କରୋନାରୁ ସୁସ୍ଥ ହେଲେ ମଧ୍ୟ ଦୀର୍ଘ ଦିନ ଯାଏ ଦୁର୍ବଳ ରହୁଛି ଫୁସଫୁସ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ପାଇଁ ଖରାପ ଖବର। କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଉଥିବା ଲୋକଙ୍କ ଫୁସଫୁସ ଉପରେ ଭାଇରସର ପ୍ରଭାବ ୩ ମାସ ଯାଏ ରହୁଛି। ଅର୍ଥାତ ୩ ମାସ ଯାଏ ଫୁସଫୁସ ଦୁର୍ବଳ ଅବସ୍ଥାରେ ରହୁଛି। କିଛି ରୋଗୀଙ୍କ କ୍ଷେତ୍ରରେ ଏହା ଦୀର୍ଘ ସମୟ ଧରି ରହୁଥିବା ଦେଖିବାକୁ ମିଳିଛି। ବୈଜ୍ଞାନିକମାନେ ନୂଆ ସର୍ଭେରୁ ଏଭଳି ଚିନ୍ତାଜନକ ତଥ୍ୟ ପାଇଛନ୍ତି। ବ୍ରିଟେନରେ ଥିବା ଅକ୍ସଫୋର୍ଡ ଓ ଶେଫିଲ୍ଡ ବିଶ୍ୱବିଦ୍ୟାଳୟର ଗବେଷଣାରେ […]

Corona

Corona

Hemant Lenka
  • Published: Thursday, 27 May 2021
  • Updated: 27 May 2021, 04:01 PM IST

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ପାଇଁ ଖରାପ ଖବର। କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଉଥିବା ଲୋକଙ୍କ ଫୁସଫୁସ ଉପରେ ଭାଇରସର ପ୍ରଭାବ ୩ ମାସ ଯାଏ ରହୁଛି। ଅର୍ଥାତ ୩ ମାସ ଯାଏ ଫୁସଫୁସ ଦୁର୍ବଳ ଅବସ୍ଥାରେ ରହୁଛି। କିଛି ରୋଗୀଙ୍କ କ୍ଷେତ୍ରରେ ଏହା ଦୀର୍ଘ ସମୟ ଧରି ରହୁଥିବା ଦେଖିବାକୁ ମିଳିଛି।

ବୈଜ୍ଞାନିକମାନେ ନୂଆ ସର୍ଭେରୁ ଏଭଳି ଚିନ୍ତାଜନକ ତଥ୍ୟ ପାଇଛନ୍ତି। ବ୍ରିଟେନରେ ଥିବା ଅକ୍ସଫୋର୍ଡ ଓ ଶେଫିଲ୍ଡ ବିଶ୍ୱବିଦ୍ୟାଳୟର ଗବେଷଣାରେ ଆହୁରି କୁହାଯାଇଛି ଯେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଫୁସଫୁସ କ୍ଷତି ଘଟିଥିବା କଥା ନିୟମିତ ସିଟି ସ୍କାନ ଓ କ୍ଲିନକାଲ ଟେଷ୍ଟରୁ ଜଣାପଡ଼ୁନି।

ରୋଗୀମାନଙ୍କୁ ଏହି ଦୁଇ ଟେଷ୍ଟ ପରେ ସେମାନଙ୍କ ଫୁସଫୁସ ଠିକ୍‌ ଥିବା କଥା କୁହାଯାଉଛି। ହେଲେ ବାସ୍ତବରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମଧ୍ୟ ୩ ମାସ ଧରି କରୋନାରୁ ସୁସ୍ଥ ଲୋକଙ୍କର ଫୁସଫୁସ ସଂପୂର୍ଣ୍ଣ ଭାବେ ଠିକ ହୁଏନାହିଁ।

ରେଡିଓଲୋଜି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯଦି କୌଣସି କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉନାହାନ୍ତି କିନ୍ତୁ ଦୀର୍ଘ ସମୟ ଧରି ସେମାନେ ଶ୍ୱାସଜନିତ ସମସ୍ୟା ଭୋଗୁଛନ୍ତି, ତା’ହେଲେ ସେମାନଙ୍କ ଫୁସଫୁସ ମଧ୍ୟ ୩ ମାସ ଯାଏ ଡ୍ୟାମେଜ ହେଉଛି। ତେବେ ଏହା ଉପରେ ସଠିକ ନିର୍ଯାସ ପାଇଁ ଆଉ କିଛି ସର୍ଭେ ଦରକାର ବୋଲି ଗବେଷକମାନେ କହିଛନ୍ତି।

Hyperpolarised xenon MRI ସ୍କାନରୁ ଜଣାପଡ଼ିଛି ଯେ କିଛି କରୋନା ରୋଗୀଙ୍କ ଫୁସଫୁସ ୩ ମାସ ଯାଏ ଅସ୍ୱାଭାବିକ ରହୁଛି। ସେହିପରି ଆଉ କିଛି ରୋଗୀଙ୍କ ଫୁସଫୁସରେ ହସ୍ପିଟାଲରରୁ ଡିସଚାର୍ଜ ହେବାର ଏହା ୯ ମାସ ଯାଏ ଅସ୍ୱାଭାବିକତା ଦେଖିବାକୁ ମିଳୁଛି।

କିନ୍ତୁ ଅନ୍ୟ ସବୁ କ୍ଲିନିକାଲ ଟେଷ୍ଟରେ ଫୁସଫୁସ ସ୍ୱାଭାବିକ ରହିଥିବା କୁହାଯାଉଛି। ହସ୍ପିଟାଲରୁ ଡିସଚାର୍ଜ ହେଉଥିବା ବା ସୁସ୍ଥ ହେଉଥିବା ଅନେକ କରୋନା ରୋଗୀ ଦୀର୍ଘ ସମୟ ଧରି ଶ୍ୱାସଜନିତ ସମସ୍ୟା ଭୋଗୁଥିବା ନଜରକୁ ଆସିଛି।

ଏହାପରେ ସେମାନେ ଫୁସଫୁସର ସ୍ଥିତାବସ୍ଥା କଥା ଜାଣିବାକୁ ସିଟି ସ୍କାନ କରୁଛନ୍ତି। ଏହି ସମୟରେ ଏହା ସଂପୂର୍ଣ୍ଣ ଠିକ୍‌ ଥିବା କୁହାଯାଉଛି। ହେଲେ ବାସ୍ତବରେ ଏହା ଦୁର୍ବଳ ରହିଥିବା Hyperpolarised xenon MRI ସ୍କାନରୁ ସ୍ପଷ୍ଟ ହୋଇଛି।

ଫୁସଫୁସରେ ରହୁଥିବା ଅସ୍ୱାଭାବିକତା ପାଇଁ ରକ୍ତକଣିକାରେ ଠିକ୍‌ ଭାବେ ଅକ୍ସିଜେନ ପହଞ୍ଚି ପାରୁନାହିଁ। ହସ୍ପିଟାଲ ଆସୁଥିବା ରୋଗୀଙ୍କ କ୍ଷେତ୍ରରେ ଏଭଳି ଅବସ୍ଥା ଅଧିକ ଦେଖିବାକୁ ମିଳୁଛି ବୋଲି ଗବେଷଣାରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story