ନୂଆଦିଲ୍ଲୀ: ଡିଏମ୍ୟୁ ଟ୍ରେନ୍ରେ ଲାଗିଲା ନିଆଁ। ଟ୍ରେନ୍ ଇଂଜିନରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଫିଳରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଛନ୍ତି। ବିବାହାର ଭେଲୱା ରେଳଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି।
ପ୍ରାପ୍ତ ସୂଚନା ଅନୁସାରେ, ରକ୍ସୌଲ୍ରୁ ନରକଟୀକଗଞ୍ଜ ଯାଉଥିବା ‘ଡିଏମ୍ୟୁ’ ଟ୍ରେନ୍ର ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଉକ୍ତ ଅଘଟଣର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଖବର ସରବରାହ ସଂସ୍ଥା ଏଏନ୍ଆଇ ଶେଆର କରିଛି। ଭିଡିଓରେ ଦେଖିବାକୁ ମିଳିଛି, ଟ୍ରେନ୍ରେ ବ୍ୟାପକ ନିଆଁ ଲାଗିବା ସହ କଳାଧୂଆଁ ଉଠୁଛି। ଘଟଣାସ୍ଥଳରେ ଦେଖଣାହାରିମାନେ ଭିଡ ଜମାଇଥିବା ବେଳେ ଦମକଳ କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।
ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଟ୍ରେନ୍ଟି ଭେଲୱା ଷ୍ଟେସନରେ ପହଞ୍ଚିବାକୁ ଯାଉଥିଲା। କିନ୍ତୁ ଇଂଜିନରେ ନିଆଁ ଲାଗିଯାଇଥିବା ଦେଖି ଟ୍ରେନ୍ଟି ଭେଲୱା ଷ୍ଟେସନ ପୂର୍ବରୁ ହିଁ ସିଗ୍ନାଲରେ ଅଟକି ଯାଇଥିଲା। ତେବେ ଇଞ୍ଜିନ୍ରେ ଲାଗି ଥିବା ଉକ୍ତ ନିଆଁ ଟ୍ରେନ୍ର ଅନ୍ୟ ବଗିଗୁଡ଼ିକୁ ବ୍ୟାପି ନାହିଁ। ଟ୍ରେନ୍ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ଅନ୍ୟ ଟ୍ରେନ୍କୁ ସ୍ଥାନାନ୍ତର କରାଯାଇଛି।
https://twitter.com/ANI/status/1543442992157011968?s=20&t=X5hVja6zCsz8Z9CYyz4Yow
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।