ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବାରୁ ଇଞ୍ଜିନିୟର ନିଲମ୍ୱିତ

ଭୋପାଳ: ଚାକିରିରେ ଦୁର୍ନୀତି କିମ୍ୱା ସର୍ଭିସ୍ ରୁଲ୍ ବୁକ୍ ଉଲ୍ଲଂଘନ କଲେ ନିଲମ୍ୱିତ ହେବାର ନଜିର ରହିଛି। ହେଲେ ଏବେ ଜଣେ ଇଞ୍ଜିନିୟର ନିଲମ୍ୱିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିଥିବା ଅଭିଯୋଗରେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଫେବୃଆରୀ ୧୭ରେ ସିଦ୍ଧିକୁ ଯାଇଥିବା ବେଳେ ଏକ ସର୍କିଟ୍ ହାଉସରେ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯେଉଁ ରୁମରେ ରହୁଥିଲେ ମଶା ରହିଥିବାରୁ ଶୋଇ ପାରିନଥିଲେ। ଖାଲି ଏହା ନୁହେଁ ସକାଳ ୪ଟାରେ ସର୍କିଟ ହାଉସର ପାଣି […]

shivraj-singh-chouhan

shivraj-singh-chouhan

Subhransu Sekhar
  • Published: Saturday, 20 February 2021
  • Updated: 20 February 2021, 06:35 PM IST

Sports

Latest News

ଭୋପାଳ: ଚାକିରିରେ ଦୁର୍ନୀତି କିମ୍ୱା ସର୍ଭିସ୍ ରୁଲ୍ ବୁକ୍ ଉଲ୍ଲଂଘନ କଲେ ନିଲମ୍ୱିତ ହେବାର ନଜିର ରହିଛି। ହେଲେ ଏବେ ଜଣେ ଇଞ୍ଜିନିୟର ନିଲମ୍ୱିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିଥିବା ଅଭିଯୋଗରେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଫେବୃଆରୀ ୧୭ରେ ସିଦ୍ଧିକୁ ଯାଇଥିବା ବେଳେ ଏକ ସର୍କିଟ୍ ହାଉସରେ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯେଉଁ ରୁମରେ ରହୁଥିଲେ ମଶା ରହିଥିବାରୁ ଶୋଇ ପାରିନଥିଲେ। ଖାଲି ଏହା ନୁହେଁ ସକାଳ ୪ଟାରେ ସର୍କିଟ ହାଉସର ପାଣି ଟାଙ୍କି ଫୁଲ ହୋଇଯିବାରୁ ଶିବରାଜଙ୍କ ନିଦ ଭାଙ୍ଗିଯାଇଥିଲା।

ନିକଟରେ ସିଦ୍ଧିରେ ବସ୍ ଦୁର୍ଘଟଣା ହୋଇଥିଲା। ଏହି ସମୟରେ ମୃତକଙ୍କ ପରିବାରକୁ ଦେଖା କରିବାକୁ ଯାଇଥିଲେ ଶିବରାଜ। ଏହି ସମୟରେ ରାତିରେ ଏକ ସର୍କିଟ୍ ହାଉସରେ ରହିଥିଲେ ଶିବରାଜ। ହେଲେ ଏହି ସମୟରେ ଶିବରାଜ ସିଂ ଯେଉଁ ରୁମରେ ଶୋଇଥାନ୍ତେ ସେହି ରୁମଟି ମଶାରେ ଭର୍ତ୍ତି ଥିଲା। ଯାହାକୁ ନେଇ ଶିବରାଜ ଅସନ୍ତୋଷ ପ୍ରକାଶ କରିଥିଲେ। ମଶାରୀ ନଥିବାରୁ ରାତି ୨ଟା ୩୦ରେ ମଶା ସ୍ପ୍ରେ କରାଯାଇଥିଲା। ହେଲେ ମଶା କମିନଥିଲା। ଆଉ ଠିକ୍ ଦୁଇ ଘଣ୍ଟା ପରେ ପାଣି ଟାଙ୍କି ଫୁଲ ହୋଇଯିବାରୁ ପାଣି ଖସି ପଡ଼ିଥିଲା। ଆଉ ଶିବରାଜ ସିଂ ନିଜେ ଉଠି ପାଣି ସୁଇଚ ବନ୍ଦ କରି ଦେଇଥିଲେ। ଯେଉଁଥିପାଇଁ ଶିବରାଜ ଶୋଇ ପାରିନଥିଲେ।

ସର୍କିଟ ହାଉସର ପରିବେଶ ଠିକ୍ ନଥିବାରୁ ଏବଂ ଜିଲ୍ଲା ପ୍ରଶାସନର ଅବହେଳାକୁ ଦର୍ଶାଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ୍ ସହକାରୀ ଯନ୍ତ୍ରୀ ବା ଇଞ୍ଜିନିୟରଙ୍କୁ ଏବଂ ସର୍କିଟ ହାଉସ ଦାୟିତ୍ୱରେ ଥିବା ଇଞ୍ଜିନିୟରକୁ ମୁଖ୍ୟମନ୍ତ୍ରୀ ନିଲମ୍ୱନ କରିଛନ୍ତି।

ଶୁକ୍ରବାର ରେଓ୍ୱା ଡିଭିଜନାଲ କମିଶନର ରାଜେଶ କୁମାର ଜୈନ୍ କହିଛନ୍ତି, କାର୍ଯ୍ୟରେ ଅବହେଳ ପାଇଁ ପିଡବ୍ଲ୍ୟଡି ବିଭାଗର ବାବୁଲାଲ ଗୁପ୍ତାଙ୍କୁ ନିଲମ୍ୱନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲ ଅନୁଯାୟୀ ଯେଉଁସବୁ ବ୍ୟବସ୍ଥା ରହିବା କଥା ତାହା ପାଳନ ହୋଇନଥିବାରୁ ବାବୁ ଲାଲଙ୍କୁ ନିଲମ୍ୱନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos