କରୋନା ଔଷଧ ଭିରାଫିନର ଦାମ ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: କରୋନାରେ ଗୁରୁତର ଥିବା କିମ୍ୱା ଅକ୍ସିଜେନ ଆବଶ୍ୟକ କରୁଥିବା ଆକ୍ରାନ୍ତଙ୍କ ପାଇଁ ଜାଏଡସ କାଡିଲା ଦ୍ୱାରା ପ୍ରସ୍ତୁତ ‘ଭିରାଫିନ୍’ ରାମବାଣ ସଦୃଶ। ଗତମାସ ଅନ୍ତିମ ସପ୍ତାହରେ ଏହି ଔଷଧକୁ ଅନୁମତି ଦେଇଥିଲା ଡିଜିସିଏ। ଏବେ ଏହି ଔଷଧର ଦାମ ଘୋଷଣା କରିଛି କମ୍ପାନୀ। ଡୋଜ ପିଛା ଏହି ଭିରାଫିନର ଦାମ ୧୧,୯୯୫ ଟଙ୍କା ରହିଛି। ସାରା ଦେଶରେ କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଅନେକ ଆକ୍ରାନ୍ତ ଅକ୍ସିଜେନ ଅଭାବରୁ ଆଖି ବୁଜୁଛନ୍ତି। […]

ZYdus

ZYdus

Subhransu Sekhar
  • Published: Wednesday, 12 May 2021
  • Updated: 12 May 2021, 09:24 AM IST

Sports

Latest News

ନୂଆଦିଲ୍ଲୀ: କରୋନାରେ ଗୁରୁତର ଥିବା କିମ୍ୱା ଅକ୍ସିଜେନ ଆବଶ୍ୟକ କରୁଥିବା ଆକ୍ରାନ୍ତଙ୍କ ପାଇଁ ଜାଏଡସ କାଡିଲା ଦ୍ୱାରା ପ୍ରସ୍ତୁତ 'ଭିରାଫିନ୍' ରାମବାଣ ସଦୃଶ। ଗତମାସ ଅନ୍ତିମ ସପ୍ତାହରେ ଏହି ଔଷଧକୁ ଅନୁମତି ଦେଇଥିଲା ଡିଜିସିଏ। ଏବେ ଏହି ଔଷଧର ଦାମ ଘୋଷଣା କରିଛି କମ୍ପାନୀ। ଡୋଜ ପିଛା ଏହି ଭିରାଫିନର ଦାମ ୧୧,୯୯୫ ଟଙ୍କା ରହିଛି।

ସାରା ଦେଶରେ କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଅନେକ ଆକ୍ରାନ୍ତ ଅକ୍ସିଜେନ ଅଭାବରୁ ଆଖି ବୁଜୁଛନ୍ତି। ଅନ୍ୟପଟେ କରୋନାକୁ ମାତ୍ ଦେବା ପାଇଁ ଟିକାକରଣକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର। ହେଲେ ଚାହିଦା ତୁଳନାରେ ଆବଶ୍ୟକ ଟିକା ମିଳନୁନଥିବାରୁ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଭିରାଫିନ୍ ଜୀବନ ରକ୍ଷକ ଭାବରେ ଉଭା ହେବ ବୋଲି ବିଶ୍ୱାସ ରହିଛି। ଯାହାକି ମୃତ୍ୟୁ ସଂଖ୍ୟା ସହିତ ଅକ୍ସିଜେନର ଅଭାବ ଦୂର କରିବ ବୋଲି ଜାଏଡସ କାଡିଲା ପକ୍ଷରୁ କୁହାଯାଇଛି।

ଏହି ଭିରାଫିନ୍ ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା-୨ ନାମରେ ମଧ୍ୟ ଜଣାଶୁଣା। ଏହା ପ୍ଲାଜମିଡ ଆଧାରିତ ଏକ ପ୍ରକାର ଟିକା ବୋଲି ମଧ୍ୟ କୁହାଯାଉଛି। ତିନୋଟି ଡୋଜ ଜଣେ ଆକ୍ରାନ୍ତ ନେବେ ବୋଲି ଜଣାପଡ଼ିଛି। ଯେଉଁମାନେ କରୋନାରେ ସଂକ୍ରମିତ ହୋଇଥିବେ ହେଲେ ଗୁରୁତର ହେବାର ସମ୍ଭାବନା ଥିବ ସେମାନଙ୍କ କ୍ଷେତ୍ରରେ ଏହି ଔଷଧ ବ୍ୟବହାର କରିହେବ। ଆକ୍ରାନ୍ତଙ୍କ ଶରୀର ଅକ୍ସିଜେନ ଅଧିକ ଆବଶ୍ୟକ କରୁଥିଲେ ଏହି ଔଷଧ ଆବଶ୍ୟକତା ତୁରନ୍ତ ପୂରଣ କରିବ ବୋଲି କମ୍ପାନୀ କହିଛି।

ଏହି ଔଷଧର ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ବେଶ ଭଲ ରେଜଲ୍ଟ ଦେଖାଇଛି। ଯାହାକି ଜଣେ ଗୁରୁତର ଆକ୍ରାନ୍ତଙ୍କୁ ଆରୋଗ୍ୟ କରିବାରେ ସକ୍ଷମ। ଏହି ଔଷଧ ଖାଇବା ପରେ ଜଣେ ଗୁରୁତର ସାତ ଦିନ ପରେ RT-PCR ଟେଷ୍ଟ କରାଇଥିଲେ। ଆଉ ରିପୋର୍ଟ ନେଗେଟିଭ୍ ଥିଲା। କାରଣ ଏହି ଔଷଧ ଭାଇରସକୁ ଶୀଘ୍ର ଘାଇଲା କରିଦିଏ ବୋଲି ଜାଏଡସ କହିଛି।

ତେବେ ଆଗାମୀ ଦିନରେ ଏହି ଔଷଧର ଚାହିଦା ଅଧିକ ହେବ ବୋଲି କୁହାଯାଉଛି। ତେଣୁ ଏହାର ଅପବ୍ୟବହାରକୁ ରୋକିବା ପାଇଁ ବିନା ଡାକ୍ତରଙ୍କ ପ୍ରେସକ୍ରିପସନରେ ଏହା ମିଳିବ ନାହିଁ ବୋଲି ଜଣାପଡ଼ିଛି। ଚଳିତ ମାସ ଶେଷ କିମ୍ବା ଜୁଲାଇ ଆରମ୍ଭରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଏହି ତିନୋଟି ଡୋଜ ଜଣେ ଆକ୍ରାନ୍ତ ନେବା ପରେ ତାଙ୍କ ଶୀରରରେ ଦୀର୍ଘକାଳୀନ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଆଣ୍ଟିବଡି ତିଆରି ହୋଇପାରିବ ବୋଲି ଔଷଧ ନିର୍ମାତା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos