ମୁସଲିମ ମହିଳାଙ୍କୁ ନିଲାମ ଘୋଷଣା କରି ଫସିଲା ‘ବୁଲ୍ଲି ବାଈ’

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ସାଇବର କ୍ରାଇମର ଏକ ଘୃଣ୍ୟ ରୂପ। ଟାର୍ଗେଟରେ ମୁସଲିମ ମହିଳା। ମୁସଲିମ ମହିଳାଙ୍କୁ ନିଲାମ ନେଇ ପ୍ରକାଶ ପାଇଥିବା ତାଲିକା ଏବେ ଝଡ଼ ସୃଷ୍ଟି କରିଛି। ଏଥିପାଇଁ ତିଆରି ହୋଇଥିବା ‘ବୁଲ୍ଲି ବାଈ’ ଆପକୁ ବ୍ୟାନ୍‌ କରାଯାଇଥିବା ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  ଜଣେ ସାମ୍ବାଦିକାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀର ସାଇବର ପୁଲିସ ଉକ୍ତ ଆପ୍‌ ବିରୋଧରେ ମାମଲା ରୁଜୁ କରିଛି। ସମ୍ପୃକ୍ତ ମହିଳା ଜଣକର ନାମ ଏହି ଆପ୍‌ରେ ଅପଲୋଡ଼ […]

muslim

muslim

Tapas Behera
  • Published: Sunday, 02 January 2022
  • Updated: 02 January 2022, 06:29 PM IST

Sports

Latest News

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ସାଇବର କ୍ରାଇମର ଏକ ଘୃଣ୍ୟ ରୂପ। ଟାର୍ଗେଟରେ ମୁସଲିମ ମହିଳା। ମୁସଲିମ ମହିଳାଙ୍କୁ ନିଲାମ ନେଇ ପ୍ରକାଶ ପାଇଥିବା ତାଲିକା ଏବେ ଝଡ଼ ସୃଷ୍ଟି କରିଛି। ଏଥିପାଇଁ ତିଆରି ହୋଇଥିବା ‘ବୁଲ୍ଲି ବାଈ’ ଆପକୁ ବ୍ୟାନ୍‌ କରାଯାଇଥିବା ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  ଜଣେ ସାମ୍ବାଦିକାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀର ସାଇବର ପୁଲିସ ଉକ୍ତ ଆପ୍‌ ବିରୋଧରେ ମାମଲା ରୁଜୁ କରିଛି। ସମ୍ପୃକ୍ତ ମହିଳା ଜଣକର ନାମ ଏହି ଆପ୍‌ରେ ଅପଲୋଡ଼ ହୋଇଥିବାରୁ ଏଥିନେଇ ସେ ଟ୍ୱିଟ୍‌ କରି ଜଣାଇଥିଲେ।

ମାମଲାକୁ ଦିଲ୍ଲୀର ସାଇବର ପୁଲିସ ଅତି ଗମ୍ଭୀରତାର ସହ ନେଇ ସମ୍ପୃକ୍ତ ଆପ୍‌ ବିରୋଧରେ ସଙ୍ଗିନ ଦଫା ଲଗାଇଛି।  ଆଇପିସି ଧାରା ୧୫୩ଏ( ଧର୍ମକୁ ନେଇ ଶତ୍ରୁତା ସୃଷ୍ଟି କରିବା), ୧୫୩ ବି(ଜାତୀୟ ସଂହତି ଭଙ୍ଗ କରିବା) ଏବଂ ୩୫୪ଏ ଏବଂ ୫୦୯(ଯୌନ ନିର୍ଯାତନା)ରେ ମାମଲା ରୁଜୁ କରିଛି ପୁଲିସ। ସାମ୍ବାଦିକାଙ୍କ ଅଭିଯୋଗ ଅନୁଯାୟୀ ବୁଲ୍ଲି ବାଈ

ନାମରେ ଏକ ଗ୍ରୁପ୍‌ ଗଠନ କରାଯାଇଛି।  ସୁଲିଲି ଡିଲସ୍‌ ଏବଂ ଜିଟ୍‌ହଭ ଭଳି ଏହି ଗ୍ରୁପ୍ ତିଆରି କରାଯାଇ ମୁସଲିମ ମହିଳାଙ୍କ ଫଟୋ ସଂଗ୍ରହ କରାଯାଉଛି। ସୋଶାଲ ମିଡିଆ ଆକାଉଣ୍ଟରୁ ଏହି ଫଟୋ ସଂଗ୍ରହ କରାଯାଉଛି। ପରେ ନିଲାମରେ ଅଂଶଗ୍ରହଣ ପାଇଁ  ଡକରା ହେଉଛି। ଏହି  ‘ବୁଲ୍ଲି ବାଈ’ ଗ୍ରୁପ୍‌ରେ ଅନେକ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ଼ କରାଯାଇଥିବା ଅଭିଯୋଗ ହୋଇଛି।  ଏହି ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଛ ଆଇଟି ବିଭାଗ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ତେବେ ଏହି ଅକାଉଣ୍ଟର ପ୍ରସ୍ତୁତ କର୍ତ୍ତା ଜିଟ୍‌ହଭକୁ ବ୍ଲକ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ପ୍ରାୟ ୬ ମାସ ହେବ ‘ଓପେନ୍‌-ସୋର୍ସ ପ୍ଲାଟ୍‌ଫର୍ମ’ ‘ଜିଟ୍‌ହବ୍‌’ ବ୍ୟବହାର କରି ବିନା ସମ୍ମତିରେ ସଂଖ୍ୟାଲଘୁ ମହିଳାଙ୍କର ଅନେକ ଫଟୋ ଅପ୍‌ଲୋଡ୍‌ କରି ସେମାନେ ନିଲାମ ହେବେ ବୋଲି ‘ବୁଲ୍ଲି ବାଈ’ ଆପ୍‌ ପକ୍ଷରୁ ଘୋଷଣା କରାଯାଇଥିଲା। ଯାହକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଟ୍ୱିଟ୍‌ କରି ଲେଖିଛନ୍ତି, ‘ବୁଲ୍ଲି ବାଈ’ ପଛରେ ଥିବା ‘ଜିଟ୍‌ହବ୍‌’କୁ ଆଜି ସକାଳେ ବ୍ଲକ୍‌ କରିଦିଆଯାଇଛି ଏବଂ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ବ୍ୟବସ୍ଥା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos