ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାର ଦିନକ ପରେ ଶରଦ ପାୱାରଙ୍କୁ ଆୟକର ନୋଟିସ୍‌

ମୁମ୍ବାଇ : ବିଜେପି ସହ ମିଶି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଶାସନ କ୍ଷମତା ଅକ୍ତିଆର କରିବାର ଗୋଟିଏ ଦିନ ପରେ ବିରୋଧୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଝଟ୍‌କା।  ନିର୍ବାଚନ ସତ୍ୟପାଠ ମାମଲା ସମ୍ପର୍କିତ ଶରଦ ପାୱାରଙ୍କୁ ହୋଇଛି ଆୟକର ନୋଟିସ। ଲୋକସଭା ନିର୍ବାଚନ ତଥା  ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୯ରେ ହୋଇଥିବା ସାଧାରଣ ନିର୍ବାଚନରେ  ଶରଦ ପାୱାର  ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ସମ୍ପର୍କିତ ପାୱାରଙ୍କୁ ନୋଟିସ ହୋଇଛି। ଏଥିରେ ପ୍ରତିକ୍ରିୟା […]

Sharad-Pawar

Sharad-Pawar

Tapas Behera
  • Published: Friday, 01 July 2022
  • Updated: 01 July 2022, 11:49 AM IST

Sports

Latest News

ମୁମ୍ବାଇ : ବିଜେପି ସହ ମିଶି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଶାସନ କ୍ଷମତା ଅକ୍ତିଆର କରିବାର ଗୋଟିଏ ଦିନ ପରେ ବିରୋଧୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଝଟ୍‌କା।  ନିର୍ବାଚନ ସତ୍ୟପାଠ ମାମଲା ସମ୍ପର୍କିତ ଶରଦ ପାୱାରଙ୍କୁ ହୋଇଛି ଆୟକର ନୋଟିସ। ଲୋକସଭା ନିର୍ବାଚନ ତଥା  ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୯ରେ ହୋଇଥିବା ସାଧାରଣ ନିର୍ବାଚନରେ  ଶରଦ ପାୱାର  ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ସମ୍ପର୍କିତ ପାୱାରଙ୍କୁ ନୋଟିସ ହୋଇଛି। ଏଥିରେ ପ୍ରତିକ୍ରିୟା ରଖି  ପାୱାର ଟ୍ୱିଟ୍‌ କରି କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।  ଇଡି ଏବଂ କେନ୍ଦ୍ରୀୟ ଏଜେନ୍ସିର ଏବେ ବ୍ୟବହାର ହେଉଛି ଏବଂ ଏହାର ଫଳାଫଳ ଆଜି ଦିନରେ ଖୁବ୍‌ ସ୍ପଷ୍ଟ ପରିପ୍ରକାଶ ହେଉଥିବା ସେ ଅଭିଯୋଗ କରିଛନ୍ତି ।

ଅନେକ ବିଧାୟକଙ୍କୁ ଏଭଳି ନୋଟିସ ହୋଇଥିବା ଅଭିଯୋଗ ହୋଇଛି।  ସେ କହିଛନ୍ତି ଯେ ଏବେ ଏକ ନୂଆ ଧାରା ଆରମ୍ଭ ହୋଇଛି। ୫ ବର୍ଷ ପୂର୍ବେ ଇଡି କିଏ ଆମେ ଜାଣି ନଥିଲୁ। ହେଲେ ଆଜିର ଦିନରେ ଗାଁ ଲୋକମାନେ ମଧ୍ୟ ଥଟ୍ଟାମଜାରେ ଇଡି କଥା କହୁଛନ୍ତି।  ଗାଁ ଗାଁରେ ଇଡି ରେଡ୍‌ କଥା ପରସ୍ପରକୁ କୁହାକୁହି ହେଉଛନ୍ତି । ଗାଁ ଲୋକେ ବି ଇଡି କଥା ଶୁଣି ଡରି ଯାଉଥିବା ପାୱାର ଟ୍ୱିଟ୍‌ କରିଛନ୍ତି।

ଭିନ୍ନମତ ପୋଷଣ କରୁଥିବା ରାଜନୈତିକ ବ୍ୟକ୍ତି ପାଇଁ ଏହି ସଂସ୍ଥାସବୁ ବ୍ୟବହାର ହେଉଥିବା ସେ କହିଛନ୍ତି ।  ମୁଁ ମଧ୍ୟ ଆୟକର ବିଭାଗ ପକ୍ଷରୁ ସେମିତି ଏକ ପ୍ରେମପତ୍ର ପାଇଥିବା ପାୱାର ପରିହାସ ଛଳରେ କହିଛନ୍ତି। ଗତ କାଲି ଏକାନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ଘୋଷଣା କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେବେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos