ବଦଳିଲା ନିୟମ, ଏଣିକି ସୂର୍ଯ୍ୟାସ୍ତ ପରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ପ୍ରୋଟକଲରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ସୂର୍ଯ୍ୟାସ୍ତ ବା ରାତି ସମୟରେ ବି ଶବଗୁଡ଼ିକ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇପାରିବ। ଯେଉଁ ହସ୍ପିଟାଲରେ ରାତିରେ ବ୍ୟବଚ୍ଛେଦ କରିବାକୁ ଆବଶ୍ୟକ ଭିତ୍ତିଭୂମି ଥିବ, ସେଠାରେ ଏହି ନିୟମ ଲାଗୁ ହେବ। ଏହାର ଅର୍ଥ ଯେକୌଣସି ସମୟରେ ଏଣିକି ଶବବ୍ୟବଚ୍ଛେଦ କରାଯାଇ ପାରିବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ସନ୍ଧ୍ୟା ୫ଟା […]

Dead-body

Dead-body

Hemant Lenka
  • Published: Monday, 15 November 2021
  • Updated: 15 November 2021, 06:35 PM IST

Sports

Latest News

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ପ୍ରୋଟକଲରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ସୂର୍ଯ୍ୟାସ୍ତ ବା ରାତି ସମୟରେ ବି ଶବଗୁଡ଼ିକ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇପାରିବ। ଯେଉଁ ହସ୍ପିଟାଲରେ ରାତିରେ ବ୍ୟବଚ୍ଛେଦ କରିବାକୁ ଆବଶ୍ୟକ ଭିତ୍ତିଭୂମି ଥିବ, ସେଠାରେ ଏହି ନିୟମ ଲାଗୁ ହେବ। ଏହାର ଅର୍ଥ ଯେକୌଣସି ସମୟରେ ଏଣିକି ଶବବ୍ୟବଚ୍ଛେଦ କରାଯାଇ ପାରିବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ସୂଚନା ଦେଇଛନ୍ତି।

ପୂର୍ବରୁ କେବଳ ସନ୍ଧ୍ୟା ୫ଟା ବା ସୂର୍ଯ୍ୟ ଅସ୍ତ ପୂର୍ବରୁ ହିଁ ହସ୍ପିଟାଲ ଗୁଡ଼ିକରେ ଶବ ବ୍ୟବଚ୍ଛେଦ ହୋଇ ପାରୁଥିଲା। ଅନେକ ସମୟରେ ସମ୍ବେଦଶୀନ ମାମଲାରେ ଶବ ବ୍ୟବଚ୍ଛେଦ ପାଇଁ ଗୋଟିଏ ଦିନ ଅପେକ୍ଷା ମଧ୍ୟ କରିବାକୁ ପଡ଼ୁଥିଲା। ଏଥିଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଥିବାରୁ କେନ୍ଦ୍ର ସରକାର ଶବବ୍ୟବଚ୍ଛେଦ ପାଇଁ ଲାଗୁ ସମୟ କଟକଣାକୁ ହଟାଇ ଦେଇଛନ୍ତି।

ଶ୍ରୀ ମାଣ୍ଡଭୀୟ କହିଛନ୍ତି, “ବ୍ରିଟିଶ ଶାସନ ସମୟରୁ ଥିବା ନିୟମ ଶେଷ ହୋଇଛି। ଏଣିକି ୨୪ ଘଣ୍ଟା ହୋଇ ପାରିବ ଶବ ବ୍ୟବଚ୍ଛେଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଉତ୍ତମ ଶାସନ ନୀତିକୁ ଆଗକୁ ବଢ଼ାଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି। ଯେଉଁ ସବୁ ହସ୍ପିଟାଲରେ ଶବବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ରହିଛି, ସେମାନେ ସୂର୍ଯ୍ୟାସ୍ତ ପରେ ବି ଏହା କରିପାରିବେ।”

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏହି ପରିବର୍ତ୍ତିତ ନିୟମ ଆବଶ୍ୟକ ସମୟ ଭିତରେ ଅର୍ଗାନ ପ୍ରତିରୋପଣ କରିବାରେ ସହାୟକ ହେବ। ଅନେକ ସମୟରେ ରାତି ବେଳା ଶବ ବ୍ୟବଚ୍ଛେଦ ହେଉ ନଥିବାରୁ ଅଙ୍ଗ ଦାନରେ ବିଳମ୍ବ ହେଉଥିଲା। ଅନେକ ସମୟରେ ଏଥିପାଇଁ ମୃତକଙ୍କ ପରିବାର ଲୋକ ଓ ସମ୍ପର୍କୀୟମାନେ ଅସୁବିଧାରେ ପଡ଼ୁଥିଲେ।

ଏକାଧିକ ବିଶେଷଜ୍ଞ କମିଟି ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତଙ୍କ ମତାମତକୁ ଗ୍ରହଣ କରି ଏପରି ନିଷ୍ପତ୍ତି ନେଇଛି। କିଛି ଇନଷ୍ଟିଚ୍ୟୁଟ ଏବେ ବି ରାତି ସମୟରେ ଶବ ବ୍ୟବଚ୍ଛେଦ କରୁଛନ୍ତି। ସେମାନଙ୍କ ପାଖରେ ରାତିରେ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ଟେକ୍ନୋଲଜି ଓ ଲାଇଟର ବ୍ୟବସ୍ଥା ଥିବାରୁ ସେମାନେ ଏହା କରିପାରୁଛନ୍ତି। ଏବେ ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ହସ୍ପିଟାଲ ଯୋଡ଼ି ହୋଇପାରିବେ ବୋଲି ମନ୍ତ୍ରଣାଳୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story