମାନ୍ୟତା ଅନୁଯାୟୀ ଛୁଟି ଦିବସ ରୁହେ ତେବେ ତାହା ଅନ୍ୟ ରାଜ୍ୟରେ ସାର୍ବଜନୀନ ହୋଇନଥାଏ।
ଡିସେମ୍ବର ମାସରେ ନିର୍ଦ୍ଦିଷ୍ଟ ୭ଟି ରାଜ୍ୟର ଛୁଟି ତାଲିକା
December 3: Feast of St. Francis Xavier — Goa
December 18: Death Anniversary of U SoSo Tham — Shillong
December 24: Christmas Festival (Christmas Eve) — Aizawl, Shillong
December 25: Christmas — Guwahati, Hyderabad, Imphal, Jaipur, Jammu, Kanpur, Kochi, Kolkata, Lucknow, Mumbai, Nagpur, New Delhi, Panaji, Patna, Raipur, Ranchi, Shillong, Shimla, Srinagar, Thiruvananthapuram
December 27: Christmas Celebration — Aizawl
December 30: U Kiang Nangbah — Shillong
December 31: New Year’s Eve — Aizawl
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।