୫ ଦିନିଆ ପୁଲିସ୍ ରିମାଣ୍ଡରେ ଦିଶା ରବି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସମ୍ବନ୍ଧିତ ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀ ପୁଲିସ୍ ରବିବାର ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଛି। କୋର୍ଟ ଦିଶା ରବିଙ୍କୁ ୫ ଦିନିଆ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲର ହେପାଜତକୁ ପଠାଇଛନ୍ତି। ଦିଲ୍ଲୀ ପୁଲିସ୍ କୋର୍ଟଙ୍କୁ ୭ ଦିନର ରିମାଣ୍ଡ ପାଇଁ ନିବେଦନ କରିଥିଲା। କିନ୍ତୁ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଦିଶାଙ୍କ ବିରୋଧରେ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା […]

disha

disha

Ranjit Kumar Jena
  • Published: Sunday, 14 February 2021
  • Updated: 14 February 2021, 09:00 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସମ୍ବନ୍ଧିତ ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀ ପୁଲିସ୍ ରବିବାର ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଛି। କୋର୍ଟ ଦିଶା ରବିଙ୍କୁ ୫ ଦିନିଆ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲର ହେପାଜତକୁ ପଠାଇଛନ୍ତି। ଦିଲ୍ଲୀ ପୁଲିସ୍ କୋର୍ଟଙ୍କୁ ୭ ଦିନର ରିମାଣ୍ଡ ପାଇଁ ନିବେଦନ କରିଥିଲା। କିନ୍ତୁ କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଦିଶାଙ୍କ ବିରୋଧରେ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ତରଫରୁ ଶେଆର୍ କରାଯାଇଥିବା ଟୁଲକିଟକୁ ଏଡିଟ୍ କରିବା ଏବଂ ଏହାକୁ ଫରୱାର୍ଡ କରିବାର ଅଭିଯୋଗ ଲାଗିଛି। ଫେବୃଆରୀ ୪ ତାରିଖରେ ଦିଲ୍ଲୀ ପୁଲିସ୍ ଟୁଲକିଟକୁ ନେଇ ଏକ ମାମଲା ଦାୟର କରିଥିଲା।

ସୂଚନାଯୋଗ୍ୟ, ଚାଷୀ ଆନ୍ଦୋଳନ ମାମଲାରେ 'ଟୁଲକିଟ୍'କୁ ସୋଶାଲ ମିଡିଆରେ ଶେଆର୍ କରିବା ଅଭିଯୋଗରେ ଦିଶା ରବିଙ୍କୁ ଶନିବାର ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ଦିଶା 'ଫ୍ରାଇଡେ ଫର୍ ଫ୍ୟୁଚର' କ୍ୟାମ୍ପେନର ଅନ୍ୟତମ ସଂସ୍ଥାପକ ଏବଂ ସେ ହିଁ ଟୁଲକିଟକୁ ସମ୍ପାଦନ କରିଥିଲେ ଏବଂ ଏହାକୁ ସୋଶାଲ ମିଡିଆରେ ଫରୱାର୍ଡ କରିଥିଲେ। ଶନିବାର ବେଙ୍ଗାଲୁରୁର ସୋଲାଦେବନହଲ୍ଲୀ ଅଞ୍ଚଳରେ ଦିଶାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା।

ଦିଲ୍ଲୀ ପୁଲିସ୍ ଟୁଲକିଟ୍ ପ୍ରସ୍ତୁତକାରୀଙ୍କ ବିରୋଧରେ ଆଇପିସି ଧାରା 124-A, 120-A ଓ 153-A ଆଧାରରେ ଦେଶଦ୍ରୋହ, ଅପରାଧିକ ଷଡଯନ୍ତ୍ର ଓ ସାଧାରଣରେ ଘୃଣାଭାବକୁ ପ୍ରୋତ୍ସାହନ କରିବା ଅଭିଯୋଗରେ ଫେବୃଆରୀ ୪ ତାରିଖରେ ଏଫଆଇଆର୍ ଦାୟର କରିଥିଲା। ଟୁଲକିଟକୁ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଶେଆର୍ କରିଥିଲେ। ପୁଲିସ ଅନୁଯାୟୀ, ଜାନୁଆରୀ ୨୬ ତାରିଖରେ ଚାଷୀ ଆନ୍ଦୋଳନ ବେଳେ ହୋଇଥିବା ହିଂସାକାଣ୍ଡକୁ ଟୁଲକିଟରେ ଏକ 'ଆକ୍ସନ ପ୍ଲାନ୍' ଭାବରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story