ଭୋପାଲ: ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସକ୍ଷମ ହେବ ଗାଈ ଗୋବର ଏବଂ ମୂତ୍ର। କିଛି ଏଭଳି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ତାଙ୍କ ମତରେ ଗାଈ, ଏବଂ ତା'ର ଗୋବର ଏବଂ ମୂତ୍ର ଦେଶର ଅର୍ଥନୀତି ବିକାଶ ପାଇଁ ସହାୟକ ହେବ।
ନିକଟରେ ଭୋପାଲ ଇଣ୍ଡିଆନ୍ ଭେଟନାରୀ ଆସୋସିଏସନ୍ର ମହିଳା ଶାଖାର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କିଛି ଏଭଳି କହିଛନ୍ତି। ସେ କହିଛନ୍ତି, ଗାଈ, ବଳଦ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ। ସରକାର ଅଭ୍ୟାରଣ୍ୟ ଓ ଗୋଶାଳା ତିଆରି କରିଛନ୍ତି। କିନ୍ତୁ ଯେତେ ପର୍ଯ୍ୟନ୍ତ ଲୋକମାନେ ଏହା ସହିତ ଜଡ଼ିତ ହେବେ ନାହିଁ ସେତେ ଯାଏଁ ଗୋଶାଳାରୁ କାମ ଚାଲିବ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ‘ଗାଈ ଗୋବର ଏବଂ ମୂତ୍ର ଦ୍ୱାରା ଆମେ ଚାହିଁଲେ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିପାରିବା। ଏଥିପାଇଁ ଏକ ସିଷ୍ଟମର ଆବଶ୍ୟକତା ରହିଛି। ମଧ୍ୟପ୍ରଦେଶରେ ଆମେ ଏକ ନୂଆ ସିଷ୍ଟମ ଜାଗ୍ରତ କରିବାକୁ ଚେଷ୍ଟା କରୁଛୁ। ବର୍ତ୍ତମାନ ଗାଈ ଗୋବରରୁ ସାର ଏବଂ କୀଟନାଶକ ପ୍ରସ୍ତୁତ କରାଯାଉଛି। ଗାଈ ଗୋବର ଏବଂ ଗୋମୂତ୍ର ସହିତ ଅର୍ଥନୀତିକୁ ମଜବୁତ କରାଯାଇପାରିବ। ଏହା ଦେଶକୁ ଆର୍ଥିକ ରୂପେ ଏହା ସକ୍ଷମ କରିପାରିବ। ଆମେ ଚେଷ୍ଟା କରୁଛୁ ଯେ ମଧ୍ୟପ୍ରଦେଶର ଶବଦାହ ସ୍ଥଳରେ କାଠ ଜଳିବ ନାହିଁ ବୋଲି ସେ କହିଛନ୍ତି।
ଗତବର୍ଷ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ, ଗାଈର କ୍ଷୀର, ଗୋବର ଏବଂ ଗୋ ମୂତ୍ର ବ୍ୟବହାର କରିବା ସୁସ୍ଥ ସମାଜ ପାଇଁ ଜରୁରୀ।
https://twitter.com/ANI/status/1459539699794468874?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।