ଦୀପାବଳି ପୂର୍ବରୁ ବାଣର ବିକ୍ରି ଓ ଫୁଟାଇବା ଉପରେ ଲାଗିଲା ରୋକ

କୋଲକାତା: ପରିବେଶ ପ୍ରଦଷୂଣ ଓ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ବେଙ୍ଗଲ ସରକାର। ଦୀପାବଳି ଆଗକୁ ଥିବା ବେଳେ ଆଜି ବେଙ୍ଗଲ ସରକାର ପ୍ରଦୂଷଣ ସୃଷ୍ଟିକାରୀ ବାଣର ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇ ଦେଇଛନ୍ତି। ତେବେ ରାଜ୍ୟରେ ଗ୍ରୀନ କ୍ରାକର୍ସ ବ୍ୟବହାରକୁ ସରକାର ଅନୁମତି ଦେଇଛନ୍ତି। ଗ୍ରୀନ କ୍ରାକର୍ସକୁ ଲୋକମାନେ କେତେ ବେଳେ ଫୁଟାଇ ପାରିବେ, ତା’ର ସମୟସୀମା ଧାର୍ଯ୍ୟ କରାଯାଇଛି। ଲୋକମାନେ ମାତ୍ର ୨ […]

crackers

crackers

Hemant Lenka
  • Published: Wednesday, 27 October 2021
  • Updated: 29 October 2021, 04:07 PM IST

Sports

Latest News

କୋଲକାତା: ପରିବେଶ ପ୍ରଦଷୂଣ ଓ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ବେଙ୍ଗଲ ସରକାର। ଦୀପାବଳି ଆଗକୁ ଥିବା ବେଳେ ଆଜି ବେଙ୍ଗଲ ସରକାର ପ୍ରଦୂଷଣ ସୃଷ୍ଟିକାରୀ ବାଣର ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇ ଦେଇଛନ୍ତି।

ତେବେ ରାଜ୍ୟରେ ଗ୍ରୀନ କ୍ରାକର୍ସ ବ୍ୟବହାରକୁ ସରକାର ଅନୁମତି ଦେଇଛନ୍ତି। ଗ୍ରୀନ କ୍ରାକର୍ସକୁ ଲୋକମାନେ କେତେ ବେଳେ ଫୁଟାଇ ପାରିବେ, ତା’ର ସମୟସୀମା ଧାର୍ଯ୍ୟ କରାଯାଇଛି। ଲୋକମାନେ ମାତ୍ର ୨ ଘଣ୍ଟା ପାଇଁ ଦୀପାବଳିରେ ଗ୍ରୀନ କ୍ରାକର୍ସ ଫୁଟାଇ ପାରିବେ ବୋଲି ସରକାର କହିଛନ୍ତି। ଏହାବାଦ ଛଟ, ଖ୍ରୀଷ୍ଟିମାସ ଓ ନୂଆବର୍ଷରେ କେତେ ସମୟ ଗ୍ରୀନ କ୍ରାକର୍ସ ବ୍ୟବହାର ହେବ, ତା’ର ସମୟସୀମା ବି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି।

ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛନ୍ତି, ଦୀପାବଳିରେ ଲୋକମାନେ ରାତି ୮ଟାରୁ ୧୦ ଯାଏ, ଛଟପୂଜାରେ ସକାଳ ୬ଟାରୁ ସକାଳ ୮ଟା, ଖ୍ରୀଷ୍ଟମାସ ଓ ନୂଆବର୍ଷରେ ରାତି ୧୧.୫୫ରୁ ୧୨.୩୦ ଅର୍ଥାତ ୩୫ ମିନିଟ୍‌ ପାଇଁ ବାଣ ଫୁଟାଇ ପାରିବେ। ଏହି ସମୟରେ କେବଳ ଗ୍ରୀନ କ୍ରାକର୍‌ସକୁ ବ୍ୟବହାର ପାଇଁ ଅନୁମତି ମିଳିବ। ସୁପ୍ରିମକୋର୍ଟ ୨୦୧୮ରେ ଦେଇଥିବା ରାୟକୁ ଆଧାର କରି ବେଙ୍ଗଲ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏପରି ନିର୍ଦ୍ଦେଶ ଦେଇଛି।

ବାଣ ଫୁଟିବା ଦ୍ୱାରା ଏଥିରୁ ବିଭିନ୍ନ ପ୍ରକାରର କେମିକାଲ ଗ୍ୟାସ ନିର୍ଗତ ହୋଇଥାଏ। ଏହା ଲୋକଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ବିଶେଷ କରି ଏବେ କୋଭିଡ ପିରିୟଡ ଚାଲିଥିବାରୁ ହୋମ ଆଇସୋଲେସନରେ ଥିବା ଲୋକମାନେ ବାଣ ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣରେ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ବେଙ୍ଗଲ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story