କଲବଲ କଲାଣି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ  

ନୂଆଦିଲ୍ଲୀ: କଲବଲ କଲାଣି କରୋନା। ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ। ଗତ ୭୦ ଦିନ ଭିତରେ ଦେଶରେ ଉଦ୍‌ବେଗଜନକ ଭାବେ ବଢ଼ିଛି କରୋନା ମାମଲା। ତେଣୁ  ପରିସ୍ଥିତିକୁ ଦେଖି ଚିନ୍ତାପ୍ରକଟ କରିଛି କେନ୍ଦ୍ର । ଏଥିପାଈଁ ରାଜ୍ୟମାନଙ୍କୁ ଆଡଭାଇଜରି ଜାରି କରିଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।  କରୋନା ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। […]

Covid Hospital

Covid Hospital

Tapas Behera
  • Published: Saturday, 01 January 2022
  • Updated: 01 January 2022, 07:42 PM IST

Sports

Latest News

ନୂଆଦିଲ୍ଲୀ: କଲବଲ କଲାଣି କରୋନା। ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ। ଗତ ୭୦ ଦିନ ଭିତରେ ଦେଶରେ ଉଦ୍‌ବେଗଜନକ ଭାବେ ବଢ଼ିଛି କରୋନା ମାମଲା। ତେଣୁ  ପରିସ୍ଥିତିକୁ ଦେଖି ଚିନ୍ତାପ୍ରକଟ କରିଛି କେନ୍ଦ୍ର । ଏଥିପାଈଁ ରାଜ୍ୟମାନଙ୍କୁ ଆଡଭାଇଜରି ଜାରି କରିଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।  କରୋନା ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଉକ୍ତ ଚିଠିରେ ଅସ୍ଥାୟୀ ଡାକ୍ତରଖାନା ଖୋଲିବା ପ୍ରକ୍ରିୟା ଆରମ୍ଭ କାରିବାକୁ କୁହାଇଛି।

ଏଥିସହ କୋଭିଡ୍ ମାମଲାକୁ ପରିଚାଳନା ପାଇଁ କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଛି।  ସେହିପରି ଜିଲ୍ଲା ଏବଂ ଉପ ଜିଲ୍ଲାସ୍ତରରେ କୋଭିଡ୍‌ କଣ୍ଟୋଲ ରୁମକୁ ଖୋଲିବା ପରାମର୍ଶ ଦିଆଯାଇଛି। ସେହିପରି କୋଭିଡ୍ ପାଇଁ ଉର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଭିତ୍ତିଭୂକୁ ଗୁଡ଼ିକର ତଦାରଖ ପାଇଁ ପରାମର୍ଶ ଦିଆଯାଇଛି। ହଠାତ୍ କୋଭିଡ୍‌ ମାମଲା ବଢ଼ିଥିବାରୁ ଏହା ସ୍ୱାସ୍ଥ୍ୟଭିତ୍ତିଭୂମି ଉପରେ ଚାପ ପକାଇପାରେ।

ତେଣୁ ଏହାର ମୁକାବିଲା ପାଇଁ ଗ୍ରାମାଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଏହି ହସପିଟାଲ ଗୁଡ଼ିକୁ ବେକକୁ ବେଳ ଯାଞ୍ଚ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।  ଡିସେମ୍ବର ୩୧ରେ ଦେଶରେ ୧୬,୭୬୪ଟି କୋଭିଡ୍ ମାମଲା ରେକର୍ଡ଼ କରାଯାଇଛି। ଏହି ସଂଖ୍ୟା ଗତ ୭୦ ଦିନରେ ସର୍ବାଧିକ ବୋଲି କୁହାଯାଉଛି। ଶୁକ୍ରବାର ରାଜେଶ ଭୂଷଣ ଏବଂ ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗଭ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ  ବିଭିନ୍ନ ସ୍ଥାନରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବୁଥ୍ ଖୋଲିବାକୁ କହିଛନ୍ତି। ଏଥିରେ ମେଡିକାଲ୍ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos