ପୁଲିସକୁ ବାନ୍ଧିଲା ପୁଲିସ, ୫ ଅଫିସର୍‌ଙ୍କୁ ହାଜତରେ ପୂରାଇଲେ ଏସ୍‌ପି

ପାଟନା: ପୁଲିସକୁ ବାନ୍ଧିଲା ପୁଲିସ। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୫ ଜଣ ପୁଲିସ କର୍ମଚାରୀଙ୍କୁ ଜେଲ ଭିତରେ କରାଗଲା ବନ୍ଦୀ। ଖୋଦ୍‌ ଏସ୍‌ପି ନିଜ କର୍ମଚାରୀଙ୍କ ଉପରେ ଗ୍ରହଣ କଲେ କାର୍ଯ୍ୟାନୁଷ୍ଠାନ । ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବିହାରର ନାବାଦ ଜିଲ୍ଲାରୁ। ନାବାଦ ଜିଲ୍ଲାରେ ପୋଷ୍ଟ ହୋଇଥିବା ୫ ଜଣ ପୁଲିସ ଅଧିକାରୀଙ୍କୁ ସେପ୍ଟେମ୍ବର ୮ ତାରିଖରେ ଏସ୍‌ପି ଗୌରବ ମଙ୍ଗଲା ହାଜତରେ ପୂରାଇ ଦେଇଥିବା ଅଭିଯୋଗ […]

Jail

Jail

Madhupriya Mistry
  • Published: Sunday, 11 September 2022
  • Updated: 11 September 2022, 10:58 AM IST

Sports

Latest News

ପାଟନା: ପୁଲିସକୁ ବାନ୍ଧିଲା ପୁଲିସ। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୫ ଜଣ ପୁଲିସ କର୍ମଚାରୀଙ୍କୁ ଜେଲ ଭିତରେ କରାଗଲା ବନ୍ଦୀ। ଖୋଦ୍‌ ଏସ୍‌ପି ନିଜ କର୍ମଚାରୀଙ୍କ ଉପରେ ଗ୍ରହଣ କଲେ କାର୍ଯ୍ୟାନୁଷ୍ଠାନ । ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବିହାରର ନାବାଦ ଜିଲ୍ଲାରୁ।

ନାବାଦ ଜିଲ୍ଲାରେ ପୋଷ୍ଟ ହୋଇଥିବା ୫ ଜଣ ପୁଲିସ ଅଧିକାରୀଙ୍କୁ ସେପ୍ଟେମ୍ବର ୮ ତାରିଖରେ ଏସ୍‌ପି ଗୌରବ ମଙ୍ଗଲା ହାଜତରେ ପୂରାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିଭାଗରେ ଆତଙ୍କ ଖେଳିଯାଇଥିଲା। ଜିଲ୍ଲାରୁ ଆରମ୍ଭ କରି ରାଜ୍ୟର ସମସ୍ତ ପୁଲିସ ଆସୋସିଏସନ ଏହା ବିରୋଧରେ ସ୍ୱର ଉଠାଇଛନ୍ତି।

ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଓ ୩ ଜଣ କନଷ୍ଟେବଳଙ୍କୁ ଜେଲରେ ବନ୍ଦୀ କରି ରଖାଯାଇଥିଲା। ଦୁଇ ଘଣ୍ଟା ବନ୍ଦୀ ରହିବା ପରେ ସମସ୍ତଙ୍କୁ ମୁକ୍ତ କରାଯାଇଥିଲା। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/manishndtv/status/1568639255500718082?s=20&t=lKx8_ALiNoyNeS7M8LGIcw

ସୂଚନା ମୁତାବକ, ସେପ୍ଟେମ୍ବର ୮ ତାରିଖରେ ଏହି ସମସ୍ତ ଘଟଣା ଘଟିଥିଲା। ରାତି ପ୍ରାୟ ୯ଟା ବେଳେ ଏସପି ଟାଉନ୍‌ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ଏକ ଦୁର୍ନୀତି ମାମଲାର ସମୀକ୍ଷା କରିବାବେଳେ କିଛି ଅଧିକାରୀଙ୍କ ଅବହେଳା ସାମ୍ନାକୁ ଆସିଥିଲା। ଏହା ପରେ ସେ ରାଗିଯାଇ ଦୁଇ ଜଣ ଇନ୍‌ସ୍ପେକ୍ଟର ଓ ୩ ଜଣ କନଷ୍ଟେବଳଙ୍କୁ ଗିରଫ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ସମସ୍ତଙ୍କୁ ହଜାତରୁ ବାହାର କରାଯାଇଥିଲା। ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇ, ଯାହାର ଫୁଟେଜ ସାମ୍ନାକୁ ଆସିବା ପରେ ବିବାଦ ମୁଣ୍ଡ ଟେକିଛି।

୯ ସେପ୍ଟେମ୍ବରରେ ଏହି ଖବର ଭାଇରାଲ ହୋଇଥିଲା। ସେପଟେ ଏନେଇ ସମ୍ପୃକ୍ତ ଏସ୍‌ପିଙ୍କୁ ପଚାରିବାରୁ ସେ ଏହାକୁ ମିଥ୍ୟା ଖବର କହି କିଛି କହିବାକୁ ମନା କରିଦେଇଛନ୍ତି। ଥାନା ଅଧିକାରୀ ବିଜୟ କୁମାର ସିଂହ ମଧ୍ୟ ଏଭଳି ଘଟଣା ଘଟିନଥିବା କହି ଅଭିଯୋଗ ଖଣ୍ଡନ କରିଛନ୍ତି। ସେପଟେ ବିହାର ପୁଲିସ ଆସୋସିଏସନ୍‌ ଏହି ମାମଲାର ଯାଞ୍ଚ ପାଇଁ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos