ବଢ଼ିଲା କଟକଣା, ଅନ୍ତର୍ଜାତୀୟ କମର୍ସିଆଲ ଉଡ଼ାଣ ଉପରେ ରୋକ୍

ନୂଆଦିଲ୍ଲୀ: ଘନଉଛି କରୋନାର ତୃତୀୟ ଲହର ଆଶଙ୍କା। ପୁଣି ଦେଶରେ ବଢ଼ୁଛି ସଂକ୍ରମିତ ମାମଲା। ଏବେ ଦୈନିକ ୪୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ  ପୁଣି ବଢ଼ାଇଛନ୍ତି। ନୂଆ ସେଡ୍ୟୁଲ ଅନୁଯାୟୀ ଅନ୍ତର୍ଜାତୀୟ କମର୍ସିଆଲ ଫ୍ଲାଇଟ୍‌ ଉପରେ ରୋକ ଲଗାଯାଇଛି। ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି। ତେବେ ଅନ୍ତର୍ଜାତୀୟ […]

-international-commercial flight

-international-commercial flight

Madhupriya Mistry
  • Published: Sunday, 29 August 2021
  • Updated: 29 August 2021, 12:59 PM IST

ନୂଆଦିଲ୍ଲୀ: ଘନଉଛି କରୋନାର ତୃତୀୟ ଲହର ଆଶଙ୍କା। ପୁଣି ଦେଶରେ ବଢ଼ୁଛି ସଂକ୍ରମିତ ମାମଲା। ଏବେ ଦୈନିକ ୪୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ  ପୁଣି ବଢ଼ାଇଛନ୍ତି।

ନୂଆ ସେଡ୍ୟୁଲ ଅନୁଯାୟୀ ଅନ୍ତର୍ଜାତୀୟ କମର୍ସିଆଲ ଫ୍ଲାଇଟ୍‌ ଉପରେ ରୋକ ଲଗାଯାଇଛି। ଭାରତକୁ ଓ ଭାରତରୁ କମର୍ସିଆଲ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି। ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଉଡ଼ାଣ ଉପରେ କୌଣସି ପ୍ରତିବନ୍ଧିକ ନାହିଁ। ସ୍ୱତନ୍ତ୍ର ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିବ ବୋଲି ଡିଜିସିଏ ଟୁଇଟ୍‌ କରି ସୂଚନା ଦେଇଛି। ଏଥିସହ ଡିଜିସିଏ ଦ୍ୱାରା ସ୍ପେଶାଲ ଅନୁମତି ମିଳିଥିବା ବିମାନ ଉଡାଣ ଉପରେ ମଧ୍ୟ ରୋକ ଲାଗିବ ନାହିଁ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ମାର୍ଚ୍ଚ ୨୦୨୦ରେ ପୂରା ଦେଶରେ ୨୧ ଦିନିଆ ଲକଡାଉନ୍‌ ଲାଗୁ ହୋଇଥିଲା। ସେହି ସମୟରେ ଟ୍ରେନ୍‌, ବିମାନ ଉଡାଣ ସମେତ ସମସ୍ତ ସର୍ଭିସକୁ ୨ ମାସ ପାଇଁ ବନ୍ଦ କରିଦିଆଯାଇଥିଲା। ମେ' ମାସରେ ପୁଣିଥରେ ବିମାନ ସେବା ଆରମ୍ଭ ହୋଇଥିଲା। ଏଥିରେ କେବଳ ଡୋମେଷ୍ଟିକ୍‌ ଏୟାର ସର୍ଭିସକୁ ହିଁ ମଂଜୁରୀ ମିଳିଥିଲା, ଅନ୍ତର୍ଜାତୀୟ ବିମାନ ସେବା ବର୍ତ୍ତମାନ ଯାଏଁ ବନ୍ଦ ରହିଛି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବାୟୋ ବବଲ ଜରିଆରେ ସଂଯୋଗ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos