ଲକ୍ଷ୍ନୌ: ଆଇନ ଜାଲରେ ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ। ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ପୂର୍ବତନ ରାଜ୍ୟପାଳ ଅଜିଜ କୁରେଶି। ତାଙ୍କ ନାଁରେ ୟୁପି ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି। ଜେପି ନେତା ଆକାଶ ସକ୍ସେନାଙ୍କ ଅଭିଯୋଗ ଆଧାରରେ ରାମପୁର ଜିଲ୍ଲା ଥାନାରେ କୁରେଶିଙ୍କ ନାଁରେ ମାମଲା ରୁଜୁ ହୋଇଛି।
ପୁଲିସ ସୂଚନା ଅନୁସାରେ, ଶନିବାର ଦିନ କୁରେଶି ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କ ଘରକୁ ଯାଇଥିଲେ। ସେଠାରେ ସେ ତାଙ୍କ ପତ୍ନୀ ତଥା ରାମପୁର ବିଧାୟିକା ତଞ୍ଜିମ ଫାତିମା ସହ ସାକ୍ଷାତ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ତୁଳନା 'ପିଶାଚ ଏବଂ ରକ୍ତ ଶୋଷୁଥିବା ରାକ୍ଷାସ' ସହ କରିଥିଲେ। କୁରେଶିଙ୍କ ଏଭଳି ମନ୍ତବ୍ୟ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଉତ୍ପନ୍ନ କରିପାରେ ଏବଂ ସମ୍ପ୍ରଦାୟିକା ଦଙ୍ଗା ମଧ୍ୟ ସୃଷ୍ଟି କରିପାରେ ବୋଲି ବିଜେପି ନେତା ଅଭିଯୋଗ ଆଣିଛନ୍ତି।
କୁରେଶିଙ୍କ ନାଁରେ ଧାରା ୧୫୩-ଏ, ୧୫୩-ବି, ୧୨୪-ଏ ଏବଂ ୫୦୫୧-ବି ଅନୁଯାୟୀ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୁଲିସ।
ସୂଚନା ମୁତାବକ, କଂଗ୍ରେସର ବରିଷ୍ଠ ନେତା ତଥା ୮୧ ବର୍ଷୀୟ ଅଜିଜ କୁରେଶି ୨୦୧୪-୧୫ରେ ମିଜୋରାମର ରାଜ୍ୟପାଳ ରୂପେ କାମ କରିଥିଲେ। ସେ ଉତ୍ତରାଖଣ୍ଡରେ ମଧ୍ୟ ରାଜ୍ୟପାଳ ଥିଲେ। ସେ ୨୦୧୨-୧୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ଏଥିସହ ସେ ମଧ୍ୟପ୍ରେଦଶ ସତନା ଜିଲ୍ଲାରେ କଂଗ୍ରେସ ସାଂସଦ ମଧ୍ୟ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।