ପାଟନା: ଦିଲ୍ଲୀ ନିର୍ଭୟା କାଣ୍ଡର ଘଟିଛି ପୁନରାବୃତ୍ତି। ବିହାରର ପଶ୍ଚିମ ଚମ୍ପାରଣରେ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଏକ ବସ୍ ଭିତରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ବେତିଆର ବସ୍ ଡିପୋ ଭିତରେ ଥିବା ଏକ ବସ୍ ଭିତରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ନିଶା ଦେଇ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ଖଲାସି ସମେତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ପୀଡିତା ଜଣକ ଏକ ବସ୍ରେ ବସି ପୂର୍ବ ଚମ୍ପାରଣର ଜିଲ୍ଲା ମୁଖ୍ୟାଳୟ ମୋତିହାରୀରୁ ବେତିୟା ନିକଟରେ ପହଞ୍ଚିଥିଲେ। ଏହାପରେ ବସ୍ କଣ୍ଡକ୍ଟର ଓ ଖଲାସି ତାଙ୍କୁ ପାଟନା ନେଇଯିବାକୁ କହି ବେତିଆ ବସ୍ଷ୍ଟାଣ୍ଡରେ ବସାଇଥିଲେ। ଏହାପରେ ସେ ବସ୍କୁ ବାଇପାସ୍ ରୋଡ୍ରେ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ଏକ ପାନୀୟ ଜଳରେ ନିଶା ପଦାର୍ଥ ମିଶାଇ ପିଇବାକୁ ଦେଇଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ପରେ ଡ୍ରାଇଭର, ଖଲାସି ଓ କଣ୍ଡକ୍ଟର ମିଶି ତାଙ୍କ ସହ ଦୁଷ୍କର୍ମ କରିଥିବା ପୀଡିତା ଜଣକ ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ କହିବା ମୁତାବକ, ପୀଡିତା ମଙ୍ଗଳବାର ସନ୍ଧ୍ୟାରେ ପୁଲିସ ଷ୍ଟେସନକୁ ଆସି ସମସ୍ତ ଘଟଣା ବିଷୟରେ କହିଥିଲା। ଏହାପରେ ତାଙ୍କୁ ମେଡକାଲ ଯାଞ୍ଚ ପାଇଁ ନିଆଯାଇଥିଲା। ବର୍ତ୍ତମାନ ଉକ୍ତ ବସ୍କୁ ଜବତ କରାଯିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଫରେନ୍ସିକ୍ ଟିମ୍କୁ ଡକାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।