ବିବାଦରେ ଏସ୍‌ବିଆଇର ‘ଅନଫିଟ୍‌ ଗର୍ଭବତୀ’ ଗାଇଡଲାଇନ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ)ର ଗୋଟିଏ ଗାଇଡାଲଇନକୁ ନେଇ ବିବାଦ ଦେଖାଯାଇଛି। ୩ ମାସରୁ ଋର୍ଦ୍ଧ୍ୱ ଗର୍ଭବତୀଙ୍କୁ ଚାକିରିରେ ନିଯୁକ୍ତି ପାଇଁ ଅନୁମତି ମିଳିପାରିବ ନାହିଁ ବୋଲି ଏସ୍‌ବିଆଇ କହିଛି। ୩ ମାସରୁ ଅଧିକ ସମୟ ଧରି ଗର୍ଭ ଧାରଣ କରିଥିବା ମହିଳାମାନଙ୍କୁ ଅସ୍ଥାୟୀ ଭାବେ ଏସବିଆଇ ଅନଫିଟ୍‌ ଘୋଷଣା କରାଥିବାରୁ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି। ବ୍ୟାଙ୍କର ଏହି ଗାଇଡାଲାଇନକୁ ବିରୋଧ କରି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଏସବିଆଇକୁ […]

SBI

SBI

Hemant Lenka
  • Published: Saturday, 29 January 2022
  • Updated: 29 January 2022, 11:28 AM IST

Sports

Latest News

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ)ର ଗୋଟିଏ ଗାଇଡାଲଇନକୁ ନେଇ ବିବାଦ ଦେଖାଯାଇଛି। ୩ ମାସରୁ ଋର୍ଦ୍ଧ୍ୱ ଗର୍ଭବତୀଙ୍କୁ ଚାକିରିରେ ନିଯୁକ୍ତି ପାଇଁ ଅନୁମତି ମିଳିପାରିବ ନାହିଁ ବୋଲି ଏସ୍‌ବିଆଇ କହିଛି। ୩ ମାସରୁ ଅଧିକ ସମୟ ଧରି ଗର୍ଭ ଧାରଣ କରିଥିବା ମହିଳାମାନଙ୍କୁ ଅସ୍ଥାୟୀ ଭାବେ ଏସବିଆଇ ଅନଫିଟ୍‌ ଘୋଷଣା କରାଥିବାରୁ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି।

ବ୍ୟାଙ୍କର ଏହି ଗାଇଡାଲାଇନକୁ ବିରୋଧ କରି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଏସବିଆଇକୁ ନୋଟିସ କରିଛନ୍ତି। ସେ ବ୍ୟାଙ୍କର ଗାଇଡଲାଇନକୁ ବେଆଇନ ଓ ପାତରଅନ୍ତର ପଦକ୍ଷେପ ବୋଲି କହିଛନ୍ତି। ଆଇନ ଅନୁସାରେ ମହିଳାମାନଙ୍କୁ ମାତୃତ୍ୱ ଫାଇଦାକୁ ଏହି ନିଷ୍ପତ୍ତି ପ୍ରଭାବିତ କରିବ ବୋଲି ମଧ୍ୟ ସେ ଟ୍ୱିଟ ଯୋଗେ ଅଭିଯୋଗ କରିଛନ୍ତି।

ସ୍ୱାତୀ ମାଲିୱାଲ କହିଛନ୍ତି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କରିଥିବା ଗାଇଡଲାଇନରେ ୩ ମାସରୁ ଋର୍ଦ୍ଧ୍ୱ ସମୟ ଗର୍ଭ ଧାରଣ କରିଥିବା ମହିଳାମାନଙ୍କୁ ଚାକିରିରେ ଯୋଗ ଦେବାକୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି। ସେମାନଙ୍କୁ ଅସ୍ଥାୟୀ ରୂପେ ଅନଫିଟ ମଧ୍ୟ ଘୋଷଣା କରାଯାଇଛି। ଏହା ଉଭୟ ପାତରଅନ୍ତର ଓ ବେଆଇନ। ଏହି ମହିଳା ବିରୋଧୀ ନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଆମେ ସେମାନଙ୍କୁ ନୋଟିସ୍‌ ଜାରି କରିଛୁ।”

ମାଲିୱାଲଙ୍କ ସୂଚନା ଅନୁଯାୟୀ, ଏସ୍‌ବିଆଇ ଡିସେମ୍ବର ୩୧ରେ ଗୋଟିଏ ସର୍କୁଲା ଜାରି କରିଥିଲା। ଏଥିରେ ଚାକିରି ପାଇଁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ କୃର୍ତ୍ତକାର୍ଯ୍ୟ ହେଉଥିବା ମହିଳାମାନେ ଯଦି ୩ ମାସରୁ ଋର୍ଦ୍ଧ୍ୱ ଗର୍ଭବତୀ ରହିଥିବେ, ତା’ହେଲେ ସେମାନେ ତୁରନ୍ତ ଚାକିରିରେ ଯୋଗ ଦେଇପାରିବେନି।

ସେମାନେ ଗର୍ଭବତୀ ଥିବାରୁ ଅସ୍ଥାୟୀ ରୂପେ କାମ କରିବାକୁ ଅନଫିଟ୍‌। ତେଣୁ ସେମାନଙ୍କୁ ଚାକିରିରେ ଜଏନ କରିବାକୁ ସୁଯୋଗ ମିଳିବ ନାହିଁ। ଏହି ମହିଳାମାନେ ଛୁଆ ଜନ୍ମ ହେବାର ୪ ମାସ ମଧ୍ୟରେ ଚାକିରିରେ ଯୋଗ ଦେବାକୁ ସୁଯୋଗ ପାଇପାରନ୍ତି ବୋଲି ସର୍କୁଲାରରେ କୁହାଯାଇଛି।

ତେବେ ଏହା ମହିଳା ବିରୋଧୀ ଗାଇଡଲାଇନ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଏସବିଆଇ କେଉଁ ଆଧାରରେ ଏପରି ଏକ ଗାଇଡଲାଇନ ପ୍ରସ୍ତୁତ କଲା, ତା’ର ଜବାବ ରଖିବାକୁ ଦିଲ୍ଲୀ ମହିଳା କମିଶନ ପକ୍ଷରୁ କୁହାଯାଇଛି। ଏଥିସହ ଏହାକୁ ଅନୁମୋଦନ କରିଥିବା ଅଧିକାରୀଙ୍କ ନାଁ ମଧ୍ୟ କମିଶନ ପକ୍ଷରୁ ମଗା ଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ କେତେକ ସର୍ତ୍ତରେ ୬ ମାସର ଗର୍ଭବତୀଙ୍କୁ ମଧ୍ୟ ଏସବିଆଇ ଚାକିରିରେ ଯୋଗଦେବାକୁ ଅନୁମତି ଦେଉଥିଲା। ତେବେ କାମ କରିବା ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଯଦି କୌଣସି କୁପ୍ରଭାବ ନ ପଡ଼ିବ ବୋଲି ଡାକ୍ତର ପ୍ରମାଣପତ୍ର ଦିଅନ୍ତି, ତା’ହେଲେ ସେମାନଙ୍କୁ କାମ କରିବାର ସୁଯୋଗ ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ ସର୍ତ୍ତ ରଖାଯାଇଥିଲା। କିନ୍ତୁ ଏବେ ହଠାତ୍‌ ନିୟମକୁ ବଦଳା ଯାଇଥିବାରୁ ଦିଲ୍ଲୀ ମହିଳା କମିଶନ କ୍ଷୁବ୍ଧ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story