ଗୌତମ ଆଦାନିଙ୍କୁ ଭେଟିଲେ ମମତା

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏନେଇ ଟ୍ୱିଟ୍ କରିଛନ୍ତି ଗୌତମ ଆଦାନୀ।  ଏଥିସହ ୨୦୨୨ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ଗ୍ଲୋବାଲ ବିଜନେସ ସମ୍ମିଟରେ ଗୌତମ ଯୋଗ ଦେବେ ବୋଲି କହିଛନ୍ତି । ଦୁଇ ଦିନ ପୂର୍ବେ ମମତା ମୁମ୍ବାଇ ଯାଥିବା ବେଳେ ପ୍ରମୁଖ ଶିଳ୍ପପତିଙ୍କୁ ଭେଟିଥିଲେ। ମୁମ୍ବାଇରେ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟି ପଶ୍ଚିମବଙ୍ଗରେ ପୁଞ୍ଜିନିବେଶ […]

890

890

Tapas Behera
  • Published: Thursday, 02 December 2021
  • Updated: 02 December 2021, 09:05 PM IST

Sports

Latest News

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏନେଇ ଟ୍ୱିଟ୍ କରିଛନ୍ତି ଗୌତମ ଆଦାନୀ।  ଏଥିସହ ୨୦୨୨ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ଗ୍ଲୋବାଲ ବିଜନେସ ସମ୍ମିଟରେ ଗୌତମ ଯୋଗ ଦେବେ ବୋଲି କହିଛନ୍ତି । ଦୁଇ ଦିନ ପୂର୍ବେ ମମତା ମୁମ୍ବାଇ ଯାଥିବା ବେଳେ ପ୍ରମୁଖ ଶିଳ୍ପପତିଙ୍କୁ ଭେଟିଥିଲେ। ମୁମ୍ବାଇରେ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟି ପଶ୍ଚିମବଙ୍ଗରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଛନ୍ତି।

ଏଥିସହ ବେଙ୍ଗଲରେ ୨୦୨୨ ଏପ୍ରିଲରେ ହେବାକୁ ଥିବା ଗ୍ଲୋବାଲ ବିଜନେସ ସମ୍ମିଟରେ ଯୋଗ ଦେବା ପାଇଁ ଶିଳ୍ପପତିଙ୍କୁ ଅନୁରୋଧ କରିଛନ୍ତି ମମତା। କୋଭିଡ-୧୯ମାମଲାରେ ହ୍ରାସ ପରେ ପଶ୍ଚିମବଙ୍ଗ ସରକାର ଦୁଇ ବର୍ଷର ବ୍ୟବଧାନ ପରେ ୨୦୨୨ରେ ଗ୍ଲୋବାଲ ବିଜିନେସ୍ ସମ୍ମିଳନୀ (BGBS) ପ୍ରସ୍ତୁତ ହେଉଛନ୍ତି। ଶିଳ୍ପ ଭିତ୍ତିଭୂମିରେ ବିନିଯୋଗ ପାଇଁ ପଶ୍ଚିମବଙ୍ଗ ପ୍ରସ୍ତୁତ ହେଉଛି।  ପ୍ରାୟ ୧୦,୦୦୦ଏକର ଅଞ୍ଚଳରେ ୨୦୦ରୁ ଅଧିକ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ ହେବାର  ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos