ଟିକା ନୂଆ ଭାରିଏଣ୍ଟକୁ ଦେଇପାରୁଛି ମାତ, କିନ୍ତୁ ଡେଲ୍ଟା ପ୍ଲସ ବିରୋଧରେ କାମ ଦେବ ତ

ନୂଆଦିଲ୍ଲୀ: ଦେଶରେ କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ତୃତୀୟ ୱେଭକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଯାଏ ଦେଶରେ ୪୮ଟି ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ବ୍ୟବହୃତ ହେଉଥିବା ଟିକା ନୂଆ ଭାରିଏଣ୍ଟ ବିରୋଧରେ ଫଳପ୍ରଦ ହେବ ନା ନାହିଁ, ତା’କୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି। ଏସବୁ ଭିତରେ ଭାରତ ସରକାରଙ୍କ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ଭାରତରେ ବ୍ୟବହାର […]

Vaccine

Vaccine

Hemant Lenka
  • Published: Friday, 25 June 2021
  • Updated: 25 June 2021, 06:06 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ତୃତୀୟ ୱେଭକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଯାଏ ଦେଶରେ ୪୮ଟି ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ବ୍ୟବହୃତ ହେଉଥିବା ଟିକା ନୂଆ ଭାରିଏଣ୍ଟ ବିରୋଧରେ ଫଳପ୍ରଦ ହେବ ନା ନାହିଁ, ତା’କୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି।

ଏସବୁ ଭିତରେ ଭାରତ ସରକାରଙ୍କ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକା କରୋନାର ସବୁ ପ୍ରକାରର ନୂଆ ଭାରିଏଣ୍ଟକୁ ମାତ ଦେବାକୁ ସକ୍ଷମ ଆଇସିଏମଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

ଆଜି ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭାର୍ଗବ କହିଛନ୍ତି, “କୋଭିସିଲ୍ଡ ଓ କୋଭାକ୍ସିନ ଟିକା ସାର୍ସ କୋଭ-୨ର ସବୁ ଭାରିଏଣ୍ଟ ଯଥା ଆଲଫା, ବିଟା, ଗାମା ଓ ଡେଲ୍ଟା ବିରୋଧରେ ଫଳପ୍ରଦ। ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ୧୨ଟି ଦେଶରେ ଚିହ୍ନଟ ହୋଇଛି। ଭାରତରେ ୪୮ଟି ଡେଲ୍ଟା ପ୍ଲସ କେସ୍ ସାମ୍ନାକୁ ଆସିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଗୁଡ଼ିକ ଅତ୍ୟନ୍ତ ଲୋକାଲାଇଜଡ।

ଆଲଫା, ବିଟା, ଗାମା ଓ ଡେଲ୍ଟା ବେଳେ ଆମେ ଯେଉଁ ଟେଷ୍ଟ କରୁଥିଲୁ ଏବେ ବି ସମାନ ପ୍ରଣାଳୀ ଆପଣା ଯାଉଛି। ଏହି ଭାରିଏଣ୍ଟ ବିରୋଧରେ ଟିକାର ପ୍ରଭାବ ଜାଣିବା ପାଇଁ ଲ୍ୟାବ ଟେଷ୍ଟ କରାଯାଉଛି। ୭ରୁ ୧୦ ଦିନ ଭିତରେ ଆମ ପାଖରେ ପୂରା ରିପୋର୍ଟ ପହଞ୍ଚି ଯିବ। ଦେଶର ୧୦ଟି ରାଜ୍ୟରେ ୪୮ଟି ଡେଲ୍ଟା ଭାରିଏଣ୍ଟ କେସ୍‌ ଚିହ୍ନଟ ହୋଇଛି।

ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି କେସ୍‌ ରହିଥିବା ବେଳେ ମଧ୍ୟପ୍ରଦେଶରେ ୭ଟି, ପଞ୍ଜାବରେ ୨ଟି, ଗୁଜରାଟରେ ୨ଟି, କେରଳରେ ୩ଟି, ଆନ୍ଧ୍ର ପ୍ରଦେଶରେ ୧, ତାମିଲନାଡୁରେ ୯ଟି, ଓଡ଼ିଶାରେ ୧ଟି, ରାଜସ୍ଥାନରେ ୧ଟି, ଜମ୍ମୁରେ ୧ଟି ଓ କର୍ଣ୍ଣାଟକାରେ ୧ଟି କେସ୍ ଚିହ୍ନଟ ହୋଇଛି।”

ଟିକାକରଣ ସମ୍ପର୍କରେ ଭାର୍ଗବ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗର୍ଭବତୀମାନେ ଟିକା ନେଇପାରିବେ। ଏହା ସେମାନଙ୍କ ଶୀରରରେ ଫଳପ୍ରଦ। ବର୍ତ୍ତମାନ ସମୟରେ ବିଶ୍ୱର ମାତ୍ର କିଛି ଦେଶରେ ଛୋଟ ପିଲାଙ୍କୁ ଟିକା ଦିଆଯାଉଛି। ଅତି ଛୋଟ ପିଲାମାନଙ୍କୁ ଟିକା ଦରକାର କି ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ।

ଆମ ପାଖକୁ ଅଧିକ ତଥ୍ୟ ନ ଆସିବା ଯାଏ ଛୋଟ ପିଲାଙ୍କୁ ଟିକା ଆମେ ଦେବୁ ନାହିଁ। ତଥାପି ଆମେ ୨ରୁ ୧୨ ବର୍ଷର ପିଲାଙ୍କୁ ନେଇ ଛୋଟିଆ ଗବେଷଣା ଆରମ୍ଭ କରିଛୁ। ସେପ୍ଟେମ୍ବର ସୁଦ୍ଧା ଏହାର ରେଜଲ୍ଟ ଆସିଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story