ସଂକ୍ରମଣ ବଢ଼ୁଥିବାରୁ ଓଡ଼ିଶା ସମେତ ୬ ରାଜ୍ୟକୁ ଗଲେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର କୋପ ହ୍ରାସ ପାଉଥିବା ବେଳେ କିଛି ରାଜ୍ୟରେ ସ୍ଥିତି ପୂର୍ବବତ ରହିଛି। ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ କେନ୍ଦ୍ରୀୟ ଟିମ ପଠାଯାଇଛି। ଏହି କେନ୍ଦ୍ରୀୟ ଟିମ୍‌ର ସଦସ୍ୟାମାନେ ସ୍ଥାନୀୟ ପ୍ରଶାସନ ସହ ମିଶି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ […]

Corona

Corona

Hemant Lenka
  • Published: Friday, 02 July 2021
  • Updated: 02 July 2021, 04:31 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର କୋପ ହ୍ରାସ ପାଉଥିବା ବେଳେ କିଛି ରାଜ୍ୟରେ ସ୍ଥିତି ପୂର୍ବବତ ରହିଛି। ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ କେନ୍ଦ୍ରୀୟ ଟିମ ପଠାଯାଇଛି।

ଏହି କେନ୍ଦ୍ରୀୟ ଟିମ୍‌ର ସଦସ୍ୟାମାନେ ସ୍ଥାନୀୟ ପ୍ରଶାସନ ସହ ମିଶି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବେ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଟିମ୍‌ଗୁଡ଼ିକ ପ୍ରଥମେ ରାଜ୍ୟଗୁଡ଼ିକ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ବାବଦରେ ତଥ୍ୟ ସଂଗ୍ରହ କରିବେ। ଏହାପରେ କେଉଁ ସବୁ ଦିଗରେ ସମସ୍ୟା ରହିଛି, ତା’କୁ ସୁଧାରିବା ପାଇଁ ରାଜ୍ୟ ସରକାରମାନଙ୍କ ସହାୟତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ।

ଦୁଇ ଜଣିଆ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍‌ରେ ଜଣେ କ୍ଲିନିକସିଆନ ଓ ଜଣେ ପବ୍ଲିକ ହେଲ୍ଥ ଏକ୍ସପର୍ଟ ରହିଛନ୍ତି। ମଣିପୁର ଯାଇଥିବା ଟିମ୍‌ର ନେତୃତ୍ୱ ଡା ଏଲ ସ୍ୱାସ୍ଥିଚରଣ, ଅରୁଣାଚଳ ପ୍ରଦେଶ ପାଇଁ ଡା ସଞ୍ଜୟ ସୁଧାକରଣ, ତ୍ରିପୁରା ପାଇଁ ଡା ଆରଏନ୍‌ ସିହ୍ନା, କେରଳ ପାଇଁ ଡା ରୁଚି ଜୈନ, ଓଡ଼ିଶା ପାଇଁ ଡା ଏ ଡାନ ଓ ଛତିଶଗଡ଼ ଯାଇଥିବା ଟିମ୍‌ର ନେତୃତ୍ୱ ଡା ଦିବାକର ସାହୁ ନେବେ।

ଏହି ଟିମ୍‌କୁ ସଂପୃକ୍ତ ରାଜ୍ୟର ସରକାରମାନେ ସବୁ ପ୍ରକାରର ସହାୟତା ଓ ସହଯୋଗ ଯୋଗାଇଦେବେ। ଟିମର ସଦସ୍ୟ ତୁରନ୍ତ ରାଜ୍ୟଗୁଡ଼ିକୁ ଯାଇ ଟେଷ୍ଟିଂ ସହ ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ପଦକ୍ଷେପ ଗୁଡ଼ିକର ତଦାରଖ କରିବେ। କରୋନା କଟକଣା ଠିକ ଭାବେ ପାଳନ ହେଉଛି କି ନାହିଁ, ତା’ର ଯାଞ୍ଚ କରି ଏଗୁଡ଼ିକୁ ଲାଗୁ କରିବାକୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବେ।

ରାଜ୍ୟଗୁଡ଼ିକରେ ଆବଶ୍ୟକ ହସ୍ପିଟାଲ ବେଡ, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଅଛି କି ନାହିଁ ଓ ଟିକାକରଣ କେଉଁଭଳି ଚାଲିଛି, ତା’ର ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିବେ।

କେନ୍ଦ୍ରୀୟ ଟିମ୍‌ ସ୍ଥିତିକୁ ଯାଞ୍ଚ କରିବା ପରେ ସଂକ୍ରମଣ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବା ଉଚିତ, ତା’ର ପରାମର୍ଶ ମଧ୍ୟ ଦେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story