ମମତା ବାନାର୍ଜୀଙ୍କୁ ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜବାବ ଦେଲେ କଂଗ୍ରେସ ନେତା କେ.ସି. ଭେନୁଗୋପାଲ। ଏଏନଆଇକୁ ପ୍ରତିକ୍ରିୟା ଦେଇ ଭେନୁଗୋପାଲ କହିଛନ୍ତି ଯେ, କଂଗ୍ରେସ ବିନା ବିଜେପିକୁ ପରାସ୍ତ କରିବା ଏକ ସ୍ୱପ୍ନ। ସେ କହିଛନ୍ତି ଯେ, ଭାରତୀୟ ରାଜନୀତିର ବାସ୍ତବତା ସମସ୍ତେ ଜାଣନ୍ତି। କଂଗ୍ରେସ ବିନା କେହି ବିଜେପିକୁ ପରାସ୍ତ କରିପାରିବେ ନାହିଁ । ଏହା ଭାବିବା କେବଳ ଏକ ସ୍ୱପ୍ନ ବୋଲି ସେ କହିଛନ୍ତି। ମମତା ବାନାର୍ଜୀ ମହାରାଷ୍ଟ୍ର ଗସ୍ତରେ ଥିବା ବେଳେ ଏନସିପି […]

Mamata

Mamata

Tapas Behera
  • Published: Wednesday, 01 December 2021
  • Updated: 01 December 2021, 08:38 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜବାବ ଦେଲେ କଂଗ୍ରେସ ନେତା କେ.ସି. ଭେନୁଗୋପାଲ। ଏଏନଆଇକୁ ପ୍ରତିକ୍ରିୟା ଦେଇ ଭେନୁଗୋପାଲ କହିଛନ୍ତି ଯେ, କଂଗ୍ରେସ ବିନା ବିଜେପିକୁ ପରାସ୍ତ କରିବା ଏକ ସ୍ୱପ୍ନ। ସେ କହିଛନ୍ତି ଯେ, ଭାରତୀୟ ରାଜନୀତିର ବାସ୍ତବତା ସମସ୍ତେ ଜାଣନ୍ତି। କଂଗ୍ରେସ ବିନା କେହି ବିଜେପିକୁ ପରାସ୍ତ କରିପାରିବେ ନାହିଁ ।

ଏହା ଭାବିବା କେବଳ ଏକ ସ୍ୱପ୍ନ ବୋଲି ସେ କହିଛନ୍ତି। ମମତା ବାନାର୍ଜୀ ମହାରାଷ୍ଟ୍ର ଗସ୍ତରେ ଥିବା ବେଳେ ଏନସିପି ନେତା ଶରଦ ପାୱାରଙ୍କୁ ଭେଟି କେନ୍ଦ୍ରରେ ବିଜେପି ବିରୋଧରେ ଏକଜୁଟ ହେବାକୁ ପ୍ରୟାସ ଜାରି ରଖିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବୈଠକ ପରେ ମମତା କହିଥିଲେ ଯେ, ଦେଶରେ ଆଉ ୟୁପିଏର ସତ୍ତା ନାହିଁ। ତାହା ହଜିଗଲାଣି। ସେହିପରି ମମତା ଗଣମାଧ୍ୟମକୁ କହିଛନ୍ତି ଯେ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଭଲ ସମ୍ପର୍କ ଅଛି ।

ସେଥିପାଇଁ ସେ ପାୱାରଙ୍କୁ ଭେଟିବାକୁ ଆସିଥିଲେ। ମମତା କହିଛନ୍ତି, ଆସନ୍ତୁ ଏକଜୁଟ ହେବା, ଲୋକଙ୍କୁ ନ୍ୟାୟ ଦେବା, ଦେଶ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା। ଏହି ଅବସରରେ ମୁମ୍ବାଇର ସିଭିଲ ସୋସାଇଟି ସହ ବିଭିନ୍ନ ପ୍ରସଙ୍ଗ ସହ ଆଲୋଚନା କରି ଯଦି ସମସ୍ତ ଆଞ୍ଚଳିକ ଦଳ ଏକାଠି ହୁଅନ୍ତି, ତେବେ ବିଜେପିକୁ ପରାସ୍ତ କରିବା ସହଜ ହେବ ବୋଲି ମମତା କହିଥିଲେ। ବିଶିଷ୍ଟ ଗୀତିକାର ଜାଭେଦ ଅଖତର, ସାମାଜିକ କାର୍ଯ୍ୟକର୍ତ୍ତା ମେଧା ପାଟକର, ଅଭିନେତା ରିଚା ଚଢା ଏବଂ ଷ୍ଟାଣ୍ଡଅପ୍‌ ହାସ୍ୟ ଅଭିନେତା ମୁନାୱାର ଫରୁକି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ, ମଙ୍ଗଳବାର ଦିନ ସୁଶ୍ରୀ ବାନାର୍ଜୀ ଶିବସେନା ନେତା ଆଦିତ୍ୟ ଠାକରେ ଏବଂ ସଞ୍ଜୟ ରାଉତଙ୍କୁ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos