ଚର୍ଚ୍ଚରେ ପଶି ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ

ଚଣ୍ଡିଗଡ଼: ମାତିଲେ ଦୁର୍ବୃତ୍ତ। ଭାଙ୍ଗିଲେ ମୂର୍ତ୍ତି। ହରିୟାଣାର ଅମ୍ବାଲାର ଏକ ଚର୍ଚ୍ଚରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏଁ ଅପରାଧୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନାହିଁ ପୁଲିସ।  ଦୁଇ ଜଣ ବ୍ୟକ୍ତି ଗତକାଲି ରାତି ୧୨ଟା ୩୦ରେ ଚର୍ଚ୍ଚର କାନ୍ଥ ଡେଇଁଥିଲେ। ରାତି ପ୍ରାୟ ୧ଟା୪୦ରେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଥିଲେ। ସିସିଟିଭି ଫୁଟେଜରୁ ଏହି ପ୍ରମାଣ […]

gvb

gvb

Tapas Behera
  • Published: Sunday, 26 December 2021
  • Updated: 26 December 2021, 05:44 PM IST

Sports

Latest News

ଚଣ୍ଡିଗଡ଼: ମାତିଲେ ଦୁର୍ବୃତ୍ତ। ଭାଙ୍ଗିଲେ ମୂର୍ତ୍ତି। ହରିୟାଣାର ଅମ୍ବାଲାର ଏକ ଚର୍ଚ୍ଚରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏଁ ଅପରାଧୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନାହିଁ ପୁଲିସ।  ଦୁଇ ଜଣ ବ୍ୟକ୍ତି ଗତକାଲି ରାତି ୧୨ଟା ୩୦ରେ ଚର୍ଚ୍ଚର କାନ୍ଥ ଡେଇଁଥିଲେ। ରାତି ପ୍ରାୟ ୧ଟା୪୦ରେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଥିଲେ। ସିସିଟିଭି ଫୁଟେଜରୁ ଏହି ପ୍ରମାଣ ମିଳିଛି। ହେଲେ

ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ। ଏହାର ତଦନ୍ତ କରାଯାଉଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦର ପୁଲିସ ଷ୍ଟେସନର ହାଉସ ଅଧିକାରୀ ନରେଶ କହିଛନ୍ତି।

ନିକଟରେ ଧର୍ମୀୟ ସଂଖ୍ୟା ଲଘୁଙ୍କ ପ୍ରତି ହିଂସା ମାମଲା ବୃଦ୍ଧି ପାଇଛି। ଚର୍ଚ୍ଚଗୁଡିକ ଉପରେ ଆକ୍ରମଣ କରାଯାଉଛି ।  ଅନେକ ସ୍ଥାନରେ ଖ୍ରୀଷ୍ଟମାସ ଉତ୍ସବ ବ୍ୟାହତ ହୋଇଛି। ଅନ୍ୟପଟେ  ଚର୍ଚ୍ଚଗୁଡିକ ଲୋକଙ୍କୁ ଧର୍ମାନ୍ତୀକରଣ କରୁଥିବା ଅଭିଯୋଗ ପରେ କର୍ଣ୍ଣାଟକରେ ଧର୍ମାନ୍ତୀକରଣ ବିରୋଧୀ ବିଲ ପାରିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos