କଟା ଘାରେ ଚୂନ ମାରିଲେ ଗୁଲାମ, କଂଗ୍ରେସକୁ ନେଇ ଏମିତି ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ: ଆଗରୁ କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା ବରିଷ୍ଠ ନେତା ଗୁଲାମ ନବି ଆଜାଦ ଏବେ ଦଳକୁ ଝଟକା ଦେଲା ଭଳି ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ୨୦୨୪ରେ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିବାର ଆଶା କ୍ଷୀଣ। ବୁଧବାର ଜମ୍ମୁ କାଶ୍ମୀରରେ ଏକ ରାଲିରେ ଯୋଗ ଦେଇ ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନରେ ​​କଂଗ୍ରେସ ୩୦୦ଟି ଆସନ ଜିତିବା ଭଳି ଲାଗୁ ନାହିଁ। ଏହି ରାଲିରେ ସେ ଧାରା […]

Gulam-Nabi-azad

Gulam-Nabi-azad

Tapas Behera
  • Published: Thursday, 02 December 2021
  • Updated: 02 December 2021, 08:16 PM IST

Sports

Latest News

ନୂଆଦିଲ୍ଲୀ: ଆଗରୁ କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା ବରିଷ୍ଠ ନେତା ଗୁଲାମ ନବି ଆଜାଦ ଏବେ ଦଳକୁ ଝଟକା ଦେଲା ଭଳି ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ୨୦୨୪ରେ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିବାର ଆଶା କ୍ଷୀଣ। ବୁଧବାର ଜମ୍ମୁ କାଶ୍ମୀରରେ ଏକ ରାଲିରେ ଯୋଗ ଦେଇ ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନରେ ​​କଂଗ୍ରେସ ୩୦୦ଟି ଆସନ ଜିତିବା ଭଳି ଲାଗୁ ନାହିଁ। ଏହି ରାଲିରେ ସେ ଧାରା ୩୭୦ର ପୁନଃପ୍ରଚଳନ ବାବଦରେ ସ୍ୱର ଉଠାଇଛନ୍ତି। ହେଲେ ଏହାକୁ ପୁନଃ କାର୍ଯ୍ୟକାରୀ ପାଇଁ ସେ କିନ୍ତୁ ପ୍ରତିଶ୍ରୁତି ଦେବା ଅବସ୍ଥାରେ ନାହାନ୍ତି ବୋଲି କହିଛନ୍ତି । ଏହା ତାଙ୍କ ଦ୍ୱାରା ଆଉ ସମ୍ଭବ ନୁହେଁ ବୋଲି କହିଛନ୍ତି । ଧାରା ୩୭୦କୁ ନେଇ କୋର୍ଟରେ ବିଚାରଧୀନ ରହିଛି।

କେବଳ ଲୋକମାନଙ୍କୁ ଖୁସି କରିବା ପାଇଁ ଆମ ହାତରେ ଯାହା ନାହିଁ ସେ ବିଷୟରେ ମୁଁ କହିବି ନାହିଁ। ମୁଁ ତୁମକୁ ତାରା ଏବଂ ଚନ୍ଦ୍ର ଭଳି ପ୍ରତିଶ୍ରୁତି ଦେଇପାରିବି ନାହିଁ।   ୩୭୦କୁ ନେଇ ଯଦି କୋର୍ଟ ବ୍ୟତୀତ କେହି କିଛି କରିପାରିବେ ତାହା ହେଉଛି ବର୍ତ୍ତମାନର ସରକାର। ଯିଏ ଏହି ପଦକ୍ଷେପ ପାଇଁ ଦାୟୀ ଥିଲା। ଆମର ୩୦୦ ସାଂସଦ ଅଭାବ ରହିଛି।

ସେମିତି ୨୦୨୪ରେ କଂଗ୍ରେସ ୩୦୦ ସାଂସଦ ଆସନ ଜିତିବା ଳଭି ମତେ ଲାଗୁ ନାହିଁ ବୋ ସେ କହିଛନ୍ତି । ଭଗବାନ ଚାହିଁଲେ ଆମେ ଜିତିବୁ ବୋଲି ସେ କହିଛନ୍ତି। ସଂସଦରେ ତିନିବର୍ଷ ଭିତରେ କେବଳ ମୁଁ ହିଁ ଏକମାତ୍ର ବ୍ୟକ୍ତି ଯିଏ ଧାରା ୩୭୦ ରଦ୍ଦ ହେବାନେଇ ପ୍ରସଙ୍ଗ ଉଠାଇ ଥିଲି। ସେତେବେଳେ କେହି କିଛି କହୁନଥିଲେ। କିନ୍ତୁ ଏବେ ଯେତେବେଳେ ମାମଲା ଯାଇ କୋର୍ଟରେ ପହଞ୍ଚିଲାଣି ସେବେ ଲୋକଙ୍କୁ ଖୁସି କରିବା ପାଇଁ ମୁଁ କିଛି କହିବି ନାହିଁ।

ଆଜାଦ ଗତ ବର୍ଷ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସଂଗଠନରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos