ଆଜି ସୀମା ଛାଡ଼ିବେ ଚାଷୀ !

ନୂଆଦିଲ୍ଲୀ: ଶେଷରେ ବହୁ ଆଲୋଚନା-ପର୍ଯ୍ୟାଲୋଚନା ଓ ବିଚାର ବିମର୍ଶ ପରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଚାଷୀ ସଙ୍ଗଠନ ସହମତ ହୋଇଥିବା ଜଣାପଡ଼ିଛି। ତେଣୁ  ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର ନେଇ ଆଜି ଔପଚାରିକ ଭାବେ ଘୋଷଣା ହୋଇପାରେ। ତେବେ ଯେଉଁ କିଛି ଦାବିକୁ ନେଇ ଆନ୍ଦୋଳନ ଚାଲିଛି ସେଥିରେ ଲିଖିତ ପ୍ରତିଶ୍ରୁତି ଦାବି କରାଯାଇଛି। ଏବାବଦରେ ଆଜି ପୁଣି ଥରେ ଦିନ ୧୨ଟାରେ ଆଲୋଚନା ହୋଇପାରେ। କେନ୍ଦ୍ର ସରକାର ୩ ନୂଆ  କୃଷି ଆଇନ୍ ପ୍ରତ୍ୟାହାର କରିବା ପରେ […]

Farmer Protest

Farmer Protest

Tapas Behera
  • Published: Thursday, 09 December 2021
  • Updated: 16 December 2021, 04:54 PM IST

Sports

Latest News

ନୂଆଦିଲ୍ଲୀ: ଶେଷରେ ବହୁ ଆଲୋଚନା-ପର୍ଯ୍ୟାଲୋଚନା ଓ ବିଚାର ବିମର୍ଶ ପରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଚାଷୀ ସଙ୍ଗଠନ ସହମତ ହୋଇଥିବା ଜଣାପଡ଼ିଛି। ତେଣୁ  ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର ନେଇ ଆଜି ଔପଚାରିକ ଭାବେ ଘୋଷଣା ହୋଇପାରେ। ତେବେ ଯେଉଁ କିଛି ଦାବିକୁ ନେଇ ଆନ୍ଦୋଳନ ଚାଲିଛି ସେଥିରେ ଲିଖିତ ପ୍ରତିଶ୍ରୁତି ଦାବି କରାଯାଇଛି।

ଏବାବଦରେ ଆଜି ପୁଣି ଥରେ ଦିନ ୧୨ଟାରେ ଆଲୋଚନା ହୋଇପାରେ। କେନ୍ଦ୍ର ସରକାର ୩ ନୂଆ  କୃଷି ଆଇନ୍ ପ୍ରତ୍ୟାହାର କରିବା ପରେ ଆଜି ସିଂଘୁ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ ସଙ୍ଗଠନ ପକ୍ଷରୁ ବୈଠକ ବସିବ। ସଂଯୁକ୍ତ କିଶାନ ମୋର୍ଚ୍ଚା ନେତୃତ୍ୱରେ ବୈଠକରେ ଆନ୍ଦୋଳନ ଓ ଚାଷୀ ପ୍ରସଙ୍ଗୁ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହେବ। କୃଷି ଆଇନ୍ ପ୍ରତ୍ୟାହାର ସହ କୃଷକଙ୍କ ଦାବି ପୂରଣ ନେଇ ସରକାରଙ୍କ ଲିଖିତ ପତ୍ର ପହଁଚିବା ପରେ ଆନ୍ଦୋଳନ ସମାପ୍ତ ନେଇ କୃଷକ ସଂଗଠନ ଘୋଷଣା କରିବା ସମ୍ଭାବନା ରହିଛି । କେନ୍ଦ୍ର ସରକାରଙ୍କ ଠାରୁ ଏମ୍ଏସପି ଉପରେ ସ୍ୱତନ୍ତ୍ର ଆଇନ୍ ଚାହୁଁଛନ୍ତି କୃଷକ ସଂଗଠନ। ଏଥିସହ ଆନ୍ଦୋଳନ ବେଳେ ହରିୟାଣା, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଚାଷୀଙ୍କ ଉପରେ କରାଯାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ଦାବି ହୋଇଛି।

ସେହିପରି ଦିଲ୍ଲୀ ଲାଲକିଲ୍ଲା ହିଂସାରେ ପ୍ରଦର୍ଶନକାରୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ବି ଦାବି କରିଛି କୃଷକ ସଂଗଠନ। ଏଥିସହ ବିଦ୍ୟୁତ୍ ସଂଶୋଧନ ବିଲ୍ ଡ୍ରାଫ୍ଟ ପ୍ରତ୍ୟାହାର, ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ନେଇ ମଧ୍ୟ ଆଲୋଚନା ହେବ। ସଂଯୁକ୍ତ କିଶାନ କମିଟିର ସଦସ୍ୟ  ଗୁରୁନାମ ସିଂ କହିଛନ୍ତି ଯେ, ଚାଷୀଙ୍କ ପକ୍ଷରୁ ହେଉଥିବା ଦାବି ସମ୍ପର୍କରେ କେନ୍ଦ୍ର ସରକାର ପୂର୍ବରୁ ଏକ ସମାଧାନର ପ୍ରସ୍ତାବ ଦେଇଥିଲେ।

ହେଲେ ଆମେ ସେଥିରେ ରାଜି ନଥିଲୁ। କିନ୍ତୁ ବୁଧବାର କେନ୍ଦ୍ର ସରକାର ପୁଣିଥରେ  ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମର ଦାବିମୁତାବକ ସଂଶୋଧିତ ପ୍ରସ୍ତାବ ଦେଇଥିବାରୁ ଆମେ ସହମତ ଅଛୁ। କେନ୍ଦ୍ର କହିଛି ଯେ ଆନ୍ଦୋଳନକାରୀ ଚାଷୀଙ୍କ ସମସ୍ତ ଦାବି ଉପରେ ସହମତି ପ୍ରକାଶ ପାଇଛି। ତେଣୁ ବିରୋଧ ଜାରି ରଖିବାର କୌଣସି କାରଣ ନାହିଁ।ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କୃଷକ ସଂଗଠନର ସଂଯୁକ୍ତ କିଶାନ ମୋର୍ଚ୍ଚାକୁ ନିବେଦନ କରିଛି କେନ୍ଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story