କାର୍‌ ଉପରେ ଚଢ଼ିଗଲା ବସ୍‌, ଜୀବନ୍ତ ଜଳିଗଲେ ୫

ରାଞ୍ଚି: ଭୟଙ୍କର ସଡକ ଦୁର୍ଘଟଣା। ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଛନ୍ତି। ଏଥିସହ ଅନେକ ଆହତ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଝାଡଖଣ୍ଡର ରାମଗଡ ଜିଲ୍ଲାରେ। ପୁଲିସ ସୂଚନା ମୁତାବକ, ଆଜି ସାକଳେ ଝାଡଖଣ୍ଡର ରାମଗଡ ବୋକାରୋ ଏନ୍‌ଏଚ୍‌-୨୩ରେ ଏକ କାର୍‌ ଏବଂ ବସ୍‌ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଏହାପରେ ବସ୍‌ଟି କାର୍‌ ଉପରେ ଚଢ଼ିଯାଇଥିଲା। […]

Accident

Accident

Madhupriya Mistry
  • Published: Wednesday, 15 September 2021
  • Updated: 15 September 2021, 12:22 PM IST

Sports

Latest News

ରାଞ୍ଚି: ଭୟଙ୍କର ସଡକ ଦୁର୍ଘଟଣା। ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଛନ୍ତି। ଏଥିସହ ଅନେକ ଆହତ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଝାଡଖଣ୍ଡର ରାମଗଡ ଜିଲ୍ଲାରେ।

ପୁଲିସ ସୂଚନା ମୁତାବକ, ଆଜି ସାକଳେ ଝାଡଖଣ୍ଡର ରାମଗଡ ବୋକାରୋ ଏନ୍‌ଏଚ୍‌-୨୩ରେ ଏକ କାର୍‌ ଏବଂ ବସ୍‌ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଏହାପରେ ବସ୍‌ଟି କାର୍‌ ଉପରେ ଚଢ଼ିଯାଇଥିଲା। ପରେ ବସ୍‌ରେ ନିଆଁ ଲାଗିଥିଲା। ଏହି ନିଆଁ ଦେଖୁ ଦେଖୁ କାର୍‌ ଯାଏଁ ବ୍ୟାପି ଯାଇଥିଲା। ଫଳରେ କାର୍‌ରେ ବସିଥିବା ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସମସ୍ତ ମୃତକ ବିହାରର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ବାଳକ ଥିବା ସୂଚନା ମିଳିଛି। ତେବେ ପୂରାପୁରି ଜଳି ଯାଇଥିବା ଯୋଗୁଁ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସେପଟେ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାରାଜା ନାମକ ଏକ ଯାତ୍ରୀବାହୀ ବସ୍‌ ରାମଗଡରୁ ଧନବାଦ ଯାଉଥିଲା। ଏହି ସିମୟରେ ଏକ ୱାଗନ କାର୍‌ ସହ ଧକ୍କା ହୋଇଥିଲା। ଅନେକ ଲୋକ ଏବେବି ବସ୍‌ ଭିତରେ ଫଶି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos