ଲାଲକିଲ୍ଲା ଉପରେ ଚଢ଼ିଥିବା ବ୍ୟକ୍ତି ଗିରଫ୍
ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଆଉ ଜଣେ ଗିରଫ୍ ହୋଇଛି। ଦିଲ୍ଲୀ ପୁଲିସ ଏହି ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀର ଜସପ୍ରୀତ ସିଂହ ବୋଲି ପୁଲିସ କହିଛି। ହିଂସା ଦିନ ଲାଲକିଲ୍ଲା ଉପରେ ଜସପ୍ରୀତ ଚଢ଼ିଥିଲା ଯାହାର ଏକ ଫଟୋ ଗତ ସପ୍ତାହରେ ଜାରି କରିଥିଲା ପୁଲିସ।
ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ସ୍ଥିର ହୋଇଥିବା ରାସ୍ତା ଛାଡ଼ି ଅନ୍ୟ ରାସ୍ତାରେ ଚାଷୀ ପ୍ରବେଶ କରି ଆସିଥିଲେ। ପରେ ହିଂସା ହୋଇଥିଲା। ଏମିତିକି ଦିଲ୍ଲୀର ୪୦୦ ପୁଲିସ କର୍ମଚାରୀ ଆନ୍ଦୋଳନରତ ଚାଷୀଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ। ପୁଲିସ ଏବେ ହିଂସାକାଣ୍ଡ ଘଟାଇଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରି ଗିରଫ୍ କରୁଛି।
Delhi Police have arrested Jaspreet Singh, a resident of Delhi, who climbed up one of the tombs located on both sides of ramparts of Red Fort during Jan 26 violence. He is seen in offensive gesture holding steel tensile installed at Red Fort: Police
(Photo source – Delhi Police) pic.twitter.com/QFxssv0r1r
— ANI (@ANI) February 22, 2021
ଦିଲ୍ଲୀ ପୁଲିସ ଗତ ସପ୍ତାହରେ ୨୦ରୁ ଅଧିକ ଲୋକଙ୍କ ଫଟୋ ଜାରି କରିଥିଲା। ଯେଉଁମାନେ ହିଂସା କାଣ୍ଡରେ ସାମିଲ୍ ଥିଲେ ବୋଲି ପୁଲିସ କହିଛି। ପୁଲିସ ଏବେ ଫଟୋ ଜାରି କରି ସଂପୃକ୍ତ ଲୋକଙ୍କୁ ଖୋଜୁଛି। ଏହିକ୍ରମେରେ ସୋମବାର ଜସପ୍ରୀତ ସିଂହକୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।